ଭବିଷ୍ୟତ କେତେ ସୁରକ୍ଷିତ

ଆମେ ସଭିଏଁ ଜାଣୁ ବୃଦ୍ଧି ଓ ବିକାଶ ସଜୀବର ଏକ ଲକ୍ଷଣ। ପ୍ରାଣୀ ହେଉ କି ଉଦ୍ଭିଦ ଏମାନେ ଛୋଟରୁ ବଡ଼ ହୁଅନ୍ତି। କିନ୍ତୁ ନିର୍ଜୀବର ଏ ଲକ୍ଷଣ ନ ଥାଏ। ଛୋଟ ପଥରଟିଏ ସମୟ କ୍ରମରେ ବଡ଼ ଶିଳା ଖଣ୍ଡରେ ପରିଣତ ହେବନାହିଁ। ତେବେ ୨ ଦିନ ତଳେ ସହରର ଏକ ବ୍ୟସ୍ତବହୁଳ ଗଳିରେ ଯାଉ ଯାଉ ଆଗରେ ଯାଉଥିବା ଗୋଟିଏ ଅଟୋ ରିକ୍ସାର ପଛପଟେ ଲେଖାଥିବା ଧାଡ଼ିଟେ ଉପରେ ନଜର ପଡ଼ିଲା। ଲେଖାଥିଲା, ‘ମୁଁ ବି ଦିନେ ବଡ଼ ହେବି’। ମନେହେଲା ଅଟୋରିକ୍ସା ଦିନେ ବଡ଼ ହୋଇ ଟାକ୍ସିରେ ବିବର୍ତ୍ତିତ ହୋଇଯିବ କି ଆଉ! କିଛି ଘଣ୍ଟା ଧରି ଏଇ କଥାଟି ବେଶ୍‌ ମନକୁ ଆନ୍ଦୋଳିତ କଲା। ଅବଶ୍ୟ ଏକଥା ବି ସତ ଯେ, ଅଟୋରିକ୍ସା ନୁହେଁ; ବରଂ ଅଟୋ ଚାଳକର ହିଁ ଏ ସ୍ବପ୍ନ ଅଛି। ନିଜର କଠିନ ପରିଶ୍ରମ ଉପରେ ତା’ର ଭରସା ଅଛି। ଦିନ ଆସିବ ତା’ ଦୁଃଖ ଉଭେଇଯିବ, ଏଇ ତ ଆଉ କ’ଣ ? ଇଏ ହିଁ ବାସ୍ତବିକତା। ସମସ୍ତଙ୍କର କିଛି ସ୍ବପ୍ନ ଥାଏ, ସ୍ବପ୍ନକୁ ବାସ୍ତବ ରୂପ ଦେବା ପାଇଁ ଖୁବ୍‌ ଲଢ଼େଇ କରିବାକୁ ପଡ଼େ କେବେ ନିଜ ସହ, ଆଉ କେବେ ଆଖପାଖର ସମସ୍ୟା ସହ; ଆଉ କେବେ ପ୍ରକୃତି ସହ। ଲଢ଼େଇ ନିଶ୍ଚିତ, ପରିଣାମ ଯାହା ହେଉ। ରାଜାପୁଅ ଅବା ରଙ୍କପୁଅ ସମସ୍ତଙ୍କ ପାଇଁ ଏ ନିୟମ ଲାଗୁ ; ଲଢ଼େଇ ଯଦିଓ ଭିନ୍ନ ଭିନ୍ନ ସ୍ବାଦର, ଭିନ୍ନ ଭିନ୍ନ ପ୍ରକାରର। ଏଇ ତ ଜୀବନ।
ସଫଳତା ହାସଲ କରିବା ଲାଗି ପରିଶ୍ରମର କୌଣସି ବିକଳ୍ପ ନାହିଁ। ବିଶ୍ବର ଯେକୌଣସି ଧର୍ମଶାସ୍ତ୍ର ଏ କଥା କହେ। ତେବେ ଏହା ସତ ଯେ କେବଳ ପରିଶ୍ରମ ଦ୍ବାରା ସଫଳତାର ଉତ୍ତୁଙ୍ଗ ସୌଧ ନିର୍ମାଣ ସମ୍ଭବ ନୁହେଁ। ଏଥିପାଇଁ କଠୋର ଅଧ୍ୟବସାୟ, ଆବଶ୍ୟକ ସାଧନ, ଉପଯୋଗୀ ସମ୍ବଳର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଅବଶ୍ୟ ସାଧନ ଓ ସମ୍ବଳ ଶୂନ୍ୟ ଆକାଶରୁ ଗଳି ପଡ଼େନା। ଏଥିପାଇଁ ସୁଦ୍ଧା ବୁଦ୍ଧି ଖଟାଇବାକୁ ପଡ଼େ, ସଂଘର୍ଷ କରିବାକୁ ହୁଏ। ଅର୍ଥାତ୍‌ ଜୀବନରେ ଜଣେ ସଫଳ ମଣିଷ ହେବାକୁ ହେଲେ ଗୋଟିଏ ନିରନ୍ତର କଠୋର ପ୍ରକ୍ରିୟା ଦେଇ ଯିବାକୁ ହୁଏ। ଅଧରାତିରେ ସ୍ବପ୍ନ ଦେଖି ସକାଳୁ କେହି ଡାଲ୍‌ଟନ ଅବା କଲାମ ହୋଇପାରନ୍ତି ନାହିଁ। ମୋହନରୁ ମହାତ୍ମା ହେବା ଲାଗି କିମ୍ବା ସିଦ୍ଧାର୍ଥରୁ ବୁଦ୍ଧ ହେବା ଲାଗି ଦୀର୍ଘ ବର୍ଷର ସାଧନା ଓ ନିରୁତା ତ୍ୟାଗ ଲୋଡ଼ା ପଡ଼ିଥିଲା।
ଅଥଚ ଅଧୁନା ଦେଖାଯାଉଛି ସେକାଳ ପଖାଳ ଆଉ ନାହିଁ। ସଫଳତାର ସଂଜ୍ଞା, ସ୍ବରୂପ ଓ ପରିସର ଢେର ମାତ୍ରାରେ ବଦଳିଯାଇଛି। ତ୍ୱରିତ ପ୍ରସିଦ୍ଧି, ରାତିଅଧିଆ ଲୋକପ୍ରିୟତା ଏବେ ସଫଳତାର ମାପକାଠି। ପରିଶ୍ରମ ତ ଦୂରର କଥା, ସମୂହ ପ୍ରକ୍ରିୟାରେ ସାମାନ୍ୟତମ ସମ୍ପୃକ୍ତି ବିନା ସଫଳତାର ଶ୍ରେୟ ନେବାକୁ ଓ ପରିଣାମ ଭୋଗ କରିବାକୁ ଆଧୁନିକ ମଣିଷ କୁଣ୍ଠାବୋଧ କରୁନାହିଁ। ସମାଜର ସବୁ କ୍ଷେତ୍ରରେ ଗଳାବାଟ ଖୋଜି ଚତୁର ବୋଲାଉଥିବା ଅବିବେକୀ ମଣିଷ ଏବେ ସଫଳ ବୋଲି ଉଦ୍‌ଘୋଷଣା କଲାଣି। ଯେଉଁଠି ଯାହାକୁ ପାଇଲା ତାକୁ ଶିଡ଼ି ବନେଇ ଉପରେ ଚଢ଼ିବାକୁ ଉଦ୍ୟମ କଲାଣି। ଯଦିଓ ଜୀବନ ସଂଗ୍ରାମରେ ଏଇ ପ୍ରକ୍ରିୟାକୁ ସହଜ ଓ ସ୍ବାଭାବିକ କୁହାଯାଇପାରେ, ତଥାପି ମଣିଷ ଭଳି ଶ୍ରେଷ୍ଠ ଜୀବ ଲାଗି ଏଇ ଶସ୍ତା ମାଧ୍ୟମ ଆଦୌ ଗ୍ରହଣୀୟ ହେଉନାହିଁ।
ଭୋଗବାଦ, ବସ୍ତୁବାଦ ଜୀବନର ମୂଳମନ୍ତ୍ର ହେଲାଣି। ପ୍ରଚୁର ଅର୍ଥ ଆୟ,ଯାବତୀୟ ଆଭିଜାତ୍ୟଭରା ଜୀବନଶୈଳୀ ଆଜିର ମଣିଷ ପାଇଁ ଏକମାତ୍ର ଲକ୍ଷ୍ୟରେ ପରିଣତ ହେଲାଣି। ଏଥିପାଇଁ ଯେତେସବୁ ସୁଲଭ ଗଳାବାଟ ମିଳିବାର ସମ୍ଭାବନା ଅଛି, ତାକୁ ଖୋଜି ଖୋଜି ମଣିଷ ଆପଣେଇଲାଣି ।
ଧୂର୍ତ୍ତପଣ ଓ ବୁଦ୍ଧିମତ୍ତା ମଧ୍ୟରେ କିଛି ପ୍ରଭେଦ ଜଣାପଡୁନାହିଁ। ଯିଏ ଯେତେ ଧୂର୍ତ୍ତ, ସେ ସେତେ ବୁଦ୍ଧିଆ କୁହାଗଲାଣି। ବିଦ୍ୟାଳୟ ସ୍ତରରୁ ବୋଧହୁଏ ପିଲାଙ୍କ ମଧ୍ୟରେ ଏଭଳି କୁତ୍ସିତ ଭାବନା ଧସେଇ ପଶିଲାଣି ଯେ ଜ୍ଞାନାର୍ଜନ ଲାଗି ଅଧ୍ୟୟନ ନୁହେଁ ; ବରଂ ଅର୍ଥ ଉପାର୍ଜନ ଲାଗି ଅଧ୍ୟୟନ ଆବଶ୍ୟକ ମନେକଲେଣି। ପରୀକ୍ଷାରେ ଅସାଧୁ ଉପାୟ, ଯେନତେନ ଅଧିକରୁ ଅଧିକ ନମ୍ବର/ଗ୍ରେଡ୍‌ ହାସଲ କରିବା ଇତ୍ୟାଦି ଅସ୍ବାଭାବିକ ମନେହେଉନାହିଁ। ବୃତ୍ତିଗତ କ୍ଷେତ୍ରରେ ଉତ୍କୋଚ ବ୍ୟବସ୍ଥା, ବାଣିଜ୍ୟ ବ୍ୟବସାୟରେ ଆଶାତୀତ ଲାଭର ଲୋଭ, ତଜ୍ଜନିତ କାରଣରୁ କଳାବଜାର ଅପମିଶ୍ରଣ ଇତ୍ୟାଦି ସମାଜର ସାଧାରଣ ଘଟଣାରେ ପରିଣତ ହେଲାଣି। ରାଜନୀତିକୁ ଶ୍ରେଷ୍ଠ ନୀତି କୁହାଯାଉଥିବା ଆମ ଦେଶରେ ରାଜନୈତିକ ନେତୃବୃନ୍ଦ ସାଧାରଣ ଜନତାର ବିଶ୍ବାସ ଓ ଭରସାର ଆଧାରହୋଇ ଗ୍ରହଣୀୟ ହେବା ବିରଳ ହେଲାଣି।
କଳା, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା, ଯେଉଁ ସଫଳତାର ଚିତ୍ର ଆଙ୍କେ; ତାହା ସମୟକୁ ଅତିକ୍ରମକରି ସମାଜରେ ସ୍ବତଃ ଛାପ ଛାଡ଼ିଦିଏ। ଅଥଚ ଆଜିର ମଣିଷ ସେଗୁଡ଼ିକୁ ଶସ୍ତା ଲୋକପ୍ରିୟତା ହାସଲର ମାଧ୍ୟମ ଭାବେ ଗ୍ରହଣ କଲାଣି। ପୁରସ୍କାର,ପ୍ରସିଦ୍ଧି,ଲୋକପ୍ରିୟତା, ମାଳମାଳ ମାନପତ୍ର ଉପଢୌକନର ଭିଡ଼ ଭିତରେ ଅସଲି ସାଧନା ମୁହଁ ଲୁଚେଇଲାଣି। ସମାଜର ଏମିତି କୌଣସି ପରିସର ନାହିଁ ଯାହା ଏତାଦୃଶ ପ୍ରଦୂଷଣର ଶିକାର ହୋଇନାହିଁ।
ଅନୀତି, ଅନାଚାର, ଶୋଷଣ, ପ୍ରିୟାପ୍ରୀତିତୋଷଣ ମୁରବି ଶ୍ରେଣୀର ଲୋକଙ୍କ ଅଳଙ୍କାର ହେବା ବେଳକୁ ଯୁବପିଢ଼ି ମଧ୍ୟରେ ଉଚ୍ଚବିଚାର ମହତପଣର ଉଡ଼ାଣ ଭରିବା ଲାଗି ଦୃଷ୍ଟାନ୍ତର ଘୋର ଅଭାବ ପରିଦୃଷ୍ଟ ହେଲାଣି। ସମାଜ ଏଭଳି ଏକ ସନ୍ଧିକ୍ଷଣ ମଧ୍ୟ ଦେଇ ଗତି କରୁଛି ଯେ ଅତୀତ ପଶ୍ଚାତମୁଖୀ ହୋଇ ମୁହଁ ଲୁଚେଇଲାଣି ତ ବର୍ତ୍ତମାନ ଏଭଳି ହୀନ ଜୀବନାଦର୍ଶର ଶିକାର ହୋଇ କର୍ଦ୍ଦମାକ୍ତ ହେଲାଣି। ଭବିଷ୍ୟତର ଭବିଷ୍ୟତ କେତେ ସୁରକ୍ଷିତ ଓ ସନ୍ଦିହାନ, ଏ ବିଚାର କେବଳ ଆପଣଙ୍କର!

ଶ୍ରୀଧର ପଟ୍ଟନାୟକ
କଲ୍ୟାଣସିଂହପୁର, ରାୟଗଡ଼ା
ମୋ:୮୨୪୯୧୨୧୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri