Categories: ଜାତୀୟ

କେମିତି ଭାରତକୁ ଆସିଲା ଓମିକ୍ରନ୍‌

ବେଙ୍ଗାଲୁରୁ,୩।୧୧: କରୋନା ଭାଇରସ ଓମିକ୍ରନର ନୂତନ ଭାରିଆଣ୍ଟକୁ ସମଗ୍ର ବିଶ୍ୱରେ ଭୟର ବାତାବରଣ ଅଛି । ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ ଅନୁସନ୍ଧାନରେ ନିୟୋଜିତ ଅଟନ୍ତି। ଚଳିତ ସପ୍ତାହ ମଧ୍ୟରେ ଓମିକ୍ରନ ୨୯ଟି ଦେଶକୁ ବ୍ୟାପିଛି। ଏପର୍ଯ୍ୟନ୍ତ ୩୭୩ ଜଣ ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଓମିକ୍ରନ ମଧ୍ୟ ଭାରତରେ ପଶିଛି। କର୍ନାଟକରେ ପ୍ରଥମ ଦୁଇ ଜଣ ଲୋକ ଏହି ଭାରିଆଣ୍ଟର ଶିକାର ହୋଇଛନ୍ତି। ଏହା ପରେ ଆଉ ପାଞ୍ଚ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଡିସେମ୍ବର ୨ରେ ଭାରତର କର୍ନାଟକ ସହରରେ ଏହି ପ୍ରକାରର ଦୁଇଟି ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଆଫ୍ରିକାର ଫେରିଥିଲେ ଏବଂ ଅନ୍ୟଟି ସ୍ଥାନୀୟ ସ୍ବାସ୍ଥ୍ୟ କର୍ମୀ। ତେବେ ଭୟର ବାତାବରଣ ସୃଷ୍ଟି ନ କରିବାକୁ ଏବଂ କରୋନା ପ୍ରୋଟୋକଲକୁ କଡାକଡି ପାଳନ ନ କରିବାକୁ ମନ୍ତ୍ରଣାଳୟ ଲୋକମାନଙ୍କୁ ନିବେଦନ କରିଛି। ଏଥି ସହ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକ କରି ରାଜ୍ୟରେ ଅଧିକ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି।
କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି ଯେ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତି ଦକ୍ଷିଣ ଆଫ୍ରିକା ଗସ୍ତରେ ଫେରିଛନ୍ତି। ଅନ୍ୟ ଜଣେ ୪୬ ବର୍ଷୀୟ ରୋଗୀ ସେପରି କୌଣସି ଯାତ୍ରା କରିନାହାଁନ୍ତି। ସେ ଜଣେ ସ୍ବାସ୍ଥ୍ୟ କର୍ମୀ, ଉଭୟ ରୋଗୀଙ୍କୁ କେବଳ ଜ୍ୱର ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ସଂକ୍ରମିତ ରୋଗୀ ଟିକା ନେଇଛନ୍ତି। ଜଣେ ରୋଗୀ ସଂକ୍ରମିତ ରୋଗୀ ଉଭୟ ଡୋଜ୍‌ ଟିକା ନେଇଥିବାବେଳେ ଅନ୍ୟ ରୋଗୀ ପ୍ରଥମ ଡୋଜ ନେଇଛନ୍ତି।

Share