ହଜିଯାଇଛି କି Aadhaar ନମ୍ବର? ଜାଣନ୍ତୁ ଅନ୍‌ଲାଇନ୍‌ -ଅଫ୍‌ଲାଇନ୍‌ରେ ବାହାର କରିବାର ସବୁଠାରୁ ସହଜ ଉପାୟ

ନୂଆଦିଲ୍ଲୀ,୪।୨: ବର୍ତ୍ତମାନ ସମୟରେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ପାଲଟିଛି। ଏହା ବ୍ୟାଙ୍କିଙ୍ଗ, ସିମ୍‌ କାର୍ଡ, ସରକାରୀ ଯୋଜନା ଏବଂ ଅନ୍ୟାନ୍ୟ ସେବା ପାଇଁ ଆବଶ୍ୟକ। କିନ୍ତୁ ଯଦି ଆପଣ ଆପଣଙ୍କର ଆଧାର ନମ୍ବର ଭୁଲିଯାଇଛନ୍ତି ନଚେତ ତାହା ହଜିଯାଇଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଏହାକୁ ଅନଲାଇନ୍‌ ଏବଂ ଅଫଲାଇନ ୍‌ଉଭୟରେ ସହଜରେ ପାଇପାରିବେ। କିପରି ତାହା ଜାଣନ୍ତୁ:

ଅନଲାଇନରେ ଆଧାର ନମ୍ବର କିଭଳି ଜାଣିପାରିବେ?
ଯଦି ଆପଣଙ୍କର ମୋବାଇଲ ନମ୍ବର କିମ୍ବା ଇମେଲ୍‌ ଆଇଡି ଆଧାର ସହିତ ଲିଙ୍କ ହୋଇଛି, ତେବେ ଆପଣ UIDAIର ଅଫିସିଆଲ ୱେବସାଇଟ୍‌ରୁ ଆପଣଙ୍କର ଆଧାର ନମ୍ବର ପାଇପାରିବେ।
-ପ୍ରଥମେ UIDAI ୱେବସାଇଟ (https://uidai.gov.in/) ପରିଦର୍ଶନ କରନ୍ତୁ।
-‘ମୋ ଆଧାର’ ବିଭାଗରେ, ‘Retrieve Lost or Forgotten EID/UID’ ବିକଳ୍ପକୁ ଚୟନ କରନ୍ତୁ।
-ଆପଣଙ୍କର ନାମ, ପିନ କୋଡ୍‌ ଏବଂ ସିକ୍ୟୁରିଟି କ୍ୟାପ୍‌ଚା ପ୍ରବେଶ କରନ୍ତୁ।
-ଏବେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ OTP ଆସିବ, ଏହାକୁ ଏଣ୍ଟର କରନ୍ତୁ।
-ଆପଣ ଆପଣଙ୍କର ଆଧାର ନମ୍ବର SMS କିମ୍ବା ଇମେଲ ମାଧ୍ୟମରେ ପାଇବେ।

ଆପଣ mAadhaar ଆପ୍‌ରୁ ଆପଣଙ୍କର ଆଧାର ନମ୍ବର ମଧ୍ୟ ଜାଣିପାରିବେ:
-UIDAIର ଅଫିସିଆଲ mAadhaar ଆପ୍‌ ଆପଣଙ୍କୁ ଆପଣଙ୍କର ଆଧାର ନମ୍ବର ଯାଞ୍ଚ କରିବାକୁ ମଧ୍ୟ ଅନୁମତି ଦିଏ।
-ଗୁଗୁଲ ପ୍ଲେ ଷ୍ଟୋର୍‌ କିମ୍ବା ଆପଲ ଆପ୍‌ ଷ୍ଟୋରରୁ mAadhaar ଆପ୍‌ ଡାଉନଲୋଡ୍‌ କରନ୍ତୁ।
-ଆପଣଙ୍କର ପଞ୍ଜିକୃତ ମୋବାଇଲ ନମ୍ବର ସାହାଯ୍ୟରେ ଆପରେ ଲଗ ଇନ କରନ୍ତୁ।
-ଲଗ୍‌ ଇନ୍‌ କରିବା ପରେ ଆପଣ ଆପ୍‌ରେ ଆପଣଙ୍କର ଆଧାର ନମ୍ବର ଦେଖିପାରିବେ।

ଆଧାର ସେବା କେନ୍ଦ୍ରରୁ ଅଫଲାଇନ୍‌ ସୂଚନା ପାଆନ୍ତୁ:
ଯଦି ଆପଣ ଅନଲାଇନ୍‌ରେ ଆପଣଙ୍କର ଆଧାର ନମ୍ବର ପାଇପାରିବେ ନାହିଁ, ତେବେ ଆପଣ ଆଧାର ସେବା କେନ୍ଦ୍ରକୁ ଯାଇ ମଧ୍ୟ ଏହା ପାଇପାରିବେ। ଆପଣଙ୍କର ନିକଟସ୍ଥ ଆଧାର ସେବା କେନ୍ଦ୍ରକୁ ଯାଆନ୍ତୁ। ଆପଣଙ୍କ ସହିତ ପାନ୍‌ କାର୍ଡ, ଭୋଟର ପରିଚୟ ପତ୍ର କିମ୍ବା ଅନ୍ୟ କୌଣସି ବୈଧ ପରିଚୟ ପତ୍ର ବହନ କରନ୍ତୁ। ଆପଣଙ୍କ ସୂଚନା ଯାଞ୍ଚ କରିବା ପରେ ଆଧାର କେନ୍ଦ୍ରର କର୍ମଚାରୀମାନେ ଆପଣଙ୍କୁ ଆପଣଙ୍କର ଆଧାର ନମ୍ବର ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏବେ ବିଶ୍ୱଯୁଦ୍ଧ ଥୟ! ଆମେରିକା ପରେ ଇରାନକୁ ଧମକ ଦେଲେ ୬ ଦେଶ, ଆଗକୁ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ମଧ୍ୟରେ, ସାଉଦି ଆରବ, କତାର, କୁୱେତ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ ଏବଂ ଜୋର୍ଡାନ ମିଳିତ ଭାବରେ ଇରାନ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri