ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ: ରାଜନୀତି ସରଗରମ, ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର, ୨୦।୧(ସୁନିତ୍‌ ମିଶ୍ର):ରାଜ୍ୟରେ ବିଧାନପରିଷଦ ଗଠନ ହେବ ଏହାଦ୍ୱାରା ଯୁବଗୋଷ୍ଠୀଙ୍କୁ ସୁଯୋଗ ମିଳିବ, ଏହି କଥା କହି ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ଏକାଧିକ ଟିକେଟ ଆଶାୟୀଙ୍କୁ ବୁଝାଇବାରେ ବିଜେଡି ସଫଳ ହୋଇଥିଲା। ସେହି ଯୁବଗୋଷ୍ଠୀ ବିଳମ୍ବରେ ବୁଝିଲେ ଏହା ଏକ ଥୋପ ଥିଲା। ୨୦୧୮ ଅଗଷ୍ଟ ୨୪ରେ ବିଜେଡି ସରକାର ବିଧାନପରିଷଦ ସମ୍ପର୍କିତ ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ କରାଇ ଯୁବ ନେତାମାନଙ୍କ ଭିତରେ ଥଇଥାନ କରାଇବାର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରାଯାଇଥିଲା। ସେତେବେଳେ ବିଜେଡି ସତରେ ଚାହିଁଥିଲେ ରାଜ୍ୟରେ ବିଧାନ ପରିଷଦ ଗଠନ ଲାଗି କେନ୍ଦ୍ରର ଅନୁମୋଦନ ମଧ୍ୟ ଆଣିପାରିଥାଆନ୍ତା, ସେଥିପାଇଁ ଅନେକ ଗୁଡିଏ ସୁଯୋଗ ମଧ୍ୟ ଥିଲା। ହେଲେ ତାହା ନ କରିବା ଦ୍ୱାରା ଜଣାପଡିଲା ବିଜେଡିର ବିଧାନ ପରିଷଦ ଗଠନ ଡାହା ମିଛ ଥିଲା। ୭୧ ଏକର ଜମିରେ ନୂତନ ଲୋକସେବା ଭବନ ଏବଂ ନୂଆ ବିଧାନସଭା ନିର୍ମାଣ ହେବାକୁ ଥିବାବେଳେ ନିକଟରେ ଏହାର ଭିତ୍ତିପ୍ରସ୍ତର ପଡିଲା। ଯାହାସବୁ ନୂଆ ନିର୍ମାଣ ହେବ ତାର ବିସ୍ତୃତ ତଥ୍ୟ ଜାଣିବା ପାଇଁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନଙ୍କୁ ପଚାରିବାରୁ ଉତ୍ତରରେ ସେ କହିଛନ୍ତି, ବର୍ତ୍ତମାନ ଯେଉଁ ବିଧାନସଭା ରହିଛି ତାହା ଭଙ୍ଗାଯିବ ନାହିଁ ବରଂ ତାହା ମ୍ୟୁଜିୟମ ଭାବେ ରହିବ। ଭବିଷ୍ୟତରେ ବିଧାନପରିଷଦ ଗଠନ ହେଲେ ସେହି ବିଲ୍ଡିଂ ବ୍ୟବହାର କରାଯିବ। ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ସାଧାରଣରେ ଏବଂ ରାଜନୈତିକ ମହଲର ଲୋକମାନେ ବୁଝିଛନ୍ତି, ମନ୍ତ୍ରୀ ଦୂରଦୃଷ୍ଟି ରଖିକି ବିଧାନସଭାର ନୂଆ ବିଲ୍ଡିଂ ନିର୍ମାଣ କରୁଛନ୍ତି। ଅର୍ଥାତ୍‌ ତାଙ୍କ ଠାରୁ ଆସିଥିବା ବିଧାନ ପରିଷଦ ଗଠନ ସମ୍ପର୍କିତ ପ୍ରସଙ୍ଗକୁ ଏଡାଇ ଦିଆଯାଇ ନ ପାରେ। ଚର୍ଚ୍ଚା ଓ ଆଲୋଚନା ନ କରି ମନ୍ତ୍ରୀ ବିଧାନ ପରିଷଦ ଗଠନ ନେଇ ଇଙ୍ଗିତ କରି ନ ଥାଆନ୍ତେ। ଜାଣିବା ଶୁଣିବା ମହଲରେ ଅନେକଙ୍କ କହିବା କଥା, ଗତ ବିଜେଡି ସରକାର ଭଳି ଭାଜପା ଶାସନରେ ମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କ ସହିତ ବିଚାରବିମର୍ଶ ନ କରି ଏତେ ବଡ ଏକ ଦିଗ ଆଡକୁ ଇଙ୍ଗିତ କରିବା ସମ୍ଭବପର ନୁହେଁ। କାରଣ ମନ୍ତ୍ରୀଙ୍କ ମନ୍ତବ୍ୟ ପରଠାରୁ ବହୁ ଯୁବଗୋଷ୍ଠୀ ଶାସକ ଦଳ ପ୍ରତି ଆକୃଷ୍ଟ ହେବା ସହିତ ବିଧାନ ପରିଷଦରେ ସ୍ଥାନ ପାଇବା ଆଶାରେ ଭାଜପା ଆଡକୁ ଅଧିକ ମାତ୍ରାରେ ଢଳିଲେଣି। ପୂର୍ତ୍ତ ମନ୍ତ୍ରୀଙ୍କ ଏହି ବିବରଣୀ ଅଧିକ ବିଶ୍ୱସନୀୟ ହେଉଛି କାରଣ ଏବେ ଓଡିଶାରେ ଡବଲ ଇଞ୍ଜୀନ ସରକାର ଥିବାରୁ ରାଜ୍ୟ ନେତାମାନଙ୍କ ପ୍ରତ୍ୟେକଟି ଇଚ୍ଛା ସମ୍ପୂର୍ଣ୍ଣ ଭାବେ ସାକାର ହେବାର ସୁଯୋଗ ରହିଛି। ତେଣୁ ମନ୍ତ୍ରୀଙ୍କ କହିବାନୁଯାୟୀ ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ।
ସୂଚନାଯୋଗ୍ୟ, ଦେଶରେ ଏବେ ୨୮ ରାଜ୍ୟ ଏବଂ ୮ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି। ସେଗୁଡିକ ମଧ୍ୟରୁ ୧୯ ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାରରେ ରହିଛି। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ, ବିହାର, କର୍ନାଟକା, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ଭଳି ୬ଟି ରାଜ୍ୟରେ ବିଧାନ ପରିଷଦ ଅଛି। ଏହି ୬ ରାଜ୍ୟ ମଧ୍ୟରୁ ୪ଟି ସ୍ଥାନରେ ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାର ଥିବାବେଳେ କର୍ନାଟକ ଏବଂ ତେଲେଙ୍ଗାନାରେ କଂଗ୍ରେସ ଶାସନ ଚାଲିଛି। ଦେଶର ବାକି ୧୩ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ରାଜ୍ୟରେ ବିଧାନ ପରିଷଦ ଗଠନ ଦିଗରେ ଭାଜପା ସରକାର ସେଭଳି ଚିନ୍ତା କଲାଭଳି ମନେ ହେଉନାହିଁ। ବିଧାନ ପରିଷଦ ସଦସ୍ୟମାନଙ୍କ ଲାଗି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଦରମା ବ୍ୟବସ୍ଥା ରହିଥାଏ। ଯେଉଁସବୁ ରାଜ୍ୟରେ ବିଧାନ ପରିଷଦ ସଦସ୍ୟ ରହିଛନ୍ତି ସେମାନେ ଉକ୍ତ ରାଜ୍ୟଗୁଡିକର ବିଧାୟକମାନଙ୍କ ଭଳି ଦରମା ଏବଂ ଭତ୍ତା ପାଉଛନ୍ତି। ସେମାନଙ୍କ କାର୍ଯ୍ୟକାଳ ସରିବା ପରେ ପେନସନ୍‌ ସୁବିଧା ମଧ୍ୟ ମିଳିଥାଏ। ଅନେକ ଗୁଡିଏ ରାଜ୍ୟ ବିଚାର କରୁଛନ୍ତି ବିଧାନ ପରିଷଦ ଗଠନର କୌଣସି ଆବଶ୍ୟକତା ନାହିଁ। ବିଧାନ ପରିଷଦ ରହିଥିବା ୬ ରାଜ୍ୟରେ ସେଭଳି କିଛି ଅଧିକ ବିକାଶ ହୋଇଯାଇ ନାହିଁ ବୋଲି ଜାତୀୟସ୍ତରରେ ଅନେକ ସମୟରେ ଆଲୋଚନା ହୋଇଥାଏ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ଅନେକ ଶହ କୋଟି ଟଙ୍କାର ଆର୍ଥିକ ବୋଝ ରହିବ। ଏଠାରେ ଉଲ୍ଲେଖ କରାଯାଇପାରେ, ମୋଦି ସରକାରଙ୍କ ପ୍ରଥମ ୨ଟି ପାଳି ସମୟରେ ରାଜ୍ୟ ସଭା ବାରମ୍ବାର ଏକ ଅସୁବିଧାର କାରଣ ସାଜିଥିଲା। ରାଜ୍ୟସ୍ତରରେ ବିଧାନ ପରିଷଦର ଯେଉଁଭଳି କାର୍ଯ୍ୟ ଥାଏ, ଦିଲ୍ଲୀରେ ରାଜ୍ୟ ସଭା ସହିତ ଏହାର ଅନେକ ସାମଞ୍ଜସ୍ୟ ରହିଛି। ଅବଶ୍ୟ ସମ୍ବିଧାନରେ ରାଜ୍ୟ ସଭା ଏବଂ ରାଜ୍ୟରେ ବିଧାନ ପରିଷଦର ଅନେକ କର୍ତ୍ତବ୍ୟ ରହିଛି।
ଏଠାରେ ଉଲ୍ଲେଖ କରାଯାଇପାରେ, ଯଦି ରାଜ୍ୟରେ ବିଧାନ ପରିଷଦ ଗଠନ ହୁଏ ୨୦୧୮ ଅଗଷ୍ଟ ୨୪ରେ ତତ୍କାଳୀନ ବିଜେଡି ସରକାର ବିଧାନ ପରିଷଦ ପ୍ରସ୍ତାବ କ୍ୟାବିନେଟ୍‌ ମଞ୍ଜୁରୀ ହେବାପରେ ରଖାଯାଇଥିବା ତଥ୍ୟ ଅନୁଯାୟୀ, ବିଧାନସଭା ସଂଖ୍ୟାର ଏକ ତୃତୀୟାଂଶ ଆସନକୁ ନେଇ ବିଧାନ ପରିଷଦ ଗଠନ ହେବ। ଏବେ ରାଜ୍ୟରେ ୧୪୭ ଆସନ ବିଶ୍ଚିଷ୍ଟ ବିଧାନସଭା ରହିଥିବା ବେଳେ ଏହାର ଏକ ତୃତୀୟାଂଶ ଦେଖିଲେ ସେହି ସଂଖ୍ୟା ୪୯ ହେଉଛି। ଅର୍ଥାତ୍‌ ବର୍ତ୍ତମାନ ରାଜ୍ୟରେ ବିଧାନ ପରିଷଦ ଗଠନ ହେଲେ ସେଥିରେ ୪୯ ଜଣ ସଦସ୍ୟ ରହିବେ। ସେଥି ମଧ୍ୟରୁ ୧୬ ଜଣଙ୍କୁ ରାଜ୍ୟର ବିଧାୟକ ଏବଂ ୧୬ ଜଣ ରାଜ୍ୟର ଜିଲା ପରିଷଦ ସଦସ୍ୟ ଓ ପଞ୍ଚାୟତର ସମିତି ସଭ୍ୟଙ୍କ ଦ୍ୱାରା ନିର୍ବାଚିତ ହେବେ। ୯ ଜଣଙ୍କୁ ରାଜ୍ୟପାଳ ମନୋନୀତ କରିବେ। ଏହାଛଡା ୪ ଜଣ ଶିକ୍ଷକ ଏବଂ ୪ ଜଣ ଗ୍ରାଜୁଏଟ୍‌ ବିଧାନ ପରିଷଦକୁ ନିର୍ବାଚିତ ହେବେ। ଏଠାରେ ଆହୁରି ଗୋଟିଏ କଥା ମନେପକାଇଦେବାକୁ ଚାହୁଁ କି, କିଛିଦିନ ତଳେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ମିଳିତ ଭାବେ ନିଷ୍ପତ୍ତି କରି ବିଧାନସଭାରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତିଙ୍କ ସମେତ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ସମସ୍ତଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ୍‌କୁ ଗୃହରେ ପାରିତ କରାଇଦେଲେ। ଏହି ସମୟରେ ସବୁ ଦଳ ଖୁସିରେ ଏକାଠି ମଧ୍ୟ ହୋଇଗଲେ। ମାତ୍ର ଏହି ଦରମା ବୃଦ୍ଧି ପ୍ରସଙ୍ଗକୁ ସିପିଆଇ(ଏମ୍‌) ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରଥମେ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟର ଲୋକମାନଙ୍କ ମଧ୍ୟରେ ଅହେତୁକ ଭାବେ ବିଧାୟକମାନଙ୍କ ଭତ୍ତା ବୃଦ୍ଧିକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଲା। ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଥିବାବେଳେ ତାଙ୍କ ଦଳର ବିଧାୟକ ଓ ମନ୍ତ୍ରୀମାନେ ଦରମା ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଲାଗି ଦାବିପତ୍ର ପ୍ରଦାନ କଲେ। ବିଜେଡି ଏବଂ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ନିଷ୍ପତ୍ତି ପ୍ରତ୍ୟାହାର ଲାଗି କୁହାଗଲା। ତେଣୁ ବିଧାନ ପରିଷଦ ଗଠନ ହେଲେ ବିଧାନସଭା ଭଳି ଅତିରିକ୍ତ ଖର୍ଚ୍ଚର ଏକ ବୋଝ ରାଜ୍ୟକୁ ସହିବାକୁ ପଡିପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri