୨.୫ କୋଟି ଟଙ୍କାର ବୃତ୍ତି ପାଇଲେ ୧୯ ବର୍ଷୀୟ ଛାତ୍ର

ପାଟନା,୧୫।୧୨: ବିବାହାର ଜଣେ ଛାତ୍ର କମାଲ କରିଛନ୍ତି। ୧୯ ବର୍ଷୀୟ ହ୍ରିତିକ ରାଜ ନାମକ ଏହି ଛାତ୍ର ଜଣଙ୍କ ୨.୫ କୋଟି ଟଙ୍କାର ବୃତ୍ତ ପାଇଛନ୍ତି। ଛାତ୍ରଙ୍କ ଏଭଳି ପ୍ରଦର୍ଶନରେ ପରିବାର ଲୋକେ ଗର୍ବିତ ଅନୁଭବ କରିଛନ୍ତି। ଅଧ୍ୟୟନ ପ୍ରତି ହ୍ରିତିକ୍‌ଙ୍କ ପ୍ରବଳ ଆଗ୍ରହ ଦେଖି ଆମେରିକାର ଏକ ବିଶ୍ୱବିଦ୍ୟାଳୟ ତାଙ୍କୁ ୨.୫ କୋଟି ଟଙ୍କା ଛାତ୍ରବୃତ୍ତି ଦେବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ହ୍ରିତିକ ରାଜ ବିଶ୍ୱରେ ଭାରତର ନାମକୁ ଆଲୋକିତ କରିଛନ୍ତି। ଆମେରିକାର ରାଜଧାନୀ ୱାଶିଂଟନ ଡିସିର ଜର୍ଜେଟାଉନ ୟୁନିଭରସିଟି ତାଙ୍କୁ ଏହି ବୃତ୍ତି ପ୍ରଦାନ କରିଛି। ପାଟଣାର ବାସିନ୍ଦା ହ୍ରିତିକ ରାଜ, ରେଡିଏଣ୍ଟ ସ୍କୁଲର ଦ୍ୱାଦଶ ଛାତ୍ର। ହ୍ରିତିକ ପାଟନା ସହରର ଗୋଲା ରୋଡରେ ରୁହନ୍ତି ଏବଂ ସେ ପାଟନା ଜିଲାର ମଖଦୁମପୁର ଗାଁର ବାସିନ୍ଦା। ୱାଶିଂଟନ ଡିସିର ଜର୍ଜେଟାଉନ ୟୁନିଭରସିଟି ହ୍ରିତିକ୍‌ଙ୍କ ୪ ବର୍ଷ ଶିକ୍ଷା ଏବଂ ରହିବା ଖର୍ଚ୍ଚ ବହନ କରିବ।

Share