Posted inଖେଳ

ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କାନବେରା,୧୦।୮: ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଅଷ୍ଟ୍ରେଲିଆର ଏକ ଡାକ୍ତରଖାନାରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ୫୧ ବର୍ଷିୟ କେର୍ନସଙ୍କ ମୁଖ୍ୟ ଧମନୀର ଭିତର ପରସ୍ତ କଟିଯାଇଥିଲା। ଏହା ପରେ ତାଙ୍କୁ ଗତ ସପ୍ତାହରେ କାନବେରା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଅନେକ ଗୁଡିଏ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ହୋଇ ନ ଥିଲା। ଏହା ପରେ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। କିନ୍ତୁ ତାଙ୍କୁ ଖୁବଶୀଘ୍ର ସିଡନୀକୁ ସ୍ଥାନାନ୍ତର କରାଯିବ।

୧୯୮୯ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା କେର୍ନସ ନ୍ୟୁଜିଲାଣ୍ଡ ପାଇଁ ୬୨ ଟେଷ୍ଟରେ ୩୩୨୦ ରନ ସ୍କୋର କରିଥିଲେ। ୨୧୫ଟି ଦିନିକିଆ ମ୍ୟାଚରେ ତାଙ୍କ ନାମରେ ୪୯୫୦ ରନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୯ ଶତକ ଏବଂ ୪୮ ଅର୍ଦ୍ଧଶତକ ହାସଲ କରିଥିଲେ। ୨୦୦୦ରେ ତାଙ୍କୁ ୱିସଡେନର ୫ ପ୍ଲେୟାର ଅଫ ଦି ଇୟର ଭାବରେ ସମ୍ମାନିତ କରାଯାଇଥିଲା। ସେ ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରେ ଗଣିତ ହୋଇଥିଲେ। ୨୦୦୪ରେ, ସେ ଅଲରାଉଣ୍ଡର ଭାବରେ ୨୦୦ ଉଇକେଟ ଏବଂ ୩୦୦୦ ରନ ସ୍କୋର କରିବାରେ ଷଷ୍ଠ ଖେଳାଳି ହୋଇଥିଲେ। ଟେଷ୍ଟରେ ୨୧୮ ଉଇକେଟ ଏବଂ ଦିନିକିଆରେ ୨୦୧ ୱିକେଟ ନେଇଥିଲେ। ଟେଷ୍ଟରେ ସେ ୧୩ ଥର ପାଞ୍ଚଟି ଉଇକେଟ ନେଇଥିଲେ ଏବଂ ଥରେ ମ୍ୟାଚରେ ୧୦ ଉଇକେଟ ନେଇଥିଲେ। ଘରୋଇ କ୍ରିକେଟରେ ୨୧ ହଜାରରୁ ଅଧିକ ରନ ସଂଗ୍ରହ କରି ୧୧୧୦ରୁ ଅଧିକ ଉଇକେଟ ନେଇଥିଲେ। ବଲ ସହିତ କେର୍ନସଙ୍କ ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ଥିଲା। ତାଙ୍କ ନାଁରେ ମ୍ୟାଚ ଫିକ୍ସିଂ ଭଳି ଗୁରୁତର ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗ କେବେ ପ୍ରମାଣିତ ହୋଇ ନ ଥିଲା। ମ୍ୟାଚ ଫିକ୍ସିଂ ଅଭିଯୋଗ ହେତୁ ତାଙ୍କର ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା ଏବଂ ସେ ଅକଲାଣ୍ଡ ପୌରପାଳିକା ପାଇଁ ଟ୍ରକ ମଧ୍ୟ ଚଳାଇଥିଲେ, ବସ୍‌ ଧୋଇଥିଲେ ଏବଂ ଘରର ଦାୟତ୍ୱ ତୁଲାଇବା ପାଇଁ ବାରରେ ମଧ୍ୟ କାମ କରିଥିଲେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri