Categories: ବାଣିଜ୍ୟ

Paytm Crisis: କିଭଳି ବନ୍ଦ କରିବେ ନିଜର ପେଟିଏମ୍‌ ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଉପାୟ…

ନୂଆଦିଲ୍ଲୀ,୬।୨: ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍‌ର ଅଡ଼ୁଆ ବଢ଼ିବାରେ ଲାଗିଛି। ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌କୁ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍‌ ସାଧନ, ଓ୍ବାଲେଟ୍‌ ଏବଂ ଫାଷ୍ଟଟ୍ୟାଗ୍‌ରେ ଫେବୃଆରୀ ୨୯ ୨୦୨୪ ଠାରୁ ଟପ୍‌ଅପ୍‌ ସ୍ବୀକାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତିରେ ଯଦି ଆପଣ ପେଟିଏମ୍‌ ବ୍ୟାଙ୍କରେ ଥିବା ନିଜ ଆକାଉଣ୍ଟକୁ ବନ୍ଦ କରିବାକୁ ଚାହାନ୍ତି, ତେବେ କିଛି ବିଷୟ ଧ୍ୟାନରେ ରଖିବା ଉଚିତ। ଜାଣନ୍ତୁ ସମସ୍ତ ପ୍ରୋସେସ୍‌:-
ପେଟିଏମ୍‌ ପେମେଣ୍ଟରେ ଥିବା ଆକାଉଣ୍ଟ ବନ୍ଦ କରିବା ପୂର୍ବରୁ ଆପଣଙ୍କ ଖାତାରେ ଟଙ୍କାକୁ କାଢ଼ି ନିଅନ୍ତୁ। ଏହାକୁ ଖର୍ଚ୍ଚ କରିଦିଅନ୍ତୁ ନଚେତ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରିଦିଅନ୍ତୁ। ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବର ଏବଂ ଆଇଡି ପ୍ରମାଣକୁ ଯତ୍ନର ସହ ରଖନ୍ତୁ।
ଏଭଳି ବନ୍ଦ କରନ୍ତୁ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ:
-ନିଜର ପୁରୁଣା ଫୋନ ନମ୍ବର ଉପଯୋଗ କରି ନିଜର ପେଟିଏମ୍‌ ଆକାଉଣ୍ଟକୁ ଲଗ୍‌ଇନ୍‌ କରନ୍ତୁ
-ହୋମ ସ୍କ୍ରିନ ଉପରେ ବାମ କୋଣରେ ଥିବା ଆଇକନ୍‌ ଉପରେ କ୍ଲିକ୍‌ କରନ୍ତୁ।
-୨୪-୭ ସହାୟତାକୁ ଯାଆନ୍ତୁ।
-ପ୍ରୋଫାଇଲ ସେଟିଂକୁ ଯାଆନ୍ତୁ
-ନିଜର ଆକାଉଣ୍ଟ ବନ୍ଦ/ହଠାଇ ଦେବା ବିକଳ୍ପ ଚୟନ କରନ୍ତୁ
ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବା ପରେ ଏକ ମେସେଜ୍‌ ଆପଣଙ୍କୁ ମିଳିବ। ପରେ ଆପଣ ଓ୍ବାଲେଟ୍‌ରେ ଥିବା ଟଙ୍କାକୁ ୭ ଦିନ ମଧ୍ୟରେ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଇପାରିବେ ।
Share