ଥାର୍ଡ AC ଟିକେଟରେ ଫାଷ୍ଟ ACରେ କରନ୍ତୁ ଯାତ୍ରା! ରେଳବାଇର ଏହି ନିୟମ ଜାଣିନେଲେ ହେବେ ଉପକୃତ…

ନୂଆଦିଲ୍ଲୀ,୬।୪: ପ୍ରତିଦିନ ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଅଧିକାଂଶ ଯାତ୍ରୀ ଏସି କିମ୍ବା ସ୍ଲିପର କୋଚରେ ଟିକେଟ ବୁକ୍‌ କରି ଯାତ୍ରା କରନ୍ତି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ଯଦି ଆପଣ ତୃତୀୟ ଏସିର ଟିକେଟ ବୁକ କରିଛନ୍ତି, ତେବେ କିଛି ନିର୍ଦ୍ଧିଷ୍ଟ ପରିସ୍ଥିତିରେ, ଆପଣଙ୍କ ସିଟ୍‌ ପ୍ରଥମ ଏସିକୁ ଅପଗ୍ରେଡ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ ଗୋଟିଏ ଟଙ୍କା ମଧ୍ୟ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ରେଳବାଇର ଏହି ନିୟମ।

ରେଳବାଇର ଏହି ସୁବିଧାକୁ ଅଟୋମେଟିକ୍‌ ଅପ୍‌ଗ୍ରେଡେଶନ୍‌ ଯୋଜନା କୁହାଯାଏ। ଏହି ଯୋଜନା ଅନୁଯାୟୀ ଯଦି ଆପଣଙ୍କର ବୁକ ହୋଇଥିବା ତୃତୀୟ ଏସି ଟିକେଟ RAC ରେ ଅଛି ଏବଂ ଟ୍ରେନ ଛାଡିବା ପୂର୍ବରୁ ପ୍ରଥମ ଏସିରେ ସିଟ ଖାଲି ଅଛି, ତେବେ ସିଷ୍ଟମ ସ୍ବୟଂଚାଳିତ ଭାବରେ ଆପଣଙ୍କ ଟିକେଟ ପ୍ରଥମ ଏସିକୁ ଅପଗ୍ରେଡ କରିପାରିବ।

ତେବେ ଏହି ସୁବିଧା କେବଳ ସେତେବେଳେ ପ୍ରଯୁଜ୍ୟ ଯଦି ଆପଣ ଟିକେଟ ବୁକିଂ ସମୟରେ ‘Consider for Auto Upgradation’ ବିକଳ୍ପକୁ ଚୟନ କରିଛନ୍ତି। ଏହି ବିକଳ୍ପକୁ ଟିକ୍‌ ନକଲେ ଆପଣ ଏହି ସୁବିଧାର ଲାଭ ପାଇବେ ନାହିଁ।

ଆଉ ଏକ କଥା ମନେରଖନ୍ତୁ ଯେ କେବଳ କନଫର୍ମ କିମ୍ବା RAC ଟିକେଟଗୁଡ଼ିକୁ ଅପଗ୍ରେଡ କରାଯାଏ। ଯଦି ଆପଣଙ୍କର ଟିକେଟ ଓ୍ବେଟିଂ(ଅପେକ୍ଷା) ତାଲିକାରେ ଅଛି, ତେବେ ଆପଣଙ୍କୁ ଏହି ସୁବିଧାର ଲାଭ ମିଳିବ ନାହିଁ।

ଅପଗ୍ରେଡେସନ କ୍ଷେତ୍ରରେ ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ଏକ SMS କିମ୍ବା ଇମେଲ ମାଧ୍ୟମରେ ସୂଚିତ କରାଯାଏ, ଯାହା ଦ୍ୱାରା ସେମାନେ ନୂତନ ବର୍ଥ ଏବଂ କୋଚ ବିଷୟରେ ସମୟ ମଧ୍ୟରେ ସୂଚନା ପାଇପାରିଥାନ୍ତି। ତେଣୁ ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ଥାର୍ଡ AC ରେ ଟିକେଟ ବୁକ କରିବେ, ଏହି ଛୋଟ ବିକଳ୍ପକୁ ଟିକ୍‌ କରିବାକୁ ଭୁଲନ୍ତୁ ନାହିଁ। ଫଳରେ ଆପଣଙ୍କର ଯାତ୍ରା ଆହୁରି ଆରାମଦାୟକ ହୋଇଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri