କେମିତି ପାଇବେ ପେଟ୍ରୋଲ ପମ୍ପ ଲାଇସେନ୍ସ? କେତେଟଙ୍କା ଖର୍ଚ୍ଚ କରିବାକୁ ପଡିବ? ଜାଣନ୍ତୁ

ଭୁବନେଶ୍ୱର,୨୮।୮: ଭାରତରେ ପେଟ୍ରୋଲ ପମ୍ପ ଖୋଲିବା ଏକ ଲାଭଜନକ ବ୍ୟବସାୟ ହୋଇପାରେ, କିନ୍ତୁ ଏହା ପାଇଁ ନିୟମାବଳୀ ପାଳନ ଏବଂ ଉଲ୍ଲେଖନୀୟ ଆର୍ଥିକ ବିନିଯୋଗ ଆବଶ୍ୟକ। ଏହି ଲେଖାରେ ଆମେ ପେଟ୍ରୋଲ ପମ୍ପ ଡିଲରସିପ ଖୋଲିବାର ପ୍ରକ୍ରିୟା ଏବଂ ଏହାର ଖର୍ଚ୍ଚ ସମ୍ପର୍କରେ ଆଲୋଚନା କରିବା।

ପେଟ୍ରୋଲ ପମ୍ପ ଖୋଲିବାର ପ୍ରକ୍ରିୟା
ଆବେଦନକାରୀ ଭାରତୀୟ ନାଗରିକ ହେବା ଆବଶ୍ୟକ। ଅଣ-ନିବାସୀ ଭାରତୀୟ (NRI) ହେଲେ, ଆବେଦନ ପୂର୍ବରୁ ଅତିକମରେ ୧୮୦ ଦିନ ଭାରତରେ ରହିବା ଜରୁରୀ।

ବୟସ: ଆବେଦନକାରୀଙ୍କ ବୟସ ୨୧ ରୁ ୫୫ ବର୍ଷ ମଧ୍ୟରେ ହେବା ଉଚିତ।

ଗ୍ରାମାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ SC/ST/OBC ଆବେଦନକାରୀଙ୍କ ପାଇଁ ନ୍ୟୂନତମ ୧୦ମ ପାସ ଏବଂ ସାଧାରଣ ଶ୍ରେଣୀ ପାଇଁ ୧୨ମ ପାସ ଆବଶ୍ୟକ। ସହରାଞ୍ଚଳରେ ଡିଲରସିପ ପାଇଁ ସ୍ନାତକ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କମ୍ପାନୀ ସେକ୍ରେଟାରୀ କିମ୍ବା ଇଞ୍ଜିନିୟରିଂ ଡିପ୍ଲୋମା ଆବଶ୍ୟକ।

ଆବେଦନକାରୀଙ୍କ ନ୍ୟୂନତମ ନେଟ ୱର୍ଥ ୨୫ ଲକ୍ଷ ଟଙ୍କା ଏବଂ ପରିବାରର ନେଟ ୱାର୍ଥ ୫୦ ଲକ୍ଷ ଟଙ୍କା ହେବା ଉଚିତ।

ଆବେଦନକାରୀଙ୍କର କୌଣସି ଅପରାଧିକ ରେକର୍ଡ ନ ଥିବା ଉଚିତ ଏବଂ ସେ କୌଣସି ବ୍ୟବସାୟ ଋଣରେ ଡିଫଲ୍ଟର ହୋଇ ନ ଥିବେ।

ପେଟ୍ରୋଲ ପମ୍ପ ପାଇଁ ୮୦୦ ରୁ ୨୦୦୦ ବର୍ଗ ମିଟର ଜମି ଆବଶ୍ୟକ, ଯାହା ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ ଉପରେ ର୍ନିଭର କରେ। ଜମି ଆବେଦନକାରୀଙ୍କ ନାମରେ ହେବା ଉଚିତ କିମ୍ବା ର୍ନିଦ୍ଦିଷ୍ଟ ଅବଧି ପାଇଁ ଲିଜରେ ନିଆଯାଇପାରେ। ଜମି ରାସ୍ତା ସହ ସଂଯୁକ୍ତ ଏବଂ ସମତଳ ହେବା ଜରୁରୀ।

ଆବେଦନ ପ୍ରକ୍ରିୟା
ତୈଳ ବିପଣନ କମ୍ପାନୀ (OMCs) ଯଥା ଇଣ୍ଡିଆନ ଅଏଲ କର୍ପୋରେସନ (IOCL), ଭାରତ ପେଟ୍ରୋଲିୟମ (BPCL), ହିନ୍ଦୁସ୍ତାନ ପେଟ୍ରୋଲିୟମ (HPCL), ନୟାରା ଏନର୍ଜୀ ପ୍ରଭୃତି ଖବରକାଗଜ କିମ୍ବା ଅଫିସିଆଲ ୱେବସାଇଟ୍ରେ ଡିଲରସିପ ପାଇଁ ବିଜ୍ଞାପନ ପ୍ରକାଶ କରନ୍ତି।

ଅନଲାଇନ ଆବେଦନ: www.petrolpumpdealerchayan.in ପୋର୍ଟାଲରେ ଖୋଲନ୍ତୁ। Register Now ବିକଳ୍ପରେ କ୍ଲିକ କରି ଏକ ଆକାଉଣ୍ଟ ସୃଷ୍ଟି କରନ୍ତୁ, ଲଗଇନ କରି Available Advertisement ବିକଳ୍ପ ମାଧ୍ୟମରେ ଆବେଦନ କରନ୍ତୁ।

ଆବେଦନ ଶୁଳ୍କ: ଗ୍ରାମାଞ୍ଚଳ ପାଇଁ ୧୦୦ ଟଙ୍କା ଏବଂ ସହରାଞ୍ଚଳ ପାଇଁ ୧୦୦୦ ଟଙ୍କା। SC/ST/OBC ଆବେଦନକାରୀଙ୍କ ପାଇଁ ୫୦% ଶୁଳ୍କ ରିହାତି ରହିଛି।

ଚୟନ ପ୍ରକ୍ରିୟା: ପ୍ରାରମ୍ଭିକ ସ୍କ୍ରିନିଂ ପରେ, OMC ଜମି ଯାଞ୍ଚ କରେ ଏବଂ ଲଟେରୀ କିମ୍ବା ବିଡିଂ ମାଧ୍ୟମରେ ଡିଲର ଚୟନ କରେ।

ଲାଇସେନ୍ସ ଏବଂ ଅନୁମତି
ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ (PESO) ରୁ ଏକ୍ସପ୍ଲୋସିଭ ଲାଇସେନ୍ସ, ପରିବେଶ ଅନୁମତି, ଅଗ୍ନିଶମ ସୁରକ୍ଷା ପ୍ରମାଣପତ୍ର, ମ୍ୟୁନିସିପାଲ ଅନୁମତି ଏବଂ ନୋ ଅବଜେକ୍ସନ ସାର୍ଟିଫିକେଟ (NOC) ଆବଶ୍ୟକ।

ଲାଇସେନ୍ସ ଶୁଳ୍କ: ଡିଲର ମାଲିକାନାଧୀନ ରିଟେଲ ଆଉଟଲେଟ ପାଇଁ ମୋଟର ସ୍ପିରିଟ୍ରେ ୧୮ ଟଙ୍କା/କିଲୋଲିଟର ଏବଂ ହାଇ-ସ୍ପିଡ ଡିଜେଲ୍ରେ ୧୬ ଟଙ୍କା/କିଲୋଲିଟର; କମ୍ପାନୀ ମାଲିକାନାଧୀନ ଆଉଟଲେଟ ପାଇଁ ୪୮ ଟଙ୍କା/କିଲୋଲିଟର (MS) ଏବଂ ୪୧ ଟଙ୍କା/କିଲୋଲିଟର (HSD)।

ପେଟ୍ରୋଲ ପମ୍ପ ଖୋଲିବାର ମୋଟ ଖର୍ଚ୍ଚ ୫୦ ଲକ୍ଷରୁ ୩.୫ କୋଟି ଟଙ୍କା କିମ୍ବା ଅଧିକ ହୋଇପାରେ, ଯାହା ଅବସ୍ଥାନ (ଗ୍ରାମାଞ୍ଚଳ, ସହରାଞ୍ଚଳ କିମ୍ବା ହାଇୱେ), ଜମି ମାଲିକାନା, ଏବଂ ଡିଲରସିପ ପ୍ରକାର (ଡିଲର ମାଲିକାନାଧୀନ କିମ୍ବା କମ୍ପାନୀ ମାଲିକାନାଧୀନ) ଉପରେ ର୍ନିଭର କରେ।

ସହରାଞ୍ଚଳରେ ଜମି ମୂଲ୍ୟ ୨୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଗ୍ରାମାଞ୍ଚଳରେ ଏହା ଅପେକ୍ଷାକୃତ କମ। ଜମି ଲିଜରେ ନେଲେ ମାସିକ କିମ୍ବା ବାର୍ଷିକ ଭଡ଼ା ଖର୍ଚ୍ଚ ଯୋଗ ହେବ।

ପେଟ୍ରୋଲ ପମ୍ପର ଡିଜାଇନ, ବ୍ୟବହୃତ ସାମଗ୍ରୀ ଏବଂ ଆକାର ଉପରେ ର୍ନିଭର କରି ର୍ନିମାଣ ଖର୍ଚ୍ଚ ୩୦ ଲକ୍ଷରୁ ୧ କୋଟି ଟଙ୍କା ହୋଇପାରେ। ଇନ୍ଧନ ଟ୍ୟାଙ୍କ, ଡିସପେନସର, ଏବଂ ଅନ୍ୟାନ୍ୟ ସୁରକ୍ଷା ଉପକରଣ ପାଇଁ ୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ।

PESO, ପରିବେଶ, ଅଗ୍ନିଶମ ଏବଂ ମ୍ୟୁନିସିପାଲ ଅନୁମତି ପାଇଁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା। ଗ୍ରାମାଞ୍ଚଳରେ ୫ ଲକ୍ଷ ଏବଂ ସହରାଞ୍ଚଳରେ ୧୫ ଲକ୍ଷ ଟଙ୍କା (ଜମି ମାଲିକାନାଧୀନ ହେଲେ)। କମ୍ପାନୀ ମାଲିକାନାଧୀନ ଡିଲରସିପ ପାଇଁ ୧୦ ଲକ୍ଷ (ଗ୍ରାମାଞ୍ଚଳ) ଏବଂ ୩୦ ଲକ୍ଷ ଟଙ୍କା । ପ୍ରାରମ୍ଭିକ ଇନଧନ ଯୋଗାଣ, ଦୈନନ୍ଦିନ ଖର୍ଚ୍ଚ, ଏବଂ କର୍ମଚାରୀ ଦରମା ପାଇଁ ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା ଆବଶ୍ୟକ।

 


Enter your email to get our daily news in your inbox.

All Right Reserved By Dharitri.Com

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri