କିପରି କମିବ କାର୍ବନ ନିର୍ଗମନ

ଓ୍ବାଶିଂଟନ୍‌, ୧୭ା୧୧: ପରିବେଶ ଉପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ପ୍ରତି ବ୍ୟକ୍ତିଙ୍କ ପ୍ରଭାବ ପଡ଼ିଥାଏ। ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀ ମାଧ୍ୟମରେ କାର୍ବନ ଡାଇଅକ୍ସସାଇଡ୍‌ ବା ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ। ଶିଳ୍ପ ବିପ୍ଳବ ପୂର୍ବରୁ ମାନବର କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟି ହୋଇଥିବା ଅଙ୍ଗାରକାମ୍ଲକୁୁ ଆମ ଜଙ୍ଗଲ ଶୋଷଣ କରିନେବାରେ ସକ୍ଷମ ଥିଲା। କିନ୍ତୁ ଶିଳ୍ପ ଯୁଗ ଆରମ୍ଭ ପରେ ଇନ୍ଧନର ବହୁଳ ବ୍ୟବହାର, ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ ନଷ୍ଟ ଆଦି ପ୍ରମୁଖ କାରଣ ଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜଳବାୟୁରେ ବିପଜ୍ଜନକ ପରିବର୍ତ୍ତନ ରୋକିବାକୁ ପ୍ରତି ବ୍ୟକ୍ତି ଉଦ୍ୟମ କରିବାର ସମୟ ଉପନୀତ। ଛୋଟ ଛୋଟ ପ୍ରଚେଷ୍ଟାରେ ଏ ଦିଗରେ ସଫଳତା ମଧ୍ୟ ମିଳିପାରିବ। କେତେକ ଆବଶ୍ୟକ ପଦକ୍ଷେପ ଆମ ଘରକୁ ପରିବେଶ ଅନୁକୂଳ କରିବାରେ ଯଥେଷ୍ଟ ସାହାଯ୍ୟ କରିପାରିବ।
ପ୍ରଦୂଷଣରେ ଜୀବାଶ୍ମ ଇନ୍ଧନ ମୁଖ୍ୟ କାରକ। ତେଣୁ ନିତିଦିନିଆ ଜୀବନରେ ପ୍ରାକୃତିକ ଗ୍ୟାସ୍‌, ତୈଳ ଆଦି ଉପରେ ନିର୍ଭରଶୀଳତା କମାଇବାକୁ ପଡ଼ିବ। ଘରକୁ ସମ୍ପୂର୍ଣ୍ଣ ବିଦ୍ୟୁତ୍‌କରଣ ସହ ହିଟ୍‌ ପମ୍ପ ବ୍ୟବହାର କରିହେବ। ବିଦ୍ୟୁତ୍‌ ସୃଷ୍ଟି ନିମନ୍ତେ ସୋଲାର ପ୍ୟାନେଲ, ବ୍ୟାଟେରିର ଉପଯୋଗ ବଢ଼ାଇ ହେବ। ଶକ୍ତି ଖର୍ଚ୍ଚକୁ ନିୟନ୍ତ୍ରଣ ନିମନ୍ତେ ଆମେ ଘରେ ସ୍ମାର୍ଟ ମିଟର ବସାଇପାରିବା। ହିଟ୍‌ ପମ୍ପ ଯୋଗେ ଘରୁ ଗରମ ଏବଂ ଥଣ୍ଡା ବାୟୁକୁ ବାହାର କରି ତାପମାତ୍ରା ସନ୍ତୁଳିତ କରିହେବ। ହିଟ୍‌ ପମ୍ପ୍‌ର ବ୍ୟବହାର ଅଧିକାଂଶ ଲୋକଙ୍କ ପକେଟ୍‌କୁ ମଧ୍ୟ ସୁହାଇବ। ଅତ୍ୟଧିକ ଥଣ୍ଡା ପାଣିପାଗରେ ମଧ୍ୟ ଏହା କାର୍ଯ୍ୟ କରିବାରେ ସକ୍ଷମ। ତେବେ କମ୍‌ ତାପମାତ୍ରାରେ ଏହା ଅଧିକ ବିଦ୍ୟୁତ୍‌ଶକ୍ତି ଆବଶ୍ୟକ କରିଥାଏ। ଗ୍ୟାସ୍‌ ଚାଳିତ ଉପକରଣ ବଦଳରେ ଇଣ୍ଡକ୍ସନ ରେଞ୍ଜ୍‌କୁ ଗୁରୁତ୍ୱ ଦେଇପାରିବା। ଏହା ସିଧାସଳଖ ଭାବେ କୌଣସି ପାତ୍ରକୁ ଗରମ କରିବା ପାଇଁ ଚୁମ୍ବକ ବା ମାଗ୍ନନେଟ୍‌ ବ୍ୟବହାର କରେ। ଏହା ଗ୍ୟାସ୍‌ ରେଞ୍ଜ୍‌ଠାରୁ ସାମାନ୍ୟ ମହଙ୍ଗା। ଏଥିପାଇଁ ଅଲଗା ରୋଷେଇ ଶୈଳୀ ଏବଂ ସ୍ବତନ୍ତ୍ର ଉପକରଣ ଆବଶ୍ୟକ। ବିଦ୍ୟୁତ୍‌ଚାଳିତ ଯାନର ମାଲିକ ପ୍ରାୟତଃ ଘରେ ଚାର୍ଜର ଇନ୍‌ଷ୍ଟଲ କରୁଛନ୍ତି, ଯାହା ବାହାରେ ଗାଡ଼ି ଚାର୍ଜ କରିବା ଜନିତ ଖର୍ଚ୍ଚରୁ ବଞ୍ଚାଉଛି। ଏହାଦ୍ୱାରା ବ୍ୟାଟେରି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁଛି।
ଦିଗରେ ଆମେ ଅଧିକରୁ ଅଧିକ ଟେକ୍ନୋଲୋଜିର ସହାୟତା ନେଇପାରିବା। ସ୍ମାର୍ଟ ମିଟର, ପ୍ୟାନେଲ, ଥର୍ମୋଷ୍ଟାଟ୍‌ ଆଦି କେଉଁ ଜିନିଷ କେତେ ବିଦ୍ୟୁତ୍‌ ଖର୍ଚ୍ଚ କରୁଛି ଏବଂ ଏ ବାବଦରେ ଘରର ମୋଟ ଖର୍ଚ୍ଚ ଆମକୁ ଜଣାଇପାରିବ। ଏହା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତି କେଉଁ ସମୟରେ ଗାଡ଼ି ଚାର୍ଜ କରିବା ଭଳି କାର୍ଯ୍ୟରେ ବିଦ୍ୟୁତ୍‌ ଖର୍ଚ୍ଚ କରିପାରିବେ ତାହା ଜାଣିପାରିବେ। ପାଓ୍ବାରଗ୍ରୀଡ୍‌ରୁ ବିଦ୍ୟୁତ୍‌ କିଣିବା ପରିବର୍ତ୍ତେ ଘର ଛାତରେ ସୋଲାର ପ୍ୟାନେଲ ଇନ୍‌ଷ୍ଟଲ କରି ସେଥିରୁ ଉତ୍ପନ ଶକ୍ତି ଖର୍ଚ୍ଚ ହେବ।
ବଗିଚା ସୃଷ୍ଟି କରିବା ଏକ ସର୍ବୋତ୍ତମ ମାଧ୍ୟମ। ଘର ଭିତରେ ମଧ୍ୟ ସ୍ପାଇଡର ପ୍ଲାଣ୍ଟ, ଆଲୋଭେରା ଭଳି ଅମ୍ଳଜାନ ସୃଷ୍ଟିକାରୀ ଗଛ ଲଗାଇପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri