Categories: ଫୁରସତ

ହୋୟା ବସୁ ସବୁଠୁ ଭୟଙ୍କର ଜଙ୍ଗଲ

ବୁଚାରେଷ୍ଟ: ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସିଲଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ ଘଟଣା ସବୁ ଘଟିଛି, ଯେଉଁଥିପାଇଁ ଲୋକେ ଯିବା ପାଇଁ ଭୟ କରୁଛନ୍ତି। ହୋୟା ବସୁ ଜଙ୍ଗଲକୁ ବିଶ୍ୱର ସବୁଠୁ ଭୟଙ୍କର ଜଙ୍ଗଲ ଭାବରେ ଗଣନା କରାଯାଏ। ଏଠାରେ ଘଟିଥିବା ଭୟଙ୍କର ଘଟଣା ଯୋଗୁ ଏହାକୁ ରୋମାନିୟା ବା ଟ୍ରାନ୍‌ସ୍ଲେଭାନିଆ ବରମୁଡା ଟ୍ରାଏଆଙ୍ଗେଲ୍‌ କୁହାଯାଏ। ଏହି ଜଙ୍ଗଲ ପ୍ରାୟ ୭୦୦ ଏକର ପରିମିତ ଜାଗାରେ ରହିଛି। କୁହାଯାଏ, ଏହି ଜଙ୍ଗଲକୁ ଯାଇଥିବା ହଜାର ହଜାର ଲୋକଙ୍କ ପତ୍ତା ଆଜି ପର୍ଯ୍ୟନ୍ତ ମିଳିନାହିଁ। ଉକ୍ତ ଜଙ୍ଗଲରେ ଥିବା ଗଛଗୁଡ଼ିକ ଦେଖିବାକୁ ମଧ୍ୟ ଭୟଙ୍କର। ଅଙ୍କାବଙ୍କା ହୋଇ ରହିଛି ଗଛଗୁଡ଼ିକ। ଯାହାକୁ ଦେଖିଲେ ଭୟ ଲାଗିବ।
ଅନୁସାରେ, ଏଠାକୁ ଯାଇଥିବା ଲୋକେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ୨୦୦ ଗଧିଆ ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ୧୯୬୮ରେ ଏମିଲ୍‌ ବରନିଆ ନାମକ ଜଣେ ବ୍ୟକ୍ତି ଆକାଶରେ ଏକ ଅଲୌକିକ ଶରୀରକୁ ଦେଖିଥିଲେ। ଏଠାକୁ ଆସୁଥିବା କିଛି ପର୍ଯ୍ୟଟକ ମଧ୍ୟ ଏମିତି ଅନେକ ଅଲୌକିକ ଘଟଣା ଦେଖିଥିବା କୁହନ୍ତି। ଲୋକଙ୍କ କହିବା କଥା ଏହି ଜଙ୍ଗଲରେ କିଛି ଅଦୃଶ୍ୟ ଶକ୍ତି ରହିଛି ଯାହା ଫଳରେ ଏମିତି ଘଟଣା ଘଟୁଛି। ସେହିପରି ଏଠାରେ ଅଜବ ସ୍ବର ମଧ୍ୟ ଶୁଭିଥାଏ।
କୁହାଯାଏ, ୧୮୭୦ ମସିହାରେ ଏହି ଜଙ୍ଗଲ ନିକଟରେ ଏକ ଗାଁ ରହିଥିଲା। ଏକ କୃଷକ ପରିବାରର ଝିଅଟିଏ ଜଙ୍ଗଲକୁ ବୁଲିବାକୁ ଯାଇଥିଲା। ଏହା ପରେ ସେ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ୫ ବର୍ଷ ପରେ ଜଙ୍ଗଲ ମଧ୍ୟରୁ ଏହି ଝିଅଟି ଯେତେବେଳେ ଘରକୁ ଫେରିଥିଲା ସେତେବେଳେ ତା’ର ବ୍ୟବହାରରେ ଅଜବ ପରିବର୍ତ୍ତନ ଘଟିଥିଲା। ଏପରିକି ତା’ର ମୃତ୍ୟୁ ମଧ୍ୟ ଘଟିଥିଲା।

Share