ଧାର୍ମିକ ପୁସ୍ତକକୁ ରଖିବେ କେମିତି

ଧାର୍ମିକ ପୁସ୍ତକର ଅଧ୍ୟୟନ ମନକୁ ଶାନ୍ତି ଦେବା ସହ ଉଚିତ୍‌ ମାର୍ଗ ଦେଖାଇଥାଏ। ଏହି ପୁସ୍ତକଗୁଡ଼ିକୁ ପବିତ୍ର ବୋଲି କୁହାଯାଏ। ତେଣୁ ଏହାକୁ ଉପଯୁକ୍ତ ସମ୍ମାନ ଦେବା ସହିତ ଖୁବ୍‌ ଯତ୍ନର ସହ ସାଇତି ରଖିବା ଦରକାର। ସେଥିପାଇଁ ଅନେକେ ପୂଜାଘରମାନଙ୍କରେ ବିଭିନ୍ନ ପ୍ରକାରର ଧାର୍ମିକ ଗ୍ରନ୍ଥ ହେଉ ଅବା ପୁସ୍ତକ ଆଦିକୁ ରଖିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଧାର୍ମିକ ପୁସ୍ତକକୁ ରଖିବାର ଉପଯୁକ୍ତ ଦିଗ ହେଉଛି ପଶ୍ଚିମ ଦିଗ। ଏହି ଦିଗର ପରିଷ୍କାର ସ୍ଥାନରେ ଧାର୍ମିକ ଗ୍ରନ୍ଥ ହେଉ ଅବା ପୁସ୍ତକକୁ ରଖି ନିୟମିତ ଅଧ୍ୟୟନ କଲେ, ଘର ତଥା ଘରର ସଦସ୍ୟଙ୍କର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବେଳେବେଳେ ଦେଖାଯାଏ, କିଛି ଲୋକ ପଢୁପଢୁ ତକିଆ ତଳେ ବି କୌଣସି ଧାର୍ମିକ ପୁସ୍ତକକୁ ରଖି ଶୋଇଯାନ୍ତି, କିନ୍ତୁ ଏପରି କରିବା ଆଦୌ ଠିକ୍‌ ନୁହେଁ। ଏପରି କାର୍ଯ୍ୟ ସମସ୍ୟାକୁ ଟାଣି ଆଣେ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।