ଆର୍ୟନଙ୍କୁ ସମର୍ଥନ କଲେ ହ୍ରିତିକ

ମୁମ୍ବାଇ: ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଏ ନେଇ ଜୋର ଚର୍ଚ୍ଚା ଚାଲିଛି। ଅନେକ ଅଭିନେତା ଆର୍ୟନଙ୍କୁ ଏହି ବିପଦ ସମୟରେ ସମର୍ଥନ ଜଣାଉଛନ୍ତି। ହ୍ରିତିକ ରୋଶନ ଓ ତାଙ୍କ ପ୍ରଥମ ସ୍ତ୍ରୀ ମଧ୍ୟ ଏବେ ଆର୍ୟନଙ୍କୁ ସମର୍ଥନ ଜଣାଇଛନ୍ତି।
ଏ ଭଳି ସମୟରେ ସାହସ ଓ ଦୃଢ଼ତାର ସହ ରହିବାକୁ ହ୍ରିତିକ ରୋଶନ ସୋସିଆଲ ମିଡିଆରେ ଆର୍ୟନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି । ଜୀବନର କଠିନ ସମୟରେ ଭାଙ୍ଗି ନ ପଡ଼ି ସାବଧାନ ରହିବାକୁ ହେବ। ଅନ୍ଧାର ପରେ ହିଁ ଆଲୋକ ଆସିଥାଏ। ନିଜର ରାଗ, ହିଂସାଠୁ ଦୂରେଇ ଏକା ସବୁକିଛି ସାମ୍ନା କରିବାକୁ ପଡ଼ିବ। ଭୁଲ୍‌ ଓ ବିଫଳତା ପରେ ହିଁ ସଫଳତା ମିଳିଥାଏ। ତେଣୁ ଏହି ସମୟରେ ନିଜକୁ ହିରୋ ପରି ଶାନ୍ତ ରହି ପରିସ୍ଥିତିର ସାମ୍ନା କରିବାକୁ ସେ ସାହସ ଦେଇଛନ୍ତି।

Share