ଘରେ ଦର୍ପଣକୁ କିପରି ରଖିବେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହରେ ଶାନ୍ତି ବଜାୟ ରଖିବାକୁ ନେଇ ଦର୍ପଣର ମଧ୍ୟ ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଘରର କେଉଁ ସ୍ଥାନରେ ଦର୍ପଣ ରଖିଲେ କି ପ୍ରକାରର ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…
*ଯେହେତୁ ଉତ୍ତର ଦିଗର ସ୍ବାମୀ ହେଲେ ଭଗବାନ କୁବେର ଏବଂ ପୂର୍ବ ଦିଗର ସ୍ବାମୀ ଭଗବାନ ସୂର୍ଯ୍ୟ। ତେଣୁ ଏହି ଦୁଇ ଦିଗରେ ଦର୍ପଣ ଲଗାଇବା ଶୁଭ ହୋଇଥାଏ।
*କିନ୍ତୁ ଭୁଲ୍‌ରେ ବି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଦର୍ପଣ ଲଗାଇବା କିମ୍ବା ରଖିବା ଠିକ୍‌ ନୁହେଁ। କାରଣ ଦକ୍ଷିଣ ଦିଗର ସ୍ବାମୀ ହେଲେ ପ୍ରଭୂ ଯମରାଜ ଏବଂ ପଶ୍ଚିମ ଦିଗର ଦେବତା ହେଲେ ଶନିଦେବ। ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଯଦି ଏହି ଦୁଇ ଦିଗରେ ଦର୍ପଣ ଲଗାଯାଏ; ତା’ହେଲେ ଗୃହରେ ସର୍ବଦା ଅଶାନ୍ତି ଲାଗି ରହିଥାଏ।
*ସେହିପରି ଦର୍ପଣକୁ ସର୍ବଦା ସଫାସୁତୁରା ରଖିବା ଦରକାର। ତା’ସହିତ ଧ୍ୟାନ ଦେବେ ଦର୍ପଣରେ ଯେମିତି କୌଣସି ବିପଦପୂର୍ଣ୍ଣ ବସ୍ତୁ ବା ଅଶୁଭ ବସ୍ତୁର ପ୍ରତିଫଳନ ହେଉ ନଥିବ। ଯେମିତିକି: ଛୁରୀ, କିଛି ବି ମାରାଣାସ୍ତ୍ର, ଗ୍ୟାସ, ଡସ୍‌ବିନ୍‌ର ଅଳିଆ ଆବର୍ଜନା, ଖରାପ ହୋଇଯାଇଥିବା କୌଣସି ବସ୍ତୁ ଇତ୍ୟାଦି। କାରଣ ଏହାଦ୍ୱାରା ଗୃହରେ ନକାରାତ୍ମକ ଊର୍ଜ୍ଜା ଉପତ୍ନ ହୋଇଥାଏ।
*ଅନ୍ୟପକ୍ଷେ ଦୁଇଟି ଦର୍ପଣକୁ କେବେ ବି ସାମ୍ମାସାମ୍ମି ରଖିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ପରିବାରରେ ସନ୍ଦେହର ବାତାବରଣ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri