Posted inଜାତୀୟ

ହନିମୁନ୍‌ରେ କେମିତି ସ୍ବାମୀଙ୍କୁ ମାରିଥିଲେ ସୋନମ: ସମ୍ପୂର୍ଣ୍ଣ ଘଟଣାର ହେଲା ପର୍ଦ୍ଦାଫାସ

ନୂଆଦିଲ୍ଲୀ,୧୦।୬: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍‌ ବେଳେ ହତ୍ୟା କରାଇଥିଲେ ତାଙ୍କ ସ୍ତ୍ରୀ ସୋନମ। ମେ’ ୨୩ରୁ ନିଖୋଜ ଥିବା ରାଜାଙ୍କ ମୃତଦେହ ଜୁନ୍‌ ୨ରେ ଠାବ ହେବା ପରେ ନବବିବାହିତା ସୋନମଙ୍କୁ ଜୀବିତ ଉଦ୍ଧାର କରିବା ମଧ୍ୟପ୍ରଦେଶ ଓ ମେଘାଳୟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଯାଇଥିଲା। ତେବେ ଶନିବାର ରାତିରେ ଉତ୍ତର ପ୍ରଦେଶର ଗାଜିପୁରସ୍ଥିତ ଏକ ଢାବାରୁ ସୋନମ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର ହେବା ପରେ ପୋଲିସ ତାଙ୍କୁ ଗାଜିପୁର ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନେଇଥିଲା। ସୋନମ ସେଠାରେ ପୋଲିସ ନିକଟରେ ଆମତ୍ସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଶନିବାର ରାତିରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜଣେ ଉତ୍ତର ପ୍ରଦେଶରୁ ଧରା ପଡ଼ିଥିବାବେଳେ ଅନ୍ୟ ୨ ଜଣ ଇନ୍ଦୋରରୁ ଗିରଫ ହୋଇଛନ୍ତି। ସୋନମ ନିଜ ସ୍ବାମୀଙ୍କୁ ହତ୍ୟା କରାଇବା ପାଇଁ ସେମାନଙ୍କୁ ସୁପାରି ଦେଇଥିବା ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ପ୍ରଘଟ କରିଛନ୍ତି। ଅଭିଯୁକ୍ତମାନଙ୍କ ବୟାନ ଆଧାରରେ ସୋନମଙ୍କ ପ୍ରେମିକ ରାଜ କୁଶଓ୍ବାହଙ୍କୁ  ଗିରଫ କରାଯାଇଥିବା ପୋଲିସ କହିଛି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ମେଘାଳୟ ପୋଲିସ ସଫଳ ହୋଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗ୍‌ମା ପ୍ରଶଂସା କରିଛନ୍ତି।

ମର୍ଡର ମିଷ୍ଟ୍ରି: ଘଟଣାକ୍ରମ

ମେ’ ୧୧: ମଧ୍ୟପ୍ରଦେଶ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ଓ ସୋନମ ବିବାହ କରିଥିଲେ।

ମେ’ ୨୦: ନବଦମ୍ପତି ମେଘାଳୟକୁ ହନିମୁନ୍‌ ପାଇଁ ଯାଇଥିଲେ।

ମେ’ ୨୨: ଦୁହେଁ ଚେରାପୁଞ୍ଜିର ନନ୍‌ଗ୍ରିଆଟ୍‌ରେ ପହଞ୍ଚଥିଲେ ବୁଲାବୁଲି କରି ରାତ୍ରିଯାପନ କଲେ।

ମେ’ ୨୩: ସେଠାରୁ ଯିବା ପରେ ଉଭୟେ ନିଖୋଜ ହୋଇଗଲେ। ସୋନମ ଅପରାହ୍ନ ୧ଟା ୪୩ରେ ଶେଷଥର ନିଜ ମା’ଙ୍କୁ କଲ୍‌ କରିଥିଲେ। ସେମାନେ ଭଡ଼ାରେ ନେଇଥିବା ସ୍କୁଟି ପରେ ପରିତ୍ୟକ୍ତ ଅବସ୍ଥାରେ ଠାବ ହୋଇଥିଲା।

ଜୁନ୍‌ ୨: ଏନ୍‌ଡିଆର୍‌ଏଫ୍‌ ଡ୍ରୋନ୍‌ ଓ୍ବେଇ ସଡୋଙ୍ଗ୍‌ ଫଲ୍ସରେ ରାଜାଙ୍କ ମୃତଦେହ ଠାବ କଲା। ରକ୍ତରଞ୍ଜିତ ଦାଆ ଓ ରାଜାଙ୍କ ଦ୍ୱାରା ବ୍ୟବହୃତ କିଛି ସାମଗ୍ରୀ ଯଥା-ସ୍ମାର୍ଟଓ୍ବାଚ୍‌, ରେନ୍‌କୋଟ୍‌, ଶାର୍ଟ, ଫୋନ୍‌ ଫ୍ରାଗ୍‌ମେଣ୍ଟ୍ସ ଜବତ ହେଲା।
ମେଘାଳୟ ପୋଲିସ ହତ୍ୟା ମାମଲା ରୁଜୁ କରି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କଲା।
ରାଜା ଓ ସୋନମ ନିଖୋଜ ହେବା ପୂର୍ବରୁ ମେଘାଳୟର ଏକ ଘରେ ରହିଥିବା ନେଇ ସିସିଟିଭି ଫୁଟେଜ ସାମ୍ନାକୁ ଆସିଲା। ଜଣେ ଗାଇଡ୍‌ ଉଭୟଙ୍କୁ ୩ ଅଚିହ୍ନା ବ୍ୟକ୍ତିଙ୍କ ସହ ଦେଖିଥିବା ନେଇ ପୋଲିସକୁ ଅବଗତ କରାଇଲେ।

ଜୁନ୍‌ ୯: ସୋନମ ଉତ୍ତର ପ୍ରଦେଶର ଗାଜିପୁରରେ ଆମତ୍ସମର୍ପଣ କଲେ। ସେ ନିଜ ସ୍ବାମୀଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିବାବେଳେ ଏହି ଅପରାଧର ସହଅଭିଯୁକ୍ତ ଆକାଶ ରାଜପୁତ (ଲଳିତପୁର, ୟୁପି), ବିଶାଲ ସିଂ ଚୌହାନ ଓ ରାଜ ସିଂ କୁଶଓ୍ବାହ (ଇନ୍ଦୋର, ଏମ୍‌ପି), ଆନନ୍ଦ କୁର୍ମି (ସାଗର, ଏମ୍‌ପି) ଗିରଫ ହୋଇଛନ୍ତି। ଅନ୍ୟ ଜଣେ ସନ୍ଦିଗ୍ଧ ଫେରାର ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?