ଭାକ୍ସିନ୍‌ କାମ କରୁଛି ବୋଲି ଜାଣିବେ କିପରି…

ନୂଆଦିଲ୍ଲୀ, ୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସାର୍ବଜନୀକ ଭାକ୍ସିନ୍‌ କରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍‌ ନେବା ପରେ ଏହା କାମ କରୁଛି କି ନାହିଁ ସେ ନେଇ କେତେକଙ୍କ ମନରେ ସ୍ବତଃ ପ୍ରଶ୍ନ ଉଠୁଛି। ଭାକ୍ସିନ୍‌ ନେବା ପରେ କିଛି ଲୋକଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉ ନାହିଁ। ମାତ୍ର ଅନ୍ୟ କେତେକଙ୍କଠାରେ ଦେହ ଥଣ୍ଡା ଲାଗିବା, ଜ୍ୱର ହେବା, ଶରୀର ବିନ୍ଧାବିନ୍ଧି କରିବା, ଦୁର୍ବଳ ଲାଗିବା, ଥକା ଲାଗିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଏଥିରୁ ଜଣା ପଡ଼ିଥାଏ ଯେ, ଭାକ୍ସିନ୍‌ ଠିକ୍‌ ଭାବେ କାମ କରୁଛି। ଏସବୁ ଲକ୍ଷଣ ଶରୀରରେ ହଠାତ୍‌ ବୃଦ୍ଧି ପାଉଥିବା ରୋଗପ୍ରତିରୋଧକ ଶକ୍ତି ଯୋଗୁ ପ୍ରକାଶ ପାଇଥାଏ। ଏନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ବିଶେଷଜ୍ଞ କହିଥାନ୍ତି। ଦିନେ ଅବା ଦୁଇ ଦିନ ପରେ ଏସବୁ ସମସ୍ୟା ଦୂର ହୋଇଯାଇଥାଏ। ଭାକ୍ସିନ୍‌ ନେବା ସହିତ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ କରିବା ମଧ୍ୟ ଅପରିହାର୍ଯ୍ୟ। ସେସବୁ ମଧ୍ୟରେ ନିୟମିତ ହାତଧୋଇବା, ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ଅତ୍ୟନ୍ତ ଗୁରାୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି।