Categories: ଖେଳ

ପ୍ରତି ମ୍ୟାଚ୍‌ରେ କେତେ ଟଙ୍କା ରୋଜଗାର କରନ୍ତି ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କ୍ରିକେଟରମାନଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛି। ବୋର୍ଡ ସୟଦ ମୁସ୍ତାକ ଅଲି ଟ୍ରଫି (୨୦୨୧) ପାଇଁ ଖେଳାଳିଙ୍କ ମ୍ୟାଚ ଫି ବୃଦ୍ଧି କରିଛି। ଗତ ରବିବାରଠାରୁ ମୁସ୍ତାକ ଅଲି ଟ୍ରଫି ଟି -୨୦ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଭାରତୀୟ କ୍ରିକେଟରେ ଘରୋଇ ସିଜିନ୍‌ କରୋନା ଭାଇରସ କାରଣରୁ ଅନେକ ମାସ ବିଳମ୍ବ ହୋଇଛି। ୬ଟି ସହରରେ ଟୁର୍ନାମେଣ୍ଟ ମ୍ୟାଚ ଖେଳାଯାଉଛି। ବିସିସିଆଇ ସୂଚନା ଦେଇଛି ଯେ ଟୁର୍ନାମେଣ୍ଟର ହୋଷ୍ଟିଂ ଫି ୨,୫୦,୦୦୦ରୁ ୩,୫୦,୦୦୦କୁ ବୃଦ୍ଧି କରାଯାଇଛି। ଏହି ରାଶି ହୋଷ୍ଟ ରାଜ୍ୟକୁ ଦିଆଯାଏ। ଏହା ବ୍ୟତୀତ ସମସ୍ତ ଖେଳାଳିଙ୍କ ମ୍ୟାଚ ଫି ୫୦,୦୦୦ରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ,ଭାରତୀୟ କ୍ରିକେଟରମାନେ ପ୍ରତି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ୧୫ ଲକ୍ଷ ଟଙ୍କା ପାଆନ୍ତି। ସେହିଭଳି ପ୍ରତି ଏକଦିବସୀୟ ୬ ଲକ୍ଷ ଏବଂ ଟି -୨୦ ମ୍ୟାଚ ପାଇଁ ୩ ଲକ୍ଷ, ମ୍ୟାଚ ଫି ଉପଲବ୍ଧ। ଭାରତୀୟ କ୍ରିକେଟ ବୋର୍ଡ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ। ଅନ୍ୟ କ୍ରୀଡା ତୁଳନାରେ ଭାରତୀୟ କ୍ରିକେଟରଙ୍କୁ ସର୍ବାଧିକ ମ୍ୟାଚ ଫି ମିଳିଥାଏ। ଭାରତୀୟ କ୍ରିକେଟରଙ୍କ ପାଇଁ ମ୍ୟାଚ ଫି ବାର୍ଷିକ ଚୁକ୍ତି ସହିତ ଥାଏ। ବିସିସିଆଇ ପ୍ରତିବର୍ଷ ପ୍ରାୟ ୨୫ କ୍ରିକେଟରଙ୍କୁ ଚୁକ୍ତି କରିଥାଏ। ଏହି ଚୁକ୍ତିଗୁଡିକ ତିନି କିମ୍ବା ଚାରୋଟି ଶ୍ରେଣୀ ଅଧୀନରେ କରାଯାଏ। ଗ୍ରେଡ-ଏ ପ୍ଲସ କ୍ରିକେଟରମାନେ ବାର୍ଷିକ ୭ କୋଟି ଟଙ୍କା ପାଆନ୍ତି। ସେହିଭଳି ଏ, ବି ଏବଂ ସି ଗ୍ରେଡ କ୍ରିକେଟରମାନେ ଯଥାକ୍ରମେ ୫, ୩ ଏବଂ ୧ କୋଟି ପାଆନ୍ତି।

 

Share