Posted inରାଜ୍ୟ

କେତେ ସମ୍ପତ୍ତିର ମାଲିକ ମନମୋହନ ସାମଲ? ଜାଣିଲେ ଚମକି ପଡିବେ…

ଭୁବନେଶ୍ୱର,୮।୭: ବରିଷ୍ଠ ଭାଜପା ନେତା ମନମୋହନ ସାମଲ ଲଗାତାର ଦ୍ୱିତୀୟ ଥର ପାଇଁ ଓଡ଼ିଶା ଭାଜପା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ, ଯାହା ପରେ କୌଣସି ପ୍ରତିଦ୍ୱନ୍ଦୀ ନ ଥିବାରୁ ତାଙ୍କୁ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସୱାଲ ସଭାପତି ଭାବେ ଘୋଷଣା କରିଛନ୍ତି। ଏହା ତାଙ୍କର ଚତୁର୍ଥ ଥର ପାଇଁ ରାଜ୍ୟ ଭାଜପା ସଭାପତି ଭାବେ ନିର୍ବାଚନ, ଯେଉଁଥିରେ ସେ ୧୯୯୯-୨୦୦୦, ୨୦୦୦-୨୦୦୪ ଏବଂ ୨୦୨୩ ମାର୍ଚ୍ଚରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇ ଆସୁଛନ୍ତି।

୨୦୨୪ ନିର୍ବାଚନରେ ମନମୋହନ ସାମଲଙ୍କ ନେତୃତ୍ୱରେ ଭାଜପା ଓଡ଼ିଶାରେ ଐତିହାସିକ ବିଜୟ ହାସଲ କରିଥିଲା। ଦଳ ୧୪୭ ବିଧାନସଭା ଆସନରୁ ୭୮ଟି ଏବଂ ୨୧ ଲୋକ ସଭା ଆସନରୁ ୨୦ଟି ଜିତିଥିଲା। ବିଜେଡି ସହ ମେଣ୍ଟ ନ କରି ଏକାକୀ ନିର୍ବାଚନ ଲଢ଼ିବା ପାଇଁ ମନମୋହନଙ୍କ ଦୃଢ଼ ନିଷ୍ପତ୍ତି ଦଳକୁ ଏକ ନୂଆ ପରିଚୟ ଦେଇଥିଲା।

ମନମୋହନ ସାମଲଙ୍କ ସମ୍ପତ୍ତି: ନିର୍ବାଚନୀ ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ନଗଦ ଟଙ୍କା, ବ୍ୟାଙ୍କ ଆକାଉଣ୍ଟରେ ଜମା ରାଶି, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ନାମରେ ଭୁବନେଶ୍ୱର ଓ ଭଦ୍ରକ ଜିଲାରେ ଜମି ଓ ଘର ରହିଛି। ଏହା ସହ ସେ କିଛି ଗାଡ଼ି ଓ ଅନ୍ୟାନ୍ୟ ଆସ୍ଥାବର ସମ୍ପତ୍ତିର ମାଲିକ। ତାଙ୍କ ମୋଟ ନେଟୱର୍ଥ କୋଟି କୋଟି ଟଙ୍କା। ମନମୋହନ ସାମଲଙ୍କ ମୋଟ Assets ୭.୫ କୋଟି ଟଙ୍କା, ଯେଉଁଥିରେ ୬.୨ କୋଟି ଟଙ୍କା ସ୍ଥାବର ସମ୍ପତ୍ତି ଓ ୧.୩ କୋଟି ଟଙ୍କା ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ। ତାଙ୍କର ମୋଟ ଘୋଷିତ ଆୟ ୧୪ ଲକ୍ଷ ଟଙ୍କା, ଯେଉଁଥିରୁ ୯ ଲକ୍ଷ ଟଙ୍କା ନିଜ ଆୟ। ମନମୋହନ ସାମଲଙ୍କର ମୋଟ liabilities ୧.୧ କୋଟି ଟଙ୍କା।

ତଥ୍ୟ ଅନୁସାରେ ମନମୋହନଙ୍କ ମୋଟ ସମ୍ପତ୍ତି ୭ କୋଟି। ୨୦୨୩-୨୦୨୪ରେ ତାଙ୍କ ରୋଜଗାର ୯,୦୩,୮୩୦ ଥିଲା । ତାଙ୍କ ନାମରେ ନଗଦ ୧,୪୨,୫୦୦ ଟଙ୍କା ଥିବା ବେଳେ ପତ୍ନୀଙ୍କ ନାମରେ ୧,୫୩,୧୦୦ ଟଙ୍କା ଥିବା ଉଲ୍ଲେଖ ରହିଛି । ଏସବିଆଇ ବ୍ୟାଙ୍କ, ଯାଜପୁରରେ ୨୫ ହଜାରରୁ ଅଧିକ, ଏସବିଆର ବରମୁଣ୍ଡା ସ୍ଥିତ ବ୍ୟାଙ୍କରେ ୫ ଲକ୍ଷ, ନୂଆଦିଲ୍ଲୀ ଏସବିଆଇ ବ୍ୟାଙ୍କରେ ୨ ଲକ୍ଷ ଓ ଭଦ୍ରକ ବ୍ୟାଙ୍କରେ ୯ଲକ୍ଷ ଟଙ୍କା ରହିଛି । ଭୁବନେଶ୍ୱର ୟୁକୋ ବ୍ୟାଙ୍କରେ ୧ ଲକ୍ଷ ଟଙ୍କା ଡିପୋଜିଟ ଅଛି । ଏହା ଛଡା ତାଙ୍କ ନାମରେ Life SBI Insurance Policyରେ ୧୦ ଲକ୍ଷ ଓ PNB Met Life Insurance Policyରେ ୧୦ ଲକ୍ଷ ଜମା ଅଛି ।

ଗହଣା ଭାବରେ ମନମୋହନଙ୍କ ନାମରେ ୩୧ ଲକ୍ଷ ମୂଲ୍ୟର ୪୫ ଗ୍ରାମ ସୁନା ଅଛି । ତାଙ୍କ ନାମରେ ଥିବା କୃଷି ଜମିର ମୂଲ୍ୟ ୨୦ ଲକ୍ଷ ଥିବା ବେଳେ ୫ ଲକ୍ଷର ଅଣ ଚାଷ ଜମି ରହିଛି । ତାଙ୍କର କୌଣସି କମର୍ସିଆଲ ବିଲିଂ ନାହିଁ । ଏହା ସହ ୪୫ ଲକ୍ଷର ବାସଭବନ ଭଦ୍ରକ ରହିଛି । ଭୁବନେଶ୍ୱରରେ ୬୦ ଲକ୍ଷର ରେସିଡେଣ୍ଟାଲ ବିଲଡିଂ ଅଛି । ମନମୋହନ  ଏସବିଆଇ ପେନସନ ଲୋନ ଲକ୍ଷେ ଓ ୟୁକୋ ବ୍ୟାଙ୍କରେ ୪୪ ହଜାର ଟଙ୍କା ରହିଛି ।

ମନମୋହନ ସାମଲଙ୍କ ନେତୃତ୍ୱରେ ଭାଜପା ଆଗାମୀ ପଞ୍ଚାୟତ ର୍ନିବାଚନ ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସେ ଦଳର ସାଙ୍ଗଠନିକ ସଂରଚନାକୁ ଆହୁରି ମଜବୁତ କରିବା ସହ ସରକାର ଓ ଦଳ ମଧ୍ୟରେ ସମନୱୟ ରକ୍ଷା କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri