ସାପ କାମୁଡ଼ିବା ପରେ ଏବେ ଏମିତି ଅଛନ୍ତି ସଲମାନ

ମୁମ୍ବାଇ: ଭାଇଜାନ ତଥା ସଲମାନ ଖାନ୍‌ଙ୍କୁ ତାଙ୍କ ପାନଭେଲସ୍ଥିତ ଫାର୍ମ ହାଉସରେ ସାପ କାମୁଡ଼ିଥିଲା। ବିଳମ୍ବିତ ରାତିରେ ତାଙ୍କୁ କାମୋଥେ ଏମ୍‌ଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସାପ ବିଷାକ୍ତ ନ ଥିବାରୁ ତାଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଚିକିତ୍ସା ପରେ ସଲମାନ ରବିବାର ସକାଳ ୯ଟାରେ ନିଜ ଫାର୍ମ ହାଉସକୁ ଫେରିଯାଇଛନ୍ତି। ଫାର୍ମହାଉସଟି ପାହାଡ଼ ଏବଂ ଜଙ୍ଗଲ ଦ୍ୱାରା ଘେରି ରହିଥିବାରୁ ଏହି କମ୍ପ୍ଲେକ୍ସରେ ସାପ ରହୁଛନ୍ତି। ଯଦିଓ ଏହା ପୂର୍ବରୁ କାହାର କିଛି କ୍ଷତି ହୋଇନାହିଁ। ଶନିବାର ସଲମାନ ଫାର୍ମହାଉସରେ ପରିବାର ଏବଂ ସାଙ୍ଗମାନଙ୍କ ସହ ଖ୍ରୀଷ୍ଟମାସ ପାଳନ କରିବାକୁ ପହଞ୍ଚିଥିଲେ। ସେହି ରାତିରେ ତାଙ୍କୁ ସାପ କାମୁଡ଼ିଥିଲା। ୨୭ ଅର୍ଥାତ୍‌ ଆସନ୍ତାକାଲି ତାଙ୍କ ଜନ୍ମଦିନ। ତେଣୁ ଫାର୍ମହାଉସରେ ଜନ୍ମଦିନ ପାଳନ କରିବେ ବୋଲି ଭାଇଜାନ କିଛି ବନ୍ଧୁଙ୍କ ସହ ସେଠାରେ ଅଛନ୍ତି।

Share