କେମିତି ଚିହ୍ନିବେ ନକଲି ମସଲା: ଜାଣିରଖନ୍ତୁ କେତୋଟି ସହଜ ଉପାୟ…

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମସଲାରେ ମଧ୍ୟ ଅପମିଶ୍ରଣ କରାଯାଉଛି, ଯାହା ସ୍ବାସ୍ଥ୍ୟ ଉପରେ ନକାରାତ୍ମକ
ପ୍ରଭାବ ପକାଉଛି। ତେଣୁ ନକଲି ମସଲା କିପରି ଚିହ୍ନିବେ ଜାଣିରଖନ୍ତୁ କେତୋଟି ସହଜ ଉପାୟ…
ଯଦି ପ୍ୟାକେଟ୍‌ ନ ଆଣି ଖୋଲାରେ ଲଙ୍କାଗୁଣ୍ଡ ଆଣିଛନ୍ତି ତେବେ ତାହା ଅସଲି କି ନୁହେଁ ଜାଣିବା ଲାଗି ଏକ ଗ୍ଲାସ୍‌ ପାଣି ନିଅନ୍ତୁ। ସେଥିରେ ୧ ଚାମଚ ଲଙ୍କାଗୁଣ୍ଡ ପକାନ୍ତୁ। ଯଦି ତାହା ତୁରନ୍ତ ପାଣିରେ ଗ୍ଲାସ୍‌ର ତଳ ଭାଗକୁ ବସିଯାଉଛି ତେବେ ତାହା ନକଲି। କାରଣ ଅସଲି ଲଙ୍କାଗୁଣ୍ଡ କିଛି ସମୟ ପାଣିରେ ଭାସିବା ପରେ ଧୀରେ ଧୀରେ ତଳକୁ ବସିଥାଏ।
ଠିକ୍‌ ସେହିପରି ହଳଦୀଗୁଣ୍ଡ ଅସଲି କି ନକଲି ଯାଞ୍ଚ କରିପାରିବେ। ୧ କାଚ ଗ୍ଲାସ୍‌ରେ ପାଣି ନିଅନ୍ତୁ ଏବଂ ସେଥିରେ ୧ ଚାମଚ ହଳଦୀଗୁଣ୍ଡ ପକାନ୍ତୁ। ଯଦି ହଳଦୀଗୁଣ୍ଡ କିଛି ସମୟ ଭାସି ଧୀରେ ଧୀରେ ତଳକୁ ଯିବ ଏବଂ ପାଣି ଫିକା ହଳଦୀ ରଙ୍ଗ ଦେଖାଯିବ ତେବେ ତାହା ଅସଲି ବୋଲି ଜାଣିବେ। ଯଦି ପାଣିରେ ପକାଇବା ମାତ୍ରେ ହଳଦୀଗୁଣ୍ଡ ତଳକୁ ବସିଯିବ ଏବଂ ପାଣିର ରଙ୍ଗ ଗାଢ଼ ହଳଦିଆ ଦିଶିବ ତେବେ ତାହା ନକଲି।
ଖରାପ ଜିରା ଉପରେ ରଙ୍ଗ କିମ୍ବା ପ୍ରିଜର୍ଭେଟିଭ ଭଳି ଜିନିଷ ମିଶାଯାଇ ଅଧିକ ଦିନ ରଖାଯାଉଛି। ତେଣୁ ଜିରାରେ ମିଶ୍ରଣ ଅଛି କି ନାହିଁ ଜାଣିବା ପାଇଁ କିଛି ଜିରା ନେଇ ଦୁଇ ହାତରେ ରଗଡ଼ନ୍ତୁ, ଯଦି ତାହା ସେହିପରି ରହିବ ଏବଂ ପାପୁଲିରେ କିଛି ନ ଲାଗିବ ତେବେ ତାହା ଅସଲି। ହେଲେ ଯଦି ପାପୁଲିରେ କଳା କିମ୍ବା ମାଟିଆ ରଙ୍ଗର ଧୂଳି ଲାଗିବ ତେବେ ତାହା ନକଲି।
ଏକ ଗିନାରେ ପାଣି ନେଇ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଅସଲି ଗୋଲମିରିଚ ପାଣିରେ ବୁଡ଼ିଯାଉଥିବା ବେଳେ ନକଲି ପାଣିରେ ଭାସିବ।
ଗ୍ୟାସ୍‌ ଚୁଲା ଅନ୍‌ କରି ଏହି ଚାମଚ ଦେଖାନ୍ତୁ। ଯଦି ନିଆଁ ସଂସ୍ପର୍ଶରେ ଆସୁ ଆସୁ ଚାମଚରେ ଥିବା ହେଙ୍ଗୁ ଜଳିଯାଏ ତେବେ ଜାଣିବେ ଏହା ଅସଲି ଏବଂ ଠିକ୍‌ ଭାବେ ନ ଜଳିଲେ ଜାଣିବେ ତାହା ନକଲି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri