ମାତୃତ୍ୱ କେତେ ନିରାପଦ

ମାତୃତ୍ୱ ପ୍ରଭୁଙ୍କର ଶ୍ରେଷ୍ଠତମ ଓ ସୁନ୍ଦରତମ ସୃଷ୍ଟି। ତ୍ୟାଗ ଓ ତିତିକ୍ଷାର ମନ୍ତ୍ରରେ ନାରୀଟିଏ ଅଭିମନ୍ତ୍ରିତା ହୋଇ ମାତୃତ୍ୱର ସୋପାନ ଆରୋହଣ କରିଥାଏ। ତେବେ ମାତୃତ୍ୱର ଏହି ପଥ ସବୁବେଳେ ନିରାପଦ ନୁହେଁ। ଏହା କେତେବେଳେ ସମତଳ ତ’ କେତେବେଳେ ବିପଦସଙ୍କୁଳ। ଟିକିଏ ଅସାବଧାନ ହେଲେ ଗର୍ଭଜନିତ ଓ ପ୍ରସବଜନିତ ଜଟିଳତା ଦେଖାଦେଇଥାଏ ଏବଂ ମା’ ସହ ଶିଶୁର ଜୀବନ ବିପଦାପନ୍ନ ହୋଇଥାଏ। ଏକବିଂଶ ଶତାବ୍ଦୀରେ ମା’ ଓ ଶିଶୁ ସ୍ବାସ୍ଥ୍ୟ କଥା ବିଚାରକୁ ନେଲେ ଆମେ ଜାଣିପାରିବା ଯେ, ପ୍ରତ୍ୟେକ ଦିନର ପ୍ରତ୍ୟେକ ମୁହୂର୍ତ୍ତରେ ପୃଥିବୀର କୌଣସି ନା କୌଣସି ସ୍ଥାନରେ ନିଶ୍ଚିତ ଭାବରେ ଗୋଟିଏ ମହିଳା ଗର୍ଭଜନିତ ତଥା ପ୍ରସବଜନିତ କାରଣରୁ ମୃତ୍ୟୁବରଣ କରିଥାଆନ୍ତି। ସେ କୈଶୋର ବା’ ଆଦ୍ୟ ଯୌବନରେ ପାଦ ଦେଇଥିବା ବାଳିକା ବଧୂଟିଏ ହୋଇପାରେ, ଯିଏ କି ମାନସିକ ବା ଶାରୀରିକ ସ୍ତରରେ ଶିଶୁଟିକୁ ଜନ୍ମ ଦେବାପାଇଁ ଆପ୍ରାଣ ଉଦ୍ୟମ କରିଥାଏ କିମ୍ବା ସେ ଗୋଟିଏ ବୟସ୍କା ମହିଳା ହୋଇଥାଇପାରେ; ଯିଏକି ଅନେକ ସନ୍ତାନଥିବା ଏକ ବଡ଼ ପରିବାରକୁ ଚଳାଇବାକୁ ଅକ୍ଳାନ୍ତ ପରିଶ୍ରମ କରିଥାଏ। ତେଣୁ ଗୋପନୀୟ ଭାବରେ ନିଜର ଅବାଞ୍ଛିତ ଗର୍ଭନଷ୍ଟ କରିଥାଏ। ଏହିଭଳି ମହିଳାମାନେ ଡାକ୍ତର ଓ ଚିକିତ୍ସା ତଥା ରକ୍ତ ଓ ଔଷଧ ଅଭାବରୁ ମୃତୁମୁଖରେ ପଡ଼ିଥା’ନ୍ତି। ମା’ର ମୃତ୍ୟୁ କେବଳ ଏକ ପରିବାରର କ୍ଷତି ନୁହେଁ, ଏହା ଏକ ସାମାଜିକ କ୍ଷତି, ଏହା ସାରା ଦେଶର କ୍ଷତି। ମା’ର ମୃତ୍ୟୁ ଯେପରି ସାରା ପରିବାରକୁ ବିପର୍ଯ୍ୟସ୍ତ କରିଦିଏ, ଠିକ୍‌ ସେହିପରି ଲକ୍ଷ ଲକ୍ଷ ମାତୃ ମୃତ୍ୟୁରେ ସାରା ବିଶ୍ୱର ମୂଳଦୁଆ ମଧ୍ୟ ଚହଲିଯାଏ।
ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ମହିଳା ଗର୍ଭଜନିତ ତଥା ପ୍ରସବଜନିତ କାରଣରୁ ମୃତ୍ୟୁବରଣ କରୁଛନ୍ତି। ଏହି ମାତୃ ମୃତ୍ୟୁହାର କମାଇବା ପାଇଁ ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ନିରାପଦ ମାତୃତ୍ୱ ଦିବସ ପାଳନ କରାଯାଉଛି। ଗର୍ଭାବସ୍ଥା ପୂର୍ବରୁ, ଗର୍ଭାବସ୍ଥାରେ, ପ୍ରସବ ସମୟରେ ଏବଂ ପ୍ରସବ ପରେ ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମୀମାନଙ୍କର ଯନତ୍ ଓ ଚିକିତ୍ସା ଦ୍ୱାରା ହିଁ ଏହି ମାତୃ ମୃତ୍ୟୁହାର କମାଯାଇ ପାରିବ।
ପ୍ରତ୍ୟେକ ବର୍ଷ ଏହାର ବିଷୟବସ୍ତୁ ଅଲଗା। ହ୍ବାଇଟ୍‌ ରିବନ ଆଲାଏନ୍ସ ଦ୍ୱାରା ସ୍ଥିରୀକୃତ ହୋଇ କାର୍ଯ୍ୟକ୍ରମମାନ ହୋଇଥାଏ। ପ୍ରତ୍ୟେକ ମହିଳାଙ୍କର ଗର୍ଭଧାରଣ କରିବା ତଥା ବଞ୍ଚତ୍ବାର ଅଧିକାର ଅଛି। ଏହି ଦିବସ ଅବସରରେ ଚଳିତବର୍ଷର ବିଷୟ ବସ୍ତୁ ହେଉଛି-
”ଘରେ ରହି ମା’ ଓ ଶିଶୁ ମାନଙ୍କୁ ରକ୍ଷା କରନ୍ତୁ“।
ଭାରତରେ ମାତୃ ମୃତ୍ୟୁହାର : ଏକ ରିପୋର୍ଟରୁ ଜଣାଯାଇଛି ଯେ, ଭାରତରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଦୟନୀୟ ଓ ଶୋଚନୀୟ। ଭାରତର ଗ୍ରାମାଞ୍ଚଳରେ ଗର୍ଭବତୀଙ୍କ ମୃତ୍ୟୁହାର ସର୍ବାଧିକ। ମୋଟ ବିଶ୍ୱ ଲୋକସଂଖ୍ୟାର ୧୫% ଭାରତରେ ବସବାସ କରନ୍ତି। କିନ୍ତୁ ମହିଳାଙ୍କ ପ୍ରସୂତିକାଳୀନ ମୃତ୍ୟୁହାରର ୨୫% ଭାରତରେ ହିଁ ସଂଘଟିତ ହୋଇଥାଏ। ଅଳ୍ପ ବୟସରେ ମାତୃତ୍ୱ ଓ ପ୍ରତି ଶିଶୁ ମଧ୍ୟରେ କମ୍‌ ସମୟ ବ୍ୟବଧାନ ହିଁ ଏ ପ୍ରକାର ମୃତ୍ୟୁର ମୁଖ୍ୟ କାରଣ। ମାତୃ ମୃତ୍ୟୁର ପ୍ରଥମ ଓ ପ୍ରଧାନ କାରଣଗୁଡ଼ିକ ହେଉଛି- ପ୍ରସବ ପରବର୍ତ୍ତୀ ଅବସ୍ଥାରେ ରକ୍ତକ୍ଷରଣ, ମ୍ୟାଲେରିଆ, କାମଳ ରୋଗ, ରକ୍ତହୀନତା, ଗର୍ଭାବସ୍ଥାରେ ହୃଦ୍‌ରୋଗ, ବ୍ୟାହତ ପ୍ରସବ, ବିଷାକ୍ତ ଗର୍ଭପାତ, ଗର୍ଭପାତ, ପ୍ରସବ ପରବର୍ତ୍ତୀ ସୂତିକା ପ୍ରଦାହ, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ। ତେଣୁ ଗର୍ଭ ଆରମ୍ଭରୁ ଉପଯୁକ୍ତ ଚିକିତ୍ସା, ଟିକାକରଣ, ତୁରନ୍ତ ଚିହ୍ନଟ ଓ ଚିକିତ୍ସା ଖୁବ୍‌ ଜରୁରୀ।
ନିରାପଦ ମାତୃତ୍ୱର ଗୁରୁତ୍ୱ : ଗର୍ଭାବସ୍ଥାର ପ୍ରଥମ ସୋପାନରୁ ମା’ର ଯତ୍ନ ନିଆଗଲେ ଗର୍ଭାବସ୍ଥା ଓ ପ୍ରସବ ନିରାପଦ ହେବ। ଏଥିପାଇଁ ପରିବାର ତଥା ଗାଁ ଗହଳିରେ ସଚେତନତା ସୃଷ୍ଟି ଜରୁରୀ। ତେଣୁ ପ୍ରାଥମିକ ସ୍ତରରୁ ରୋଗ ଓ ଜଟିଳତା ଚିହ୍ନଟ ତଥା ଗୁରୁତର ରୋଗୀଙ୍କୁ ରେଫରାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବା ଅତି ଜରୁରୀ। ଗର୍ଭ ଓ ପ୍ରସବଜନିତ ଜଟିଳତା ଥରେ ଆରମ୍ଭ ହେଲେ ମା’ ମୃତ୍ୟୁହାର ଅସମ୍ଭବ ଭାବରେ ବୃଦ୍ଧି ପାଇଥାଏ। ମା’ ମୃତ୍ୟୁମୁଖରୁ ରକ୍ଷାପାଇଲେ ୫ ବର୍ଷରୁ ସାନ ଶିଶୁଙ୍କର ମୃତ୍ୟୁହାର ମଧ୍ୟ କମିଯାଏ। ତେଣୁ ମାତୃ ମୃତ୍ୟୁହାର କମାଇବାର ପ୍ରଥମ ପଦକ୍ଷେପ ହେଲା ସ୍ବାସ୍ଥ୍ୟକର୍ମୀ, ସ୍ବାସ୍ଥ୍ୟ ସହାୟିକା, ଧାତ୍ରୀ ଓ ସ୍ବାସ୍ଥ୍ୟ ତତ୍ତ୍ୱାବଧାରିକାଙ୍କର ଉପଯୁକ୍ତ ତାଲିମ। ସେମାନେ ଗର୍ଭାବସ୍ଥା ତଥା ପରବର୍ତ୍ତୀ ଜଟିଳତାକୁ ସଙ୍ଗେ ସଙ୍ଗେ ଚିହ୍ନଟ କରି ରୋଗୀଙ୍କୁ ରେଫରାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବେ। ତେଣୁ ସେମାନେ ମାତୃ ମୃତ୍ୟୁର କାରଣଗୁଡ଼ିକ ଯଥା ବିଷାକ୍ତ ଗର୍ଭପାତ, ଗର୍ଭାବସ୍ଥାରେ ରକ୍ତହୀନତା, ବ୍ୟାହତ ପ୍ରସବ, ପ୍ରସବ ପୂର୍ବରୁ ଓ ପରେ ଅତ୍ୟଧିଳ ରକ୍ତକ୍ଷରଣ ଓ ସୂତିକାଜ୍ୱର ବିଷୟରେ ସମ୍ୟକ୍‌ ଜ୍ଞାନ ଆହରଣ କରିବା ଉଚିତ।
– ଡା. ସରୋଜିନୀ ଷଡ଼ଙ୍ଗୀ
ଲିଙ୍କ୍‌ରୋଡ୍‌, କଟକ-୧୨
ମୋ : ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ମିଛ କହୁଥିଲେ ଟ୍ରମ୍ପ! ଇରାନର ଦୁଇ ଏନର୍ଜି ପ୍ଲାଣ୍ଟ ଉପରେ ଏୟାରଷ୍ଟ୍ରାଇକ…..

ନୂଆଦିଲ୍ଲୀ,୨୪।୩:ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଘର୍ଷର ଅନ୍ତ ହେବାର ସଙ୍କେତ ଦେଉଛନ୍ତି । ଅନ୍ୟପଟେ, ଇରାନ ଆକ୍ରମଣ ସମ୍ପର୍କରେ ଏକ ବଡ଼ ଦାବି କରିଛି…

‘ହଁ ଆମେ ଯୁଦ୍ଧ ଶେଷ କରିବୁ…’, ଆମେରିକାକୁ ଇରାନର ସିଧା ଜବାବ, ସାମ୍ନାରେ ରଖିଲା ୨ ବଡ଼ ସର୍ତ୍ତ

ତେହରାନ୍‌,୨୪।୩: ଆମେରିକା ଏବେ ଇରାନ ସହିତ ସଂଘର୍ଷ ସମାପ୍ତ କରିବାକୁ ପ୍ରସ୍ତୁତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆଉ ଯୁଦ୍ଧ କରିବାକୁ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri