ହ୍ବାଟ୍ସଆପ୍‌ରୁ ନିଜର ଗୋପନୀୟ ଚାଟ୍‌କୁ ଡିଲିଟ୍‌ ନ କରି ଏଭଳି ଲୁଚାନ୍ତୁ: ଦରକାର ସମୟରେ ସହଜରେ ମିଳିଯିବ

ନୂଆଦିଲ୍ଲୀ,୨୩।୧୨: ଫେସବୁକ୍‌ର ମେସେଜିଂ ଆପ୍‌ ‘ହ୍ବାଟ୍ସଆପ୍‌’ ବିଶ୍ୱରେ ବ୍ୟବହୃତ ସବୁଠାରୁ ଲୋକପ୍ରିୟ ଆପ୍‌। ଏଥିରେ ଚାଟ୍‌ କରିବା ସମୟରେ କିଛି କଥା ପ୍ରତି ଅନେକେ ଡ଼ରିଥାନ୍ତି। ସେଇଟି ହେଲା ଗୋପନୀୟ ଚାଟ୍‌କୁ କେହି ପଢ଼ିଦେବେନି ତ। ଏଥିପାଇଁ ସେମାନେ ଚାଟ୍‌କୁ ଡିଲିଟ୍‌ ମଧ୍ୟ କରିଦେଇଥାନ୍ତି। ହେଲେ ଯଦି ଆପଣ ଚାଟ୍‌କୁ ଡିଲିଟ୍‌ କରିବାକୁ ଚାହାନ୍ତି ନାହିଁ ଏବଂ ଆପଣ ଚାହାନ୍ତି ତାକୁ ଅନ୍ୟ କେହି ନ ପଢ଼ନ୍ତୁ ତେବେ ଏଭଳି ଉପାୟ ଆପଣାନ୍ତୁ।

ହ୍ବାଟ୍ସଆପ୍‌ର ଏକ ଫିଚର ରହିଛି। ଏଥିରେ ସ୍କ୍ରିନ୍‌ରୁ ଡିଲିଟ୍‌ କରିବା ବିନା ହିଁ ହ୍ବାଟ୍ସଆପ୍‌ ହଟାଇଦେଇଥାଏ। କେହି ଚାହିଁଲେ ପୁନର୍ବାର ଉକ୍ତ ଚାଟ୍‌କୁ ଫେରାଇ ଆଣିପାରିବେ। ଉଭୟ ଗ୍ରୁପ୍‌ ଏବଂ ବ୍ୟକ୍ତିଗତ ଚାଟ୍‌କୁ ଏହି ଉପାୟରେ ଲୁଚାଇ ହେବ।

ହ୍ବାଟ୍ସଅପ୍‌ ଚାଟ୍‌କୁ କିଭଳି ଲୁଚାଇବେ:
-ଫୋନ୍‌ରୁ ହ୍ବାଟ୍ସଆପ୍‌ ଖୋଲନ୍ତୁ
-ଆପ୍‌ ଖୋଲିବା ପରେ ଯେଉଁ ଚାଟ୍‌କୁ ଲୁଚାଇବାକୁ ଚାହୁଁଛନ୍ତି, ତାକୁ କିଛି ସମୟ ଆଙ୍ଗୁଠିରେ ଚାପି ରଖନ୍ତୁ
-ଏହାପରେ ଆପଣଙ୍କୁ ଉପର ଭାଗରେ କିଛି ଅପ୍‌ଶନ୍‌ ଦେଖାଯିବ। ସେଥିରୁ ଗୋଟିଏ ହେଲା ‘Archive /ଆର୍‌କାଇଭ୍‌’। ଏହାକୁ ଚୟନ କରନ୍ତୁ।
-ଏହିପରି କରିବା ପରେ ଡିଲିଟ୍‌ ନ କରି ବି ଆପଣ ଚାଟ୍‌କୁ ଲୁଚାଇପାରିବେ। ଦରକାର ସମୟରେ ପୁଣିଥରେ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri