Posted inଜାତୀୟ

ମାସକୁ ଏତେ ଟଙ୍କା ରୋଜଗାର କରୁଥିଲେ ରାଜା ରଘୁବଂଶୀ, ସମ୍ପତ୍ତି ଛଡା ଏହି କାମରୁ ଆସୁଥିଲା ପୁଳପୁଳା ଟଙ୍କା!

ଇନ୍ଦୋର,୧୧।୬: ଇନ୍ଦୋରର ରାଜା ରାଘବଂଶୀଙ୍କ ହତ୍ୟା ମାମଲାରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ମିଡିଆ ରିପୋର୍ଟ ଅନୁସାରେ, ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀ ନିଜେ ଏହି ହତ୍ୟାର ଷଡଯନ୍ତ୍ର ରଚିଥିଲେ। ମେଘାଳୟ ପୋଲିସର ତଦନ୍ତରୁ ଜଣାପଡିଛି ଯେ ସୋନମ ସୁପାରୀ ଦେଇ ରାଜାଙ୍କୁ ହତ୍ୟା କରାଇଥିଲେ। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଆସନ୍ତୁ ଜାଣିବା ରାଜା ରଘୁବଂଶୀ କ’ଣ କାମ କରୁଥିଲେ ଏବଂ ତାଙ୍କର ଦରମା କେତେ ଥିଲା। ଗୋଟିଏ ପଟେ ପୋଲିସ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ କରୁଥିବା ବେଳେ, ଅନ୍ୟପଟେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ରାଜା ରଘୁବଂଶୀ କେତେ ରୋଜଗାର କରୁଥିଲେ ଓ ସେ କ’ଣ କାମ କରୁଥିଲେ। ଆସନ୍ତୁ ଜାଣିବା ତାଙ୍କ ସମ୍ପତ୍ତି, ବ୍ୟବସାୟ ଏବଂ ଆୟ ବାବଦରେ।

 ମେଘାଳୟରେ ନବ ବିବାହିତଙ୍କ ହନିମୁନି ସମୟରେ ହତ୍ୟା ଘଟଣା ପରେ, ରାଜା ରଘୁବଂଶୀଙ୍କ ନାମ ଆଜିକାଲି ହେଡଲାଇନରେ ଅଛି। ଗୋଟିଏ ପଟେ ପୋଲିସ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ କରୁଥିବା ବେଳେ, ଅନ୍ୟପଟେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ରାଜା ରଘୁବଂଶୀ କେତେ ରୋଜଗାର କରୁଥିଲେ ଓ ସେ କ’ଣ କାମ କରୁଥିଲେ। ଆସନ୍ତୁ ଜାଣିବା ତାଙ୍କ ସମ୍ପତ୍ତି, ବ୍ୟବସାୟ ଏବଂ ଆୟ ବାବଦରେ।

ରାଜା ରଘୁବଂଶୀ ଜଣେ ବ୍ୟବସାୟୀ ଥିଲେ, ଯିଏ ମଧ୍ୟପ୍ରଦେଶର ଇନ୍ଦୋରରେ ଟ୍ରାନ୍ସପୋର୍ଟ ବ୍ୟବସାୟ ସହ ଜଡିତ ଥିଲେ। ସେ ନିଜର ଟ୍ରାନ୍ସପୋର୍ଟ କମ୍ପାନୀ ମାଧ୍ୟମରେ ମାଲ ପରିବହନ କରୁଥିଲେ, ଯାହା ତାଙ୍କ ପାଇଁ ଏକ ଲାଭଜନକ ବ୍ୟବସାୟ ଥିଲା। ରିପୋର୍ଟ ଅନୁସାରେ, ରାଜାଙ୍କର ମାସିକ ଆୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ଥିଲା। ଏହା ବ୍ୟତୀତ, ସେ ନିଜ ବ୍ୟବସାୟରୁ ଅନ୍ୟାନ୍ୟ ସ୍ରୋତରୁ ମଧ୍ୟ ଆୟ କରୁଥିଲେ। ତାଙ୍କର ଆର୍ଥିକ ସ୍ଥିତି ମଜବୁତ ଥିଲା, ଯାହା ତାଙ୍କ ଜୀବନଶୈଳୀରୁ ସ୍ପଷ୍ଟ ହେଉଥିଲା।

Raja Raghuvanshi Net Worth: कितना कमाते थे राजा रघुवंशी, करते थे कौन सा काम?

 

ରାଜା ରଘୁବଂଶୀଙ୍କ ମୋଟ ସମ୍ପତ୍ତି ସମ୍ପର୍କରେ କୌଣସି ସରକାରୀ ରେକର୍ଡ ସାର୍ବଜନୀନ କରାଯାଇ ନାହିଁ, ଯାହା ଫଳରେ ସଠିକ୍ ସଂଖ୍ୟା କହିବା କଷ୍ଟକର ହୋଇପଡୁଛି। ତଥାପି, ଗଣମାଧ୍ୟମ ରିପୋର୍ଟ ଓ ପୋଲିସ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କର ସମ୍ପତ୍ତି ପ୍ରାୟ କିଛି କୋଟି ଟଙ୍କା ଆକଳନ କରାଯାଉଛି। ହନିମୁନ ସମୟରେ ସେ ତାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କ ସହିତ କରିଥିବା ବିଳାସପୂର୍ଣ୍ଣ ଯାତ୍ରା ଓ ମହଙ୍ଗା ଜୀବନଶୈଳୀ ସୂଚାଇ ଦିଏ ଯେ ତାଙ୍କର ଆର୍ଥିକ ଅବସ୍ଥା ସାଧାରଣ ଅପେକ୍ଷା ଭଲ ଥିଲା। ଗଣମାଧ୍ୟମ ରିପୋର୍ଟ କହୁଛି ଯେ ରାଜା ରଘୁବଂଶୀଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ପ୍ରାୟ ୫ ରୁ ୭ କୋଟି ଟଙ୍କା ହୋଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ଆନୁମାନିକ ସଂଖ୍ୟା ଓ ପୋଲିସ ତଦନ୍ତର ନିଷ୍କର୍ଷ ଉପରେ ନିର୍ଭର କରେ।

Raja Raghuwanshi Murder: Blood Stains on Shirt, Sonam Raghuwanshi's  Raincoat, Khukri, Many Fresh Evidence Emerge

ରାଜା ରଘୁବଂଶୀଙ୍କ ମୁଖ୍ୟ ବ୍ୟବସାୟ ଥିଲା ଟ୍ରାନ୍ସଫୋର୍ଟ ବ୍ୟବସାୟ, ଯାହାକୁ ସେ ଇନ୍ଦୋରରେ ପରିଚାଳନା କରୁଥିଲେ। ଏହି ବ୍ୟବସାୟ ଅଧୀନରେ ସେ ମାଲ ପରିବହନ ଟ୍ରକ୍ ଓ ଯାତ୍ରୀବାହୀ ଯାନ ମାଧ୍ୟମରେ ବିଭିନ୍ନ ସେବା ଯୋଗାଉଥିଲେ। ପରିବହନ ବ୍ୟବସାୟରେ ଆୟ ମୁଖ୍ୟତଃ ଯାନବାହାନ ସଂଖ୍ୟା, ରୁଟର ଦୂରତା ଏବଂ ଗ୍ରାହକଙ୍କ ଚାହିଦା ଉପରେ ନିର୍ଭର କରେ। ଜଣେ ଟ୍ରାନ୍ସଫୋର୍ଟ ଅପରେଟର ଭାବରେ ରାଜା ରଘୁବଂଶୀଙ୍କ ମାସିକ ଆୟ ୬୦,୦୦୦ ରୁ ୧,୦୦,୦୦୦ ଟଙ୍କା ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି। ଏହି ଅନୁସାରେ, ତାଙ୍କର ବାର୍ଷିକ ଆୟ ୭ ରୁ ୧୨ ଲକ୍ଷ ଟଙ୍କା ମଧ୍ୟରେ ହୋଇପାରେ। ତଥାପି, ଏହି ଆୟ ତାଙ୍କ ବ୍ୟବସାୟର ପରିସର, କର୍ମଚାରୀଙ୍କ ସଂଖ୍ୟା ଓ ଯାନବାହାନ ଉପରେ ମଧ୍ୟ ନିର୍ଭର କରେ।

ରାଜା ଓ ସୋନମଙ୍କ ବିବାହ ୨୦୨୫ ମସିହା ମେ ୧୧ ତାରିଖରେ ହୋଇଥିଲା। ବିବାହର ମାତ୍ର ୯ ଦିନ ପରେ ସେମାନେ ହନିମୁନ ପାଇଁ ମେଘାଳୟ ଯାଇଥିଲେ। ମେ ୨୩ରେ ସେମାନେ ନିଖୋଜ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଜୁନ ୨ରେ ମେଘାଳୟର ଇଷ୍ଟ ଖାସି ହିଲସରେ ଓେଇ ସାଓଡଙ୍ଗ ଜଳପ୍ରପାତ ନିକଟରେ ଏକ ଖାଇରେ ରାଜାଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ ରାଜାଙ୍କୁ ଏକ ଧାରୁଆ ଅସ୍ତ୍ର (ମାଚେଟ)ରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି।

ତଦନ୍ତରୁ ଜଣାପ ଯେ ସୋନମ ନିଜର ପୂର୍ବ ପ୍ରେମିକ ରାଜ କୁଶୱାହାଙ୍କ ସହ ମିଶି ଏହି ହତ୍ୟାର ଯୋଜନା କରିଥିଲେ। ସୋନମ ଓ ରାଜ କୁଶୱାହାଙ୍କ ମଧ୍ୟରେ ବିବାହ ପୂର୍ବରୁ ଏକ ସମ୍ପର୍କ ଥିଲା, ଯାହାକୁ ସେ ଜାରି ରଖିବାକୁ ଚାହୁଁଥିଲେ। ସୂତ୍ରରୁ ଜଣାପଡିଛି ଯେ ସୋନମ ରାଜାଙ୍କୁ ହତ୍ୟା କରିବା ପାଇଁ ୨୦ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ଏବଂ ହତ୍ୟା ସମୟରେ ରାଜାଙ୍କ ପର୍ସରୁ ୧୫,୦୦୦ ଟଙ୍କା ନେଇ ହତ୍ୟାକାରୀଙ୍କୁ ଦେଇଥିଲେ। ସୋନମ ନିଜେ ହତ୍ୟା ସମୟରେ ଉପସ୍ଥିତ ଥିଲେ ଏବଂ କଥିତ ଭାବେ ତାକୁ ମାରି ଦିଅ ବୋଲି ଚିତ୍କାର କରିଥିଲେ।

ମେଘାଳୟ ପୋଲିସର ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ (ଏସଆଇଟି) ଏହି ମାମଲାରେ ମୋଟ ୫ ଜଣଙ୍କୁ ଗିରଫ କରିଛି। ସୋନମ ରାଘବଂଶୀ, ରାଜ କୁଶୱାହା, ଆକାଶ ରାଜପୁତ, ବିଶାଲ ସିଂ ଚୌହାନ ଓ ଆନନ୍ଦ କୁର୍ମୀଙ୍କୁ ଗିରଫ କରାଯାଇଛି। ସୋନମ ଜୁନ ୮ ତାରିଖ ରାତିରେ ଉତ୍ତରପ୍ରଦେଶର ଗାଜିପୁରରେ ଏକ ଢାବାରେ ଆତ୍ମସମର୍ପଣ କରିଥିଲେ। ପୁଲିସର ଅପରେସନ ହନିମୁନରେ ୧୨୦ ଜଣ ପୁଲିସ କର୍ମୀ ଏବଂ ୨୦ ଜଣଙ୍କୁ ନେଇ ଗଠିତ ଏକ କୋର ଟିମ ଏହି ମାମଲାର ତଦନ୍ତ କରିଥିଲେ।

ତଦନ୍ତରେ ଆହୁରି ଜଣାପଡିଛି ଯେ ସୋନମ ହନିମୁନ ପାଇଁ ଗସ୍ତ ଟିକେଟ ବୁକ କରିଥିଲେ ଏବଂ ଫେରିବା ଟିକେଟ ରଖି ନଥିଲେ। ହତ୍ୟା ପରେ ସେ ଶିଲଙ୍ଗରୁ ଗୁଆହାଟି ଓ ତା’ପରେ ଟ୍ରେନରେ ଇନ୍ଦୌର ଫେରିଥିଲେ। ସେ ଇନ୍ଦୋରରେ ତିନି ଦିନ ଏକ ଭଡାରେ ଫ୍ଲାଟରେ ରହିଥିଲେ ଏବଂ ରାଜ କୁଶୱାହାଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?