Posted inଜାତୀୟ

ଆକାଉଣ୍ଟକୁ ଆସିନାହିଁ କି ପିଏମ୍‌ କିଷାନ ଟଙ୍କା ? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ଗୁରୁବାର ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୯.୨୬ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । କିନ୍ତୁ ଯଦି ଆପଣ ଏହି ଯୋଜନାରେ ଲାଭ ପାଇବା ପାଇଁ ଆବେଦନ କରିଥିଲେ ଏବଂ ଆପଣଙ୍କୁ କିସ୍ତି ଟଙ୍କା ମିଳିନାହିଁ ତେବେ ଏହା ପଛରେ କିଛି କାରଣ ଥାଇପାରେ ।

ତେଣୁ ଆପଣଙ୍କୁ ପ୍ରଥମେ ପିଏମ୍‌ କିଷାନ ଯୋଜନାର ହେଲ୍ପ ଲାଇନ୍‌ ନମ଼୍ବରରେ ଯୋଗାଯୋଗ କରି ଆପଣଙ୍କ ସମସ୍ୟା କହିବାକୁ ହେବ । ଏଥିପାଇଁ ୦୧୧-୨୪୩୦୦୬୦୬, ୧୫୫୨୬୧ କିମ଼୍ବା ୧୮୦୦୧୧୫୫୨୬୬ ନମ଼୍ବର ଜାରି କରାଯାଇଛି । ଏହାଛଡ଼ା pmkisan-ict@gov.in କିମ଼୍ବା pmkisan-funds@gov.in ରେ ଆପଣଙ୍କ ସମସ୍ୟା ଲେଖି ମେଲ୍‌ ପଠାଇ ପାରିବେ ।

ଏହାଛଡ଼ା ଆପଣ ଘରେ ବସି ଟଙ୍କା ଆସିଛି କି ନାହିଁ ତାହା ଚେକ୍‌ କରିପାରିବେ –
-ପ୍ରଥମେ ଆପଣ ପିଏମ୍‌ କିଷାନର ଅଧିକାରୀକ ପୋର୍ଟାଲ pmkisan.gov.in ରେ ଲଗ୍‌ ଇନ୍‌ କରନ୍ତୁ
-ଏହାପରେ ହୋମ୍‌ ପେଜର ଫାର୍ମର ପେଜ୍‌କୁ ଯାଆନ୍ତୁ
-ଏହାପରେ କିଷାନ ଲାଭାର୍ଥୀ ସ୍ଥିତିକୁ ଯାଆନ୍ତୁ
-ଏହାପରେ ରାଜ୍ୟ, ଜିଲା, ଉପ-ଜିଲା ଏବଂ ପଞ୍ଚାୟତର ତଥ୍ୟ ଦିଅନ୍ତୁ
-ଏହାପରେ ଆପଣଙ୍କ ଆଧାର ନମ଼୍ବର କିମ଼୍ବା ବ୍ୟାଙ୍କ ଆକାଉଣ୍ଟ ନମ଼୍ବର ଦିଅନ୍ତୁ
-ଏହାପରେ ଗେଟ୍‌ ଡାଟା ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ
-ପରେ ଲାଭାର୍ଥୀ ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ଚେକ୍‌ କରନ୍ତୁ


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri