୨୦୦୦ ଟଙ୍କିଆ ମାସିକ SIP କରି ହୁଅନ୍ତୁ ମାଲାମାଲ, ବର୍ଷକୁ ୧୨ ଲକ୍ଷ ରୋଜଗାର; ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୯: ଧନୀ ହେବା ପାଇଁ ବହୁତ ପୁଞ୍ଜି ନିବେଶ କରିବା ଆବଶ୍ୟକ ନୁହେଁ। ଆପଣ ଅଳ୍ପ ସଞ୍ଚୟରୁ ମଧ୍ୟ ବଡ଼ ପାଣ୍ଠି ତିଆରି କରିପାରିବେ। ଏହା ସହିତ ଏହି ସଞ୍ଚୟରୁ ଆପଣ ପ୍ରତି ମାସରେ ୧ ଲକ୍ଷ ଟଙ୍କା ଏବଂ ବାର୍ଷିକ ୧୨ ଲକ୍ଷ ଟଙ୍କାର ଆୟ ମଧ୍ୟ କରିପାରିବେ। ଆସନ୍ତୁ ଜାଣିବା କେମିତି?

**SIP କ’ଣ ଓ ଏହା କିପରି କାମ କରେ?
SIP ବା Systematic Investment Plan ହେଉଛି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର ଏକ ଉପାୟ। ଏଥିରେ ଆପଣ ଏକ ନିର୍ଦ୍ଧିଷ୍ଟ ଦିନରେ ନିୟମିତ ଭାବେ ଏକ ନିର୍ଦ୍ଧିଷ୍ଟ ରାଶି ନିବେଶ କରନ୍ତି। ଉଦାହରଣ ସ୍ବରୂପ, ଯଦି ଆପଣ ୨୦୦୦ ଟଙ୍କାର SIP ଆରମ୍ଭ କରନ୍ତି, ତେବେ ଏହି ଟଙ୍କାରେ ମ୍ୟୁଚୁଆଲ ଫଣ୍ଡ ୟୁନିିଟ୍‌ କିଣାଯାଏ। ସମୟ ସହିତ ଆପଣଙ୍କୁ କମ୍ପାଉଣ୍ଡିଂ ଏବଂ ଦୀର୍ଘ ମିଆଦୀ ରିଟର୍ନର ଲାଭ ମିଳିଥାଏ।

ଯଦି ଆପଣ ପ୍ରତି ମାସରେ ମାତ୍ର ୨୦୦୦ ଟଙ୍କାର SIP ଆରମ୍ଭ କରନ୍ତି, ତେବେ ଆଗାମୀ ସମୟରେ ଆପଣ ମଧ୍ୟ ଧନୀ ହୋଇପାରିବେ। ଅଳ୍ପ ନିବେଶରୁ ବଡ଼ ପାଣ୍ଠି ତିଆରି କରିବାର ଶକ୍ତି SIPରେ ରହିଛି।

୨୦୦୦ ଟଙ୍କାର ମାସିକ SIPର ହିସାବ:
ମନେକରନ୍ତୁ ଆପଣ ୨୦୦୦ ଟଙ୍କାର SIP ଆରମ୍ଭ କରିଛନ୍ତି ଏବଂ ପ୍ରତି ବର୍ଷ ଏହାକୁ ୨୦% ବୃଦ୍ଧି କରି STP (Systematic Transfer Plan)ରେ ପରିଣତ କରିଛନ୍ତି। ଦୀର୍ଘ ସମୟରେ ଆପଣ ଏକ ଭଲ ରାଶି ନିବେଶ କରିପାରିବେ। ଏଥିପାଇଁ ଆପଣଙ୍କୁ ମିଡ କ୍ୟାପ ୧୫୦ ଇଣ୍ଡେକ୍ସରେ ନିବେଶ କରିବାକୁ ହେବ, ଯାହା ଗତ ୭ ବର୍ଷରେ ୨୦% ରିଟର୍ନ ଦେଇଛି। ଯଦି ଆମେ ମାନିନେଉ ଯେ ଆଗାମୀ ଦିନରେ ଆପଣଙ୍କୁ ୧୭% ରିଟର୍ନ ମିଳିବ, ତେବେ ଆପଣ ଏକ ବଡ଼ ପାଣ୍ଠି ତିଆରି କରିପାରିବେ।

୧୨ ଲକ୍ଷ ଟଙ୍କାର ବାର୍ଷିକ ଆୟ କେମିତି ହେବ?
ଏବେ ପ୍ରଶ୍ନ ଉଠୁଛି, ଏହି ପାଣ୍ଠିରୁ ୧୨ ଲକ୍ଷ ଟଙ୍କାର ଆୟ କିପରି ମିଳିବ? ଯଦି ଆପଣ ୨୦ ବର୍ଷ ପାଇଁ ୨୦୦୦ ଟଙ୍କାର SIPକୁ ପ୍ରତି ବର୍ଷ ୨୦% STP କରି ଆଗେଇ ଚାଲନ୍ତି, ତେବେ ଆପଣଙ୍କ ପାଖରେ ୮୫ ଲକ୍ଷ ଟଙ୍କାର କର୍ପସ ଜମା ହେବ। ଏହାକୁ ଆପଣ SWP (Systematic Withdrawal Plan)ରେ ରଖିପାରିବେ। SWPରେ ଆପଣ ପ୍ରତି ମାସ କିମ୍ବା ବର୍ଷରେ ଏକ ର୍ନିଦ୍ଦିଷ୍ଟ ରାଶି ଉଠାଇ ପାରିବେ, ଯେତେବେଳେ ବାକି ଟଙ୍କା ଫଣ୍ଡରେ କମ୍ପାଉଣ୍ଡିଂ ହେବାରେ ଲାଗି ରହିବ। ଯଦି ୧ କୋଟି ଟଙ୍କାର ଫଣ୍ଡରେ ଆପଣ ୧୨% ବାର୍ଷିକ ରିଟର୍ନ ପାଆନ୍ତି, ତେବେ ଆପଣ ସହଜରେ ୧୨ ଲକ୍ଷ ଟଙ୍କା ବାର୍ଷିକ (ଅର୍ଥାତ ମାସିକ ୧ ଲକ୍ଷ ଟଙ୍କା) ଉଠାଇ ପାରିବେ। ଏହିପରି ଆପଣଙ୍କ ବାର୍ଷିକ ଆୟ ୧୨ ଲକ୍ଷ ହେବ ଏବଂ ମୂଳ ପୁଞ୍ଜି ମଧ୍ୟ ଦୀର୍ଘ ସମୟ ପାଇଁ ସୁରକ୍ଷିତ ରହିବ। ୩୦-୩୫ ବର୍ଷରେ ଆପଣଙ୍କ ପାଖରେ ୭-୧୦ କୋଟି ଟଙ୍କାର ଫଣ୍ଡ ତିଆରି ହୋଇପାରିବ।

ତେଣୁ, ଆଜି ହିଁ ଅଳ୍ପ ସଞ୍ଚୟରୁ ଆରମ୍ଭ କରନ୍ତୁ ଏବଂ SIP ମାଧ୍ୟମରେ ଆପଣଙ୍କ ଆର୍ଥିକ ସୱପ୍ନକୁ ସାକାର କରନ୍ତୁ!


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri