ଶୀତଦିନେ କେମିତି ନେବେ କେଶର ଯତ୍ନ

ଶୀତଦିନେ ତ୍ୱଚା ଭଳି କେଶ ମଧ୍ୟ ରୁକ୍ଷ ହୋଇଯାଏ। ତେଣୁ ଏହାର ଉପଯୁକ୍ତ ଯତ୍ନ ନେବାକୁ ହେବ। ଏଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ…

-କେଶକୁ ହେଲ୍‌ଦି ରଖିବା ପାଇଁ ହେଲେ ବାଲାନ୍ସ ଡାଏଟ୍‌ ସହ ନ୍ୟୁଟ୍ରିସନ୍‌ ସପ୍ଲିମେଣ୍ଟ ମଧ୍ୟ ଆବଶ୍ୟକ। ଭିଟାମିନ୍‌ ଏ କେଶ ମୂଳକୁ ମଶ୍ଚରାଇଜ୍‌ କରି ରଖିଥାଏ। ତେଣୁ ଗାଜର, ପାଳଙ୍ଗ ଓ ଶାକରକନ୍ଦ ଆଦି କେଶ ପାଇଁ ବହୁତ ଭଲ। ଲେମ୍ବୁ, କମଳା ଆଦି ଖଟା ଫଳରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ରହିଥାଏ, ଯାହା କେଶକୁ ମଜଭୁତ କରେ। ତେଣୁ ବିଭିନ୍ନ ପ୍ରକାର ସବୁଜ ପନିପରିବା ଓ ଫଳ ଅଧିକ ଖାଆନ୍ତୁ।
-ଶୀତଦିନେ କେଶ ମୂଳ ଅଧିକ ଶୁଷ୍କ ହୋଇଯାଏ। ତେଣୁ ସପ୍ତାହକୁ ଥରେ କିମ୍ବା ୨ଥର ଉଷୁମ ତେଲ ମାଲିସ କରନ୍ତୁ। ଭୃଙ୍ଗରାଜ, ଅଁଳା, ବ୍ରାହ୍ମି ଓ ରାଇସ୍‌ ବ୍ରାନ୍‌ ତେଲ କେଶରେ ଲଗାଇପାରିବେ। ଟ୍ରି ଟ୍ରି, ରୋଜ୍‌ମେରୀ ଭଳି ତେଲକୁ ନଡ଼ିଆତେଲ କିମ୍ବା ଅନ୍ୟ ତେଲରେ ମିଶାଇ ଲଗାନ୍ତୁ।
-ସପ୍ତାହକୁ ଥରେ ଡିପ୍‌ କଣ୍ଡିସନିଂ ଟ୍ରିଟ୍‌ମେଣ୍ଟ କରନ୍ତୁ। ରୂପି ଦୂରକରିବା ପାଇଁ ଆଣ୍ଟି ଡାନ୍‌ଡ୍ରପ୍‌ ହେୟାର ମାସ୍କ ଲଗାନ୍ତୁ। କେଶ ଅଧିକ ଝଡୁଥିଲେ କେଶ ମୂଳରେ ନିୟମିତ ମାଲିସ୍‌ କରନ୍ତୁ।
-କେଶ ଅଧିକ ରୁକ୍ଷ ଓ ଖରାପ ହୋଇଗଲେ ହେୟାର ମାସ୍କ ନିଶ୍ଚୟ ଲଗାନ୍ତୁ। ଏହା କେଶକୁ ପୋଷଣ ଦେବା ସହ କେଶ ଝଡ଼ିବା ରୋକିଥାଏ।
-ଶୀତଦିନେ ଅଧିକ ଥର ଶାମ୍ପୁ କରନ୍ତୁ ନାହିଁ। ଏହାଦ୍ୱାରା କେଶର ପ୍ରାକୃତିକ କୋମଳତା କମିଯାଇଥାଏ। କେଶର ଆବଶ୍ୟକତା ଅନୁସାରେ ସପ୍ତାହକୁ ଥରେ କିମ୍ବା ୨ଥର ଧୁଅନ୍ତୁ। ଶାମ୍ପୁ କରିବା ପରେ କଣ୍ଡିସନିଂ ନିଶ୍ଚୟ କରନ୍ତୁ।
-ଅତ୍ୟଧିକ ଥଣ୍ଡା ପ୍ରଭାବରେ କେଶ ଅଧିକ ଶୁଷ୍କ ହୋଇଯାଏ। ତେଣୁ ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ କେଶକୁ ଭଲଭାବେ ଘୋଡ଼ାଇ ବାହାରକୁ ଯାଆନ୍ତୁ। ଏହାଦ୍ୱାରା କେଶ ମୁଲାୟମ ଓ ସୁସ୍ଥ ରହେ।
ଶୀତଦିନେ ଗରମ ପାଣିରେ ସ୍ନାନ କରିବାକୁ ଭଲଲାଗେ,
-କିନ୍ତୁ ଏହା କେଶ ପାଇଁ କ୍ଷତିକାରକ। ଗରମ ପାଣି ପ୍ରଭାବରେ କେଶର ପ୍ରାକୃତିକ ତୈଳ ଅଂଶ ନଷ୍ଟ ହୋଇଯାଏ। ଫଳରେ କେଶ ରୁକ୍ଷ ଓ ଖରାପ ଦେଖାଯାଏ। ତେଣୁ କେଶକୁ ଅଳ୍ପ ଉଷୁମପାଣିରେ ଧୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri