କିଭଳି ହାରିବ କରୋନା,ଟିକା ନେବାର ୨ ମାସ ମଧ୍ୟରେ କମୁଛି ଆଣ୍ଟିବଡ଼ି…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୪।୯: କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପ୍ରକାଶ ପାଇଥିବା ଏକ ରିପୋର୍ଟ ନେଇ ସରକାରଙ୍କ ଚିନ୍ତା ପୁଣି ବଢ଼ିବାରେ ଲାଗିଛି। ଓଡ଼ିଶାର ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଏବଂ ଆଇସିଏମ୍‌ଆର ପକ୍ଷରୁ ହୋଇଥିବା ମିଳିତ ସର୍ଭେ ରିେପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଟିକା ନେବାର ୨ ମାସ ମଧ୍ୟରେ ଶରୀରରେ ଆଣ୍ଟିବଡ଼ିସ୍ତର ହ୍ରାସ ପାଉଛି।

କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଟିକା ନେଇଥିବା ଲୋକଙ୍କ ଉପରେ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରସ୍ତୁୂତ କରାଯାଇଛି। ବୈଜ୍ଞାନିକ ଡ. ଦେବଦତ୍ତ ଭଟ୍ଟାଚାର୍ଯ୍ୟ ନେତୃତ୍ୱରେ ଗଠିତ ହୋଇଥିବା ଟିମ୍‌ କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଟିକା ନେଇଥିବା ୬୧୪ ଜଣଙ୍କ ଶରୀରର ଆଣ୍ଟବଡ଼ିସ୍ତର ଯାଞ୍ଚ୍‌ କରିଥିଲେ। ସେମାନଙ୍କ ମଧ୍ୟରେ ୩୦୮ ଜଣ ଅର୍ଥାତ୍‌ ୫୦.୨ ପ୍ରତିଶତ କୋଭିଶିଲ୍ଡ ଟିକା ନେଇଥିଲେ। ସେହିପରି ୩୦୬ ଜଣଙ୍କୁ ଅର୍ଥାତ୍‌ ୪୯.୮ ପ୍ରତିଶତଙ୍କୁ କୋଭାକ୍ସିନ୍‌ ଦିଆଯାଇଥିଲା।

ଟିକା ନେବାପରେ ୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। କୋଭାକ୍ସିନ୍‌ ନେଇଥିବା ଲୋକଙ୍କ ଶରୀରରେ ଆଣ୍ଟିବଡ଼ିସ୍ତର ୨ ମାସ ମଧ୍ୟରେ କମୁଥିବାବେଳେ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ମଧ୍ୟରେ ୩ ମାସ ରହିଛି। ଟିକା ଦିଆଯିବାର ୨୪ ସପ୍ତାହ ପରେ ଲୋକଙ୍କର ଆଣ୍ଟିବଡ଼ିସ୍ତର ପରୀକ୍ଷା କରାଯାଇଥିଲା। ତେବେ ମିଳିଥିବା ରିପୋର୍ଟ ବେଶ୍‌ ଚିନ୍ତା ଜନକ ବୋଲି ଡ. ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଟିକାର ଉଭୟ ଡୋଜ୍‌ ନେଇଥିବା ଲୋକଙ୍କୁ ବୁଷ୍ଟର ଦିଆଯିବା ଆବଶ୍ୟକ କି ନୁହେଁ ସେ ନେଇ ଏହି ସର୍ଭେ କରାଯାଇଥିଲା୧

Share