ଗୁଗଲ୍‌ ସିଇଓଙ୍କ ଦରମା କେତେ ଜାଣନ୍ତି

ଭାରତୀୟ ମୂଳ ସୁନ୍ଦର ପିଚାଇ ଏବେ ଗୁଗଲ୍‌ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ଗୁଗଲ୍‌ର ପ୍ୟାରେଣ୍ଟ କମ୍ପାନୀ ଆଲ୍‌ଫାବେଟ୍‌ର କାର୍ଯ୍ୟଭାର ମଧ୍ୟ ତାଙ୍କୁ ଦିଆଯାଇଥିଲା। ଏହାପରେ ସୁନ୍ଦର ପିଚାଇଙ୍କ କାର୍ଯ୍ୟ ଆଗ ଅପେକ୍ଷା ବଢିଯାଇଛି। କେବଳ କାର୍ଯ୍ୟ ନୁହେଁ, ତାଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ସୁନ୍ଦର ପିଚାଇଙ୍କ ୨୦୨୦ରେ ବେସ୍‌ ଦରମା ୨ ମିଲିୟନ୍‌ ଡଲାର ଥିଲା। ଏହା ଭାରତୀୟ ମୁଦ୍ରାରେ ପାଖାପାଖି ୧୫ କୋଟି ଟଙ୍କା। ଆଲ୍‌ଫାବେଟ୍‌ ଅନୁସାରେ ୨୦୨୦ ପାଇଁ Leadership Development and Compensation Committee ସୁନ୍ଦର ପିଚାଇଙ୍କ ବେସ୍‌ ଦରମା ୨ ମିଲିୟନ୍‌ ଡଲାର୍‌ରେ କରିଥିଲା। ଏହା ପଛରେ ଆଲ୍‌ଫାବେଟ୍‌ ଏବଂ ଗୁଗୁଲ୍‌ ସିଇଓ ଭାବେ ତାଙ୍କ କାର୍ଯ୍ୟ ବୃଦ୍ଧି ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ୨ ମିଲିୟନ୍‌ ଦରମା ଛଡା ତାଙ୍କୁ All Other Compensation ଅନୁଯାୟୀ ୫ ମିଲିୟନ ଡଲାର ଦରମା ଦିଆଯାଏ। ୨୦୨୦ରେ ତାଙ୍କ ମୋଟ ଦରମା ୭.୪ ମିଲିୟନ୍‌ ଡଲାର(ପାଖାପାଖି ୫୨ କୋଟି) ଥିଲା। ଆଲଫାବେଟ୍‌ର ସିଇଓ ହେବା ପୂର୍ବରୁ ସୁନ୍ଦର ପିଚାଇଙ୍କ ଦରମା ୬.୫ ଲକ୍ଷ ଡଲାର(ପାଖାପାଖି ୪.୮ କୋଟି ଟଙ୍କା) ଥିଲା। ଏହି ଦରମା ତାଙ୍କୁ ୨୦୧୯ରେ ମିଳିଥିଲା। ଏହି ବର୍ଷ ଅନ୍ୟାନ୍ୟ ବାବଦରେ ୩.୩ ମିଲିୟନ୍‌ ଡଲାର ଦରମା ମିଳିଥିଲା। ଏହାଛଡା ୨୦୧୯ରେ ଷ୍ଟାଫ୍‌ ପ୍ୟାକେଜ୍‌ ବାବଦରେ ୨୪୦ ମିଲିୟନ୍‌ ଡଲାର ଗ୍ରାଣ୍ଟ୍‌ ମଧ୍ୟ ତାଙ୍କୁ ଦିଆଯାଇଥିଲା।

Share