ସାଙ୍ଗରେ ଦୀପାବଳି ପାଲିଲେ ହ୍ରିତିକ୍‌-ସବା

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ ଲାଇଫ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସହ ଡେଟ କରୁଛନ୍ତି। ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ। ଗତ କାଲି ସାରା ଦେଶରେ ଦୀପାବଳି ପାଳନ କରାଯାଉଥିବା ବେଳେ ଅଭିନେତା ହ୍ରିତିକ୍‌-ସବା ମଧ୍ୟ ସାଙ୍ଗରେ ଦୀପାବଳି ପାଳିଛନ୍ତି। ଏହାକୁ ନେଇ ସବା ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରିଛନ୍ତି। ଶେୟାର ହୋଇଥିବା ଫଟୋରେ ଦୁହେଁ ଧଳା ରଙ୍ଗର ଡ୍ରେସ ପିନ୍ଧିଥିଲେ। ନିକଟରେ ହ୍ରିତିକ୍‌-ସବା ଲଣ୍ଡନରୁ ଛୁଟି କାଟି ଫେରିଛନ୍ତି। ଯାହାର ଫଟୋ ହ୍ରିତିକ୍‌ ପ୍ରଥମ ଥର ପାଇଁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ନିକଟରେ ହ୍ରିତିକ୍‌ଙ୍କ ଫିଲ୍ମ ‘ବିକ୍ରମ ଭେଧା’ ରିଲିଜ ହୋଇଯାଇଛି। ଫିଲ୍ମକୁ ଦେଖିବା ପରେ ପ୍ରଶଂସକ ପସନ୍ଦ ମଧ୍ୟ କରିଛନ୍ତି। ଫିଲ୍ମରେ ହ୍ରିତିକ୍‌ଙ୍କୁ ଗ୍ୟାଙ୍ଗଷ୍ଟାର୍‌ ଭୂମିକାରେ ନଜର ଆସିଛନ୍ତି।

Share