କେମିତି ଛଡ଼ାଇବେ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ: ଆପଣାନ୍ତୁ ଏହି ଉପାୟ

ମୋବାଇଲ ବ୍ୟବହାର ନେଇ ପିଲାଙ୍କର ଆକର୍ଷଣ ଦିନକୁ ଦିନ ବଢିଚାଲିଛି। ସମୟ ଏବେ ଏମିତି ହୋଇଛି ଯେ ଫୋନ୍‌କୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା କଷ୍ଟକର ହୋଇପଡିଛି। ଏଭଳି କ୍ଷେତ୍ରରେ ପିଲାଙ୍କର ଫୋନ୍‌ ବ୍ୟବହାର କମ୍‌ କରିବା ପାଇଁ କ’ଣ କରିବେ ଜାଣନ୍ତୁ…

-ପିଲାଙ୍କ ପାଇଁ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ଏକ ଟାଇମ୍‌ ଟେବଲ ସ୍ଥିର କରନ୍ତୁ। ପାଠପଢା ଖେଳକୁଦ ସହିତ ଫୋନ୍‌ ଦେଖିବାର ଏକ ସମୟ ନିର୍ଦ୍ଦିଷ୍ଟ କରନ୍ତୁ, ଯେପରି ପିଲାମାନେ କେବଳ ସେହି ସମୟ ମଧ୍ୟରେ ଫୋନ୍‌ ବ୍ୟବହାର କରିବେ। ଏପରି ହେଲେ ଅନ୍ୟ ସମୟରେ ସେମାନେ ନିଜ କାମ କରିବେ।

-ପିଲାଙ୍କୁ ଆଉଟ୍‌ଡୋର୍‌ ଗେମ୍‌ ନିମନ୍ତେ ଉତ୍ସାହିତ କରନ୍ତୁ। କ୍ରିକେଟ୍‌, ଫୁଟବଲ୍‌ ଓ ସାଇକେଲିଂ ଆଦି ବିଭିନ୍ନ ଖେଳପାଇଁ ବ୍ୟବସ୍ଥା କରି ଦିଅନ୍ତୁ। ଫଳରେ ପିଲାମାନେ ଫୋନ୍‌ଠାରୁ କିଛି ସମୟ ଦୂରରେ ରହିବାର ସୁଯୋଗ ପାଇବେ।
-ମୋବାଇଲ୍‌କୁ ପିଲାଙ୍କ ପାଇଁ ଏକ ପୁରସ୍କାର ଭଳି ବ୍ୟବହାର କରନ୍ତୁ। ସେମାନେ ହୋମୱାର୍କ କରିସାରିବା ପରେ କିମ୍ବା କୌଣସି ପାଠ ପୂରା କରିସାରିବା ପରେ କିଛି ସମୟ ପାଇଁ ଫୋନ୍‌ ବ୍ୟବହାର କରିବାର ସୁଯୋଗ ଦିଅନ୍ତୁ। ଏପରି କଲେ ସେମାନଙ୍କର ପାଠପ୍ରତି ଆଗ୍ରହ ବଢ଼ିବ।
-ନିଜେ ପିଲାଙ୍କ ସହିତ କିଛି ସମୟ କଟାନ୍ତୁ। ସେମାନଙ୍କୁ ବାହାରକୁ ବୁଲାଇବା ପାଇଁ ନିଅନ୍ତୁ କିମ୍ବା ଖେଳନ୍ତୁ। ଏସବୁ ନ ହେଲେ ସେମାନଙ୍କ ସହିତ କେବଳ ଗପନ୍ତୁ। ଫଳରେ ମୋବାଇଲ୍‌ ବ୍ୟବହାର କରିବାର ସୁଯୋଗ ପାଇବେ ନାହିଁ ପିଲାମାନେ।
-ମୋବାଇଲ୍‌ ବ୍ୟବହାରର ଖରାପ ପ୍ରଭାବ ସମ୍ପର୍କରେ ପିଲାଙ୍କୁ ବୁଝାନ୍ତୁ। ପିଲାମାନେ ଖରାପ ପ୍ରଭାବ ସମ୍ପର୍କରେ ବୁଝିପାରିଲେ ନିଜେ ଫୋନ୍‌ ବ୍ୟବହାର କମ୍‌ କରିବା ନେଇ ସଚେତନ ହୋଇପାରିବେ।
-ପିଲାଙ୍କ ଆଗରେ ଅଭିଭାବକମାନେ ନିଜେ ଫୋନ୍‌ ବ୍ୟବହାର କରନ୍ତୁ ନାହିଁ। ଆବଶ୍ୟକ ହେଲେ ପିଲାଙ୍କୁ ନିଜର ଉଦାହରଣ ଦେଇପାରିବେ।
-ଶୋଇବା ସମୟରେ ନିଜେ ଫୋନ୍‌ ଦେଖନ୍ତୁ ନାହିଁ କି ପିଲାଙ୍କୁ ଦେଖାନ୍ତୁ ନାହିଁ। ତେଣୁ ଶୋଇବା ଘରକୁ ଯିବା ପୂର୍ବରୁ ହିଁ ଫୋନ୍‌କୁ ବାହାରେ ରଖି ଯାଆନ୍ତୁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri