ଶୀତରେ କିପରି ଲାଗିବେ ଫ୍ୟାଶନେବଲ୍‌

ଶୀତଦିନେ ଏମିତି ଆଉଟ୍‌ଫିଟ୍‌ ପସନ୍ଦ କରନ୍ତୁ; ଯାହା ଶୀତରୁ ରକ୍ଷା କରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦେବ। ଖାସ୍‌ ଶୀତ ପାଇଁ କ’ଣ କ’ଣ ପିନ୍ଧିବେ ସେ ସମ୍ପର୍କରେ ଏଠାରେ କିଛି ଟିପ୍ସ ଦିଆଗଲା; ଯାହାକୁ ଆପଣାଇ ଯୁବତୀମାନେ ଅତି ସହଜରେ ଫ୍ୟାଶନେବଲ୍‌ ଲୁକ୍‌ ପାଇପାରିବେ…

* ଜମ୍ପସୁଟ୍‌ ସହ ଶ୍ରଗ୍‌: ଶୀତଦିନେ ଫ୍ୟାଶନେବଲ୍‌ ଲୁକ୍‌ ସାଙ୍ଗକୁ କମ୍ଫର୍ଟ ଉପରେ ବିଶେଷ ଧ୍ୟାନ ଦେଉଥିବା ଯୁବତୀମାନେ ଚାହିଁଲେ ଜମ୍ପସୁଟ୍‌ ସହ ଶ୍ରଗ୍‌କୁ ମ୍ୟାଚିଂ କରି ପିନ୍ଧିପାରିବେ। ଏହି ଆଉଟ୍‌ଫିଟ୍‌ ଶୀତ ଦାଉରୁ ରକ୍ଷା କରିବା ସଙ୍ଗେସଙ୍ଗେ ଯୁବତୀଙ୍କୁ ଟ୍ରେଣ୍ଡି ଲୁକ୍‌ ଦେଇଥାଏ। ଖାସ୍‌ କରି ଆଉଟିଂରେ ଯିବାବେଳେ ଏହାକୁ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

* ହୁଡେଡ୍‌ ଟି-ଶାର୍ଟ: ଶୀତ ଋତୁରେ ଦିନବେଳା ହେଉଥିବା ହାଲ୍‌କା ହାଲ୍‌କା ଥଣ୍ଡାରେ ହୁଡେଡ୍‌ ଟି-ଶାର୍ଟ ପିନ୍ଧିଲେ ବେଶ୍‌ ଆରାମ ଲାଗିଥାଏ। ଏହାର ଉଭୟ ପ୍ଲେନ୍‌ ଓ ଚେକ୍‌ ଷ୍ଟାଇଲ୍‌ ଟି-ଶାର୍ଟ ଯେମିତି ସୁନ୍ଦର ଦେଖାଯାଏ ସେମିତି ଆଟ୍ରାକ୍ଟିଭ୍‌ ଲୁକ୍‌ ବି ଦେଇଥାଏ। ଏହାକୁ ଅଫିସ୍‌ ହେଉ କିମ୍ବା ଆଉଟିଂରେ ଯିବାବେଳେ ଆରାମରେ ପିନ୍ଧାଯାଇପାରେ। ସେହିପରି ଅଧିକ ଆକର୍ଷଣୀୟ ଲୁକ୍‌ ଚାହୁଁଥିଲେ, ଏହି ଆଉଟ୍‌ଫିଟ୍‌ ସାଙ୍ଗକୁ ଷ୍ଟାଇଲିଶ୍‌ ସନ୍‌ଗ୍ଲାସ୍‌ ବି ଟ୍ରାଏ କରିପାରିବେ। ସବୁଠୁ ବଡ଼ କଥା ହେଉଛି ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ୍‌ର ହୁଡେଡ୍‌ ଟି-ଶାର୍ଟ ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି।

* କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌: ଏହାକୁ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ଯେମିତି ସୁନ୍ଦର ଲାଗେ, ସେମିତି ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହିତ ଏହାକୁ ଟ୍ରାଏ କଲେ ଡିଫରେଣ୍ଟ ଲୁକ୍‌ ମିଳିଥାଏ। ଖାସ୍‌ କରି ହାଲ୍‌କା ରଙ୍ଗରେ ଆସୁଥିବା କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌କୁ ଟ୍ରାଉଜର୍ସ କିମ୍ବା ଜିନ୍ସ ସହ ପେୟାର୍‌ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିବା ସହ ଶୀତରୁ ରକ୍ଷା ମିଳିଥାଏ।

* ଅଲ୍‌ ଟାଇମ୍‌ ହିଟ୍‌ ସ୍ବେଟର୍‌: ଶୀତଦିନେ ଶର୍ଟ ଷ୍ଟାଇଲ୍‌ ସ୍ବେଟର୍‌ଠାରୁ ଆରମ୍ଭ କରି ଓଭର୍‌ ସାଇଜ୍‌ ସ୍ବେଟର୍‌ ପର୍ଯ୍ୟନ୍ତ ସବୁର ଖୁବ୍‌ ଡିମାଣ୍ଡ ରହିଥାଏ। ସମୟାନୁସାରେ ଫ୍ୟାଶନ୍‌ ଟ୍ରେଣ୍ଡରେ ଅନେକ ପରିବର୍ତ୍ତନ ଆସୁଥିଲେ ବି ଶୀତଦିନେ ସ୍ବେଟର୍‌ର ଚାହିଦା କେବେ ବି କମେ ନାହିଁ। ସେଥିପାଇଁ ପ୍ରତିବର୍ଷ ଶୀତଦିନେ ମାର୍କେଟ୍‌ରେ ଅନେକ ଆକର୍ଷଣୀୟ ଡିଜାଇନ୍‌ର ସ୍ବେଟର୍‌ ବିକ୍ରି ହୋଇଥାଏ, ଯାହାକୁ ଉଭୟ ଓ୍ବେଷ୍ଟର୍ନ ଓ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିହୁଏ।

* ଓ୍ବିଣ୍ଟର କ୍ୟାପ୍‌: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ସାଙ୍ଗକୁ ଶୀତଦାଉରୁ ରକ୍ଷା ପାଇବା ପାଇଁ କେବଳ ଆକର୍ଷଣୀୟ ଆଉଟ୍‌ଫିଟ୍‌ କିମ୍ବା ସ୍ବେଟର୍‌ ପିନ୍ଧିଦେଲେ ତ ହେବନି, ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ଓ୍ବିଣ୍ଟର୍‌ କ୍ୟାପ୍‌ର ବି ଆବଶ୍ୟକତା ରହିଥାଏ। ସେଥିପାଇଁ ବେନି କ୍ୟାପ୍‌, କଲର୍‌-ବ୍ଲକ୍‌ ଫେଡୋରା କ୍ୟାପ୍‌, ପମ୍‌ ପମ୍‌ କ୍ୟାପ୍‌, ଲେଦର୍‌ ଷ୍ଟାଇଲ୍‌ ଫ୍ୟାବ୍ରିକ୍‌ କ୍ୟାପ୍‌ ଭଳି କେତେକ ଟ୍ରେଣ୍ଡି ଓ୍ବିଣ୍ଟର୍‌ କ୍ୟାପ୍‌ର ଶୀତଦିନେ ଖୁବ୍‌ ଚାହିଦା ବଢିଯାଏ।

* ଓ୍ବିଣ୍ଟର ଫୁଟ୍‌ଓ୍ବେର୍‌: ଦେହ ଓ ମୁଣ୍ଡ ସହ ଶୀତଦିନେ ପାଦକୁ ସୁରକ୍ଷା ଦେବା ପାଇଁ ବି ମାର୍କେଟ୍‌ରେ ଅନେକ ଭେରାଇଟିର ଓ୍ବିଣ୍ଟର୍‌ ଫୁଟ୍‌ଓ୍ବେର୍‌ ମିଳିଥାଏ। ଯେମିତିକି: ସ୍ନିକର୍ସ, ଆଙ୍କେଲ୍‌ ବୁଟ୍‌, ଓ୍ବେଦରପ୍ରୁଫ୍‌ ବୁଟ୍‌, ରାଇଡିଂ ବୁଟ୍‌ ଇତ୍ୟାଦି। ଯୁବତୀମାନେ ଚାହିଁଲେ ଏହିସବୁ ଫୁଟ୍‌ଓ୍ବେର୍‌କୁ ଟ୍ରାଏ କରି ଶୀତଦିନେ ସହଜରେ ଫ୍ୟାଶନେବଲ୍‌ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

୫୦୦ବର୍ଷ ପରେ ୨୦୨୬ରେ ୩ଥର ନକ୍ଷତ୍ର ପରିବର୍ତ୍ତନ କରିବେ ଶନି, ଜମି-କୋଠାବାଡି କିଣିବେ ଏହି ରାଶି

ପ୍ରତିବର୍ଷ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ଏବଂ ନକ୍ଷତ୍ର ଦେଇ ଗତି କରନ୍ତି, ସିଧାସଳଖ କିମ୍ୱା ପଛକୁ ଯାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହ...

୨୯ ଡିସେମ୍ୱରରେ ଏହି ୩ରାଶିର ଭଲ ଟାଇମ୍‌, ବର୍ଷଶେଷବେଳକୁ ହୁ ହୁ ହୋଇ ବଢିଯିବ ଧନ

ହିନ୍ଦୁ ଧର୍ମରେ, ଗ୍ରହ ଆଧାରରେ ରାଶି ଗଣନା କରାଯାଏ। ଯେତେବେଳେ କୌଣସି ଗ୍ରହ ତାର ରାଶି ପରିବର୍ତ୍ତନ କରେ, ଏହା ଶୁଭ ଏବଂ ଅଶୁଭ ଉଭୟ...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri