Posted inଖେଳ

IPL ଟ୍ରଫି ଜିତିଲେ ଶ୍ରେୟସ ଆୟରଙ୍କ ଏତେ ବଢିଯିବ ଆୟ! ନେଟୱର୍ଥ ଜାଣିଲେ ତାଜୁବ ହେବ…

ମୁମ୍ବାଇ,୩।୬: ଭାରତୀୟ କ୍ରିକେଟର ତଥା ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର କେବଳ ମଇଦାନରେ ନୁହେଁ, ନେଟ୍‌ଓ୍ବର୍ଥରେ ମଧ୍ୟ ଶୀର୍ଷରେ ଅଛନ୍ତି। ୩୦ ବର୍ଷ ବୟସରେ ଶ୍ରେୟସଙ୍କ ନେଟୱର୍ଥ ପ୍ରାୟ ୬୫ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଥିଲା, ଯାହା ତାଙ୍କୁ ଆଇପିଏଲ ଇତିହାସରେ ଦ୍ୱିତୀୟ ସବୁଠାରୁ ମହଙ୍ଗା ଖେଳାଳି କରିଛି।

ଶ୍ରେୟସଙ୍କ ଆଇପିଏଲ ଯାତ୍ରା ୨୦୧୫ ମସିହାରେ ଦିଲ୍ଲୀ ଡେୟାରଡେଭିଲସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲସ) ସହିତ ଆରମ୍ଭ ହୋଇଥିଲା, ଯେଉଁଠାରେ ତାଙ୍କୁ ୨.୬ କୋଟି ଟଙ୍କାରେ କିଣାଯାଇଥିଲା। ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ସେ ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଥିଲେ ଏବଂ ୨୦୨୦ରେ ଦଳକୁ ଫାଇନାଲରେ ପହଞ୍ଚାଇଥିଲେ। ୨୦୨୨ରେ କୋଲକାତା ନାଇଟ ରାଇଡର୍ସ (କେକେଆର) ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଥିଲା ଏବଂ ୨୦୨୪ରେ ସେ କେକେଆରକୁ ଆଇପିଏଲ ଟାଇଟଲ ଜିତାଇଥିଲେ। ୧୧ ବର୍ଷର ଆଇପିଏଲ କ୍ୟାରିୟରରେ ଶ୍ରେୟସ ମୋଟ ୯୯.୩ କୋଟି ଟଙ୍କା ରୋଜଗାର କରିଛନ୍ତି।

ଆଇପିଏଲ ବ୍ୟତୀତ ଶ୍ରେୟସ ଟେକ୍ନୋଲୋଜି, ଫ୍ୟାଶନ, ପାନୀୟ ଓ ଫିନଟେକ ସେକ୍ଟରର ବଡ଼ ବ୍ରାଣ୍ଡ ସହିତ ଜଡ଼ିତ। ଏହା ତାଙ୍କ ଆୟର ଏକ ପ୍ରମୁଖ ଉତ୍ସ। ସେ ମୁମ୍ବାଇର ଲୋଢା ଓାର୍ଲଡ ଟାୱାରସରେ ୧୧.୮୫ କୋଟି ଟଙ୍କାର ଏକ ଫ୍ଲାଟ କିଣିଛନ୍ତି। ତାଙ୍କ ଲଗ୍ଜରୀ କାର ସଂଗ୍ରହରେ ୩ କୋଟି ଟଙ୍କାର ଲାମ୍ବୋର୍ଗିନି ହୁରାକାନ, ୨.୪୫ କୋଟି ଟଙ୍କାର ମର୍ସିଡିଜ-ବେଞ୍ଜ ଜି୬୩ ଏଏମଜି ଏବଂ ଅଡ଼ି ଏସ୫ ରହିଛି।

ଶ୍ରେୟସ ଆୟର ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସକୁ ଫାଇନାଲରେ ପହଞ୍ଚାଇଛନ୍ତି, ଯେଉଁଠାରେ ସେ ମୁମ୍ବାଇ ଇଣ୍ଡିଆନସ ବିପକ୍ଷରେ ୪୧ ବଲରେ ୮୭ ରନର ଏକ ଦୁର୍ଦାନ୍ତ ଇନିଂସ ଖେଳିଥିଲେ। ସେ ତିନୋଟି ଭିନ୍ନ ଦଳ (ଦିଲ୍ଲୀ କ୍ୟାପିଟାଲସ, କେକେଆର ଓ ପଞ୍ଜାବ କିଙ୍ଗସ)କୁ ଆଇପିଏଲ ଫାଇନାଲରେ ପହଞ୍ଚାଇଥିବା ପ୍ରଥମ ଅଧିନାୟକ ଭାବେ ଇତିହାସ ରଚିଛନ୍ତି। ୨୦୨୫ ଆଇପିଏଲରେ ସେ ୧୬ ମ୍ୟାଚରେ ୩୯ଟି ଛକା ମାରି ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଶ୍ରେୟସ ପୂର୍ବରୁ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ୮ କୋଟି ଟଙ୍କା ରୋଜଗାର କରିଛନ୍ତି। ତାଙ୍କ ପରିବାରରେ ତାମିଲ ଓ ତୁଳୁ ସଂସ୍କୃତିର ମିଶ୍ରଣ ରହିଛି। ଶ୍ରେୟସଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗସ ଆଇପିଏଲ ୨୦୨୫ର ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ମୁହାଁମୁହିଁ ହେବ। ଯଦି ପଞ୍ଜାବ ଜିତେ, ତେବେ ଶ୍ରେୟସ ଦୁଇଟି ଭିନ୍ନ ଦଳ ସହ ଆଇପିଏଲ ଟାଇଟଲ ଜିତିଥିବା ପ୍ରଥମ ଅଧିନାୟକ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?