Categories: ଖେଳ

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି। ବ୍ୟାଟିଂ ବ୍ୟତୀତ କୋହଲିଙ୍କ ଫିଟନେସ ସମସ୍ତଙ୍କ ପାଇଁ ପେରଣା। ୟୁପିଏସ୍‌ସି ୨୦୨୩ ପରୀକ୍ଷାରେ ତୃତୀୟ ର଼୍ୟାଙ୍କ୍‌ ପାଇଥିବା ଡୋନୁରୁ ଅନନ୍ୟା ରେଡ୍ଡୀ ବିରାଟ କୋହଲିଙ୍କୁ ନିଜର ପ୍ରେରଣା ବୋଲି କହିଛନ୍ତି। ଅନନ୍ୟା କହିଛନ୍ତି, ବିରାଟ କୋହଲି ମୋ ପସନ୍ଦର ଖେଳାଳି ଓ ତାଙ୍କୁ ଲଢୁଆ ମନୋଭାବ ପ୍ରେରଣା ଯୋଗାଇଛି। ଫଳାଫଳର ଉପରେ ଧ୍ୟାନ ନ ଦେଇ ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବା ଜରୁରୀ। କୌଣସି ବି ପରିସ୍ଥିତିରେ ପରାଜୟ ସ୍ବୀକାର ନ କରିବା ମନୋଭାବ ଆବଶ୍ୟକ। କ୍ରିକେଟ ମୈଦାନରେ ବିରାଟଙ୍କ ଏପରି ମନୋଭାବ ମୋତେ ପ୍ରଭାବିତ କରିଥିଲା। ଅନନ୍ୟାଙ୍କ ଏହି ଭାଇରାଲ ମଧ୍ୟ ହେଉଛି।
ତେଲେଙ୍ଗାନା ମେହବୁବନଗର ଜିଲାର ଅନନ୍ୟା ଏକ ମଧ୍ୟବିତ୍ତ ପରିବାରର ଝିଅ। ମାଆ ମଞ୍ଜୁଳା ହୋମ ମେକର ଓ ବାପା ଜଣେ ଛୋଟ ବ୍ୟବସାୟୀ। ଦିଲ୍ଲୀର ମିରାଣ୍ଡା ହାଉସ କଲେଜରୁ ବିଏ ପାସ କରିବା ପରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରିଥିଲେ। ସେ ପ୍ରଥମ ପ୍ରୟାସରେ ହିଁ ସଫଳତା ହାସଲ କରିଥିଲେ।

Share