ରାଷ୍ଟ୍ରପତି ଦେଖିବାକୁ କେମିତି: ଅଖିଳ ଗିରି

କୋଲକାତା/ନୂଆଦିଲ୍ଲୀ(ପି.ଟି.)/ ଭୁବନେଶ୍ୱର(ବ୍ୟୁରୋ) ୧୩।୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଶୁକ୍ରବାର ରାତିରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏକ ସଭାକୁ ସମ୍ବୋଧନ କରି ଅଖିଳ କହିଥିଲେ, ସ୍ଥାନୀୟ ବିଧାୟକ ତାଙ୍କୁ ଅସୁନ୍ଦର କହୁଛନ୍ତି। ଜଣେ ବ୍ୟକ୍ତିଙ୍କ ଚେହେରାକୁ ଦେଖି ସେ କିପରି ହୋଇଥିବା ବିଚାର କରିବା ଅନୁଚିତ। ଆମେ ରାଷ୍ଟ୍ରପତିଙ୍କ ପଦମର୍ଯ୍ୟାଦାକୁ ସମ୍ମାନ ଦେଉଛୁ। କିନ୍ତୁ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ବୋଲି ଅଖିଳ କହୁଥିବାବେଳର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି। ଏହି ମନ୍ତବ୍ୟକୁ ଭାଜପା, ବିଜେଡି ଏବଂ କଂଗ୍ରେସ ଦୃଢ଼ ନିନ୍ଦା କରିଛନ୍ତି। ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ଭଳି ମନ୍ତବ୍ୟ ଦେବା ଅନୁଚିତ କହି ଦଳଗୁଡ଼ିକ ସମାଲୋଚନା କରିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଖିଳଙ୍କୁ କ୍ୟାବିନେଟରୁ ବାହାର କରନ୍ତୁ ବୋଲି ଦାବି କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରାକୁ ନେଇ ପଶ୍ଚିମବଙ୍ଗର ସୁଧାର ଗୃହ ମନ୍ତ୍ରୀ ଅଖିଳ ଗିରିଙ୍କ ଆପତ୍ତିଜନକ ମନ୍ତବ୍ୟର ୧୭ ସେକେଣ୍ଡ

ଅବଧିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶାସକ ଟିଏମ୍‌ସି ଏହି ବିବାଦରୁ ନିରାପଦ ଦୂରତା ଅବଲମ୍ବନ କରିବାକୁ ଉଚିତ ମଣିଛି। ଶେଷରେ ୬୩ ବର୍ଷୀୟ ଅଖିଳ ଶନିବାର କ୍ଷମା ମାଗିଛନ୍ତି। ସେ କହିଛନ୍ତି, ତାଙ୍କ ଚେହେରା ପାଇଁ ସବୁଦିନ ଖରାପ କଥା ଶୁଣିବାକୁ ମିଳୁଛି। ସମ୍ମାନନୀୟା ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ତାଙ୍କ ଉଦ୍ଦେଶ୍ୟ ନ ଥିଲା। ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରିବା ପାଇଁ ଯେଭଳି ଭାଷା ବ୍ୟବହାର କରୁଛନ୍ତି ସେ କେବଳ ତା’ର ଜବାବ ଦେଉଥିଲେ। ଦେଶର ସମ୍ବିଧାନ ଭଳି ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିଥିବା କେହି ମନେକରୁଥିଲେ ସେ କ୍ଷମାପ୍ରାର୍ଥୀ ବୋଲି ଏକ ଟିଭି ଚ୍ୟାନେଲରେ କହିଛନ୍ତି।
ମନ୍ତ୍ରୀ କ୍ଷମା ମାଗିବା ପରେ ମଧ୍ୟ ବିବାଦ ଥମିବାର ନଁା ନେଉନାହିଁ। ଅଖିଳଙ୍କ ମନ୍ତବ୍ୟ ଟିଏମ୍‌ସିର ଆଦିବାସୀ ବିରୋଧୀ ମନୋଭାବକୁ ପ୍ରତିଫଳିତ କରୁଛି ବୋଲି ପଶ୍ଚିମବଙ୍ଗର ଶାସକ ଦଳକୁ ବିରୋଧୀ ଭାଜପା ଟାର୍ଗେଟ କରିଛି। ସେହିପରି ଭାଜପାର ରାଷ୍ଟ୍ରୀୟ ସୂଚନା ଓ ପ୍ରଯୁକ୍ତି ବିଭାଗ ସହପ୍ରଭାରୀ ଅମିତ୍‌ ମାଲବ୍ୟ ଟୁଇଟ୍‌ କରି କହିଛନ୍ତି, ମମତାଙ୍କ କ୍ୟାବିନେଟ ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁବେଳେ ଦଳିତ ବିରୋଧୀ ରହିଆସିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ସେ ଦ୍ରୌପଦୀଙ୍କୁ ସମର୍ଥନ କରି ନ ଥିଲେ। ଏବେ ତାଙ୍କ ଦଳର ନେତା ରାଷ୍ଟ୍ରପତିଙ୍କୁ ଅସମ୍ମାନ କରୁଛନ୍ତି। ଅଖିଳଙ୍କ ଗିରଫଦାରି ଏବଂ କ୍ୟାବିନେଟରୁ ବହିଷ୍କାର ଦାବିରେ ଭାଜପା ପକ୍ଷରୁ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ସର୍ବସାଧାରଣରେ କ୍ଷମା ମାଗନ୍ତୁ। କାହା ଇଙ୍ଗିତରେ ମନ୍ତ୍ରୀ ଅଖିଳ ଏଭଳି ଦୁର୍ଭାଗ୍ୟଜନକ ମନ୍ତବ୍ୟ ଦେଲେ ମମତା ସେନେଇ ସ୍ପଷ୍ଟୀକରଣ ଦିଅନ୍ତୁ। ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ମଧ୍ୟ ଏନେଇ ଅଖିଳଙ୍କୁ ନୋଟିସ କରିଛନ୍ତି।
ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜ୍ୟର ସବୁ ରାଜନୈତିକ ଦଳ ଟିଏମ୍‌ସି ମନ୍ତ୍ରୀ ଅଖିଳଙ୍କୁ ସମାଲୋଚନା କରିଛନ୍ତି। ଅଖିଳଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଭାଜପା ଆଦିବାସୀ ମୋର୍ଚ୍ଚା ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କହିଛନ୍ତି, ଜଣେ ଟିଏମ୍‌ସି ସଦସ୍ୟ ଦେଶର ପ୍ରଥମ ନାଗରିକ ତଥା ମହିଳାଙ୍କୁ ଅପମାନ କରିବା ପରେ ଦଳର ସୁପ୍ରିମୋ ମମତା ତୁରନ୍ତ ଇସ୍ତଫା ଦେବା ଉଚିତ। ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଓଡ଼ିଶା ମାଟିର ଝିଅଙ୍କୁ ଅପମାନିତ କରିଥିବା ଅଖିଳଙ୍କୁ ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଦ୍ରୌପଦୀ କେମିତି ଦେଖାଯାଆନ୍ତି ବୋଲି ପ୍ରଶ୍ନ କରୁଛନ୍ତି। ତାଙ୍କ ଚେହେରାରେ କ’ଣ ଅସୁବିଧା ଅଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦେଖିବାକୁ କେମିତି ବୋଲି ସୁର ଓଲଟା ପ୍ରଶ୍ନ କରିଛନ୍ତି। ବିଜେଡିର ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ୍‌ କହିଛନ୍ତି, ଦୀର୍ଘ ସଂଗ୍ରାମ ପରେ ଜଣେ ଓଡ଼ିଆ ଝିଅ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଯାଇଛନ୍ତି। ପ୍ରଥମ ନାଗରିକ କେମିତି ଦେଖାଯାଆନ୍ତି ତାକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ଲଜ୍ଜାଜନକ। ଇତିମଧ୍ୟରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଅଖିଳଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇ ତାଙ୍କ ମନ୍ତ୍ରୀ ପରିଷଦରେ ଏପରି ଜଣେ ବ୍ୟକ୍ତିଙ୍କୁ କିପରି ବରଦାସ୍ତ କରୁଛନ୍ତି ବୋଲି କୁସୁମ ପ୍ରଶ୍ନ କରିଛନ୍ତି।
ଏନ୍‌ଏଚ୍‌ଆର୍‌ସିରେ ମାମଲା

ଭୁବନେଶ୍ୱର,୧୩।୧୧(ବ୍ୟୁରୋ) – ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୌନ୍ଦର୍ଯ୍ୟକୁ ନେଇ କଟାକ୍ଷ କରିଥିଲେ। ଶୁକ୍ରବାର ଅପରାହ୍ନରେ ନନ୍ଦିଗ୍ରାମଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ, ଆମେ ଚେହେରା ଆଧାରରେ କାହାକୁ ବିଚାର କରୁନାହୁଁ। ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ କରୁ। ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ବୋଲି ତାତ୍ସଲ୍ୟଭରା କଣ୍ଠରେ କହିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବାବେଳେ ଘଟଣାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମ୍ପୃକ୍ତ ମନ୍ତ୍ରୀଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଥିବାବେଳେ ଏନେଇ ଜାତୀୟ ମାନବ ଅଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ମାମଲା ନଂ. ୧୮୯୭୨/ଇନ୍‌/୨୦୨୨ ଦାଏର ହୋଇଛି। ନ୍ୟାୟ ପାଇଁ ଲଢେଇ ପରିବାର ଓଡ଼ିଶାର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେବା ସହ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri