କଙ୍ଗନା ନୁହନ୍ତି ବରଂ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ହ୍ରିତିକ୍‌, ଦେଇଥିଲେ ୨ କୋଟି ଟଙ୍କାର ଉପହାର

ମୁମ୍ବାଇ: ଆଜିକାଲି ଅଭିନେତା ହ୍ରିତିକ ରୋଶନଙ୍କ ନାଁକୁ ନେଇ ଅନେକ ଚର୍ଚ୍ଚା। ନିକଟରେ ଅଭିନେତାଙ୍କ ଆଗାମୀ ଫିଲ୍ମ ‘ଫାଇଟର୍‌’ର ଗୀତ ମୁକ୍ତିଲାଭ କରିଥିଲା। ଯାହା ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ୍‌ କରିଥିଲା। ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ହ୍ରିତିକ୍‌ଙ୍କ ସିଜଲିଂ କେମିଷ୍ଟ୍ରି ଦେଖିବାକୁ ମିଳିଥିଲା।

ପରଦାରେ ହ୍ରିତିକ୍‌ଙ୍କ ଚମତ୍କାର ଅଭିନୟ ବ୍ୟତୀତ ତାଙ୍କର ସହ-ଅଭିନେତ୍ରୀଙ୍କ ସହିତ ତାଙ୍କର ହଟ୍‌ କେମିଷ୍ଟ୍ରି ପାଇଁ ମଧ୍ୟ ବେଶ୍‌ ଚର୍ଚ୍ଚିତ। କ୍ୟାଟ୍ରିନା କୈଫ୍‌ଙ୍କଠାରୁ ଆରମ୍ଭ କରି କଙ୍ଗନା ରାଣାଓ୍ବତଙ୍କ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀଙ୍କ ସହ ହ୍ରିତିକଙ୍କ ନାଁ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚାରେ ଥିଲା। କଙ୍ଗନା ଏବଂ ହ୍ରିତିକ୍‌ଙ୍କ ସମ୍ପର୍କକୁ ନେଇ ବି ଅନେକ ଚର୍ଚ୍ଚା ହୋଇଥିଲା। କିନ୍ତୁ କଙ୍ଗନା ଜଣେ ଅଭିନେତ୍ରୀ ନୁହନ୍ତି, ଅନ୍ୟ ଅଭିନେତ୍ରୀଙ୍କ ସହିତ ହ୍ରିତିକ୍‌ଙ୍କ ନାମ ମଧ୍ୟ ଯୋଡ଼ା ଯାଇଥିଲା।

When Hrithik Roshan Gave An Extraordinary Expensive Gift To Her Rumoured Girlfriend & Kites Co-Star Barbara Mori

୨୦୧୦ରେ ‘କାଇଟ୍ସ’ ଫିଲ୍ମ ମୁକ୍ତିଲାଭ କରିଥିଲା। ଯେଉଁଥିରେ ହ୍ରିତିକ୍‌ ଏବଂ କଙ୍ଗନାଙ୍କ ସହ ଜଣେ ମେକ୍ସିକୋ ଅଭିନେତ୍ରୀ ମଧ୍ୟ ନଜର ଆସିଥିଲେ। ମେକ୍ସିକୋ ଅଭିନେତ୍ରୀ ଏହି ଫିଲ୍ମ ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବାର୍‌ବରା ମୋରି।

More chances of me having had an affair with the Pope: Hrithik

ହ୍ରିତିକ୍‌ଙ୍କ ଫିଲ୍ମ ‘କାଇଟ୍ସ’ ପୂର୍ବରୁ ବାର୍‌ବରା ଅନେକ ହଲିଉଡ୍‌ ଫିଲ୍ମରେ କାମ କରିଥିଲେ। କିନ୍ତୁ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନନକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ସେହି ସମୟର ଅନେକ ରିପୋର୍ଟରେ କୁହାଯାଇଥିଲା ଯେ, ହ୍ରିତିକ ବିବାହିତ ସତ୍ତ୍ୱେ ଏହି ବିଦେଶୀ ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ। କେବଳ ଏତିକି ନୁହେଁ, ଏକ ରିପୋର୍ଟ ଅନୁଯାୟୀ, ଏହି ଅଭିନେତ୍ରୀଙ୍କୁ ୨ କୋଟି ଟଙ୍କାର ଦାମୀ ଭ୍ୟାନିଟି ମଧ୍ୟ ଉପହାର ଦେଇଥିଲେ ହ୍ରିତିକ୍‌।

When Barbara Mori was said to be behind Hrithik Roshan and Sussanne's split. : r/BollyBlindsNGossip

ଏନେଇ ବାର୍‌ବରା ଏବଂ ହ୍ରିତିକ୍‌ ଖୋଲାଖୋଲି ମନ୍ତବ୍ୟ ଦେଇନାହାନ୍ତି। ହ୍ରିତିକ କିଛି ସାକ୍ଷାତକାରରେ କହିଛନ୍ତି, ବାର୍‌ବରା ତାଙ୍କର ଜଣେ ଭଲ ବନ୍ଧୁ। ଏହା ବ୍ୟତୀତ ଆଉ କିଛି ନାହିଁ। ମାତ୍ର ‘କାଇଟ୍ସ’ ରିଲିଜ ହେବାର ୪ ବର୍ଷ ପରେ ହ୍ରିତିକ୍‌ ଏବଂ ତାଙ୍କ ସ୍ତ୍ରୀ ସୁଜୈନ ଖାନ୍‌ଙ୍କ ମଧ୍ୟରେ ୧୪ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?