ବ୍ୟାଙ୍କ FDରେ ରଖିପାରିବେ କେତେ ଟଙ୍କା? ଗ୍ରାହକ ପିଛା ଡିପୋଜିଟ୍‌ ସୀମା କେତେ… 

ନୂଆଦିଲ୍ଲୀ,୩୦।୯: ବ୍ୟାଙ୍କ ଫିକ୍ସଡ୍‌ ଡିପୋଜିଟ୍‌(ଏଫ୍‌ଡି) ଦୀର୍ଘ ସମୟ ଧରି ଏପରି ନିବେଶକମାନଙ୍କ ପାଇଁ ପସନ୍ଦଯୋଗ୍ୟ ସଞ୍ଚୟ ବିକଳ୍ପ ହୋଇ ରହିଛି, ଯେଉଁମାନେ ଅଧିକ ରିଟର୍ନ ଅପେକ୍ଷା ସୁରକ୍ଷିତ ନିବେଶକୁ ଅଗ୍ରାଧିକାର ଦିଅନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଜଣେ ଗ୍ରାହକ ପାଇଁ ଏଫ୍‌ଡିରେ ନିବେଶର ସର୍ବାଧିକ ସୀମା କ’ଣ? ଅନେକେ ଏହା ଜାଣିବାକୁ ଉତ୍ସୁକ ହୋଇଥାନ୍ତି, ଫିକ୍ସଡ୍‌ ଡିପୋଜିଟରେ କେତେ ରାଶି ନିବେଶ କରାଯାଇ ପାରିବ? ଏହାର କୌଣସି ସୀମା ଅଛି କି? ଏଫ୍‌ଡିରେ କେତେ ନିବେଶ କରାଯାଇ ପାରିବ?
ମୂଳ ପ୍ରଶ୍ନ ହେଉଛି, ଏଫ୍‌ଡିରେ କୌଣସି ସର୍ବାଧିକ ସୀମା ଅଛି କି? ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆର୍‌ବିଆଇ) ଏଫ୍‌ଡି ଉପରେ କୌଣସି ସର୍ବାଧିକ ନିବେଶ ସୀମା ନିର୍ଦ୍ଧାରଣ କରି ନାହିଁ। ଅର୍ଥାତ ଆପଣ ଯେକୌଣସି ରାଶିରେ FD ଖୋଲି ପାରିବେ ଏବଂ ବିଭିନ୍ନ ବ୍ୟାଙ୍କରେ ଏକାଧିକ ଏଫ୍‌ଡି ଆକାଉଣ୍ଟ ମଧ୍ୟ ଖୋଲି ପାରିବେ। କିନ୍ତୁ ମନେ ରଖିବା କଥା ହେଉଛି ଯେ ବ୍ୟାଙ୍କିଂ ନିୟମ ଅନୁଯାୟୀ ପ୍ରତ୍ୟେକ ଜମାକାରୀଙ୍କୁ ଡିପୋଜିଟ ଇନସୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି) ତରଫରୁ ମୋଟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା ମିଳିଥାଏ, ଯେଉଁଥିରେ ମୂଳଧନ ଏବଂ ସୁଧ ଉଭୟ ଅନ୍ତର୍ଭୁକ୍ତ। ଅର୍ଥାତ ଯଦି ବ୍ୟାଙ୍କ ଡିଫଲ୍ଟ କରେ, ତେବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ସୁରକ୍ଷିତ ବୋଲି ବିବେଚନା କରାଯାଏ।
ଏଫ୍‌ଡି ସମ୍ବନ୍ଧରେ କିଛି ଜରୁରୀ ତଥ୍ୟ  ନ୍ୟୂନତମ ଓ ସର୍ବାଧିକ ରାଶି: ଅଧିକାଂଶ ବ୍ୟାଙ୍କରେ ଏଫଡିର ନ୍ୟୂନତମ ନିବେଶ ୧,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ମଧ୍ୟରେ ହୋଇଥାଏ। ସର୍ବାଧିକ ରାଶିର କୌଣସି ସୀମା ନାହିଁ।
ଅବଧି ଓ ପୂର୍ବ ଉଠାଣ: ଏଫ୍‌ଡିର ଅବଧି ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ହୋଇପାରେ। ଯଦି ଆପଣ ର୍ନିଦ୍ଧାରିତ ସମୟ ପୂର୍ବରୁ ଏଫ୍‌ଡି ଭାଙ୍ଗନ୍ତି, ତେବେ ବ୍ୟାଙ୍କ ଜରିମାନା ଏବଂ କମ ସୁଧ ହାର ଲାଗୁ କରିଥାଏ।
ସୁଧ ହାର: ସୁଧ ହାର ବ୍ୟାଙ୍କ ଏବଂ ଅବଧି ଉପରେ ନିର୍ଭର କରେ। ବୟୋଜ୍ୟେଷ୍ଠ ନାଗରିକମାନେ ସାଧାରଣ ନିବେଶକଙ୍କ ତୁଳନାରେ ଅଧିକ ସୁଧ ହାର ପାଇଥାନ୍ତି।
ଟ୍ୟାକ୍ସ ପ୍ରଭାବ: ଏଫ୍‌ଡିରୁ ମିଳୁଥିବା ସୁଧ ଆପଣଙ୍କ ଆୟକର ସ୍ଲାବ ଅନୁଯାୟୀ ଟ୍ୟାକ୍ସଯୋଗ୍ୟ। କିନ୍ତୁ ଟ୍ୟାକ୍ସ ସେଭିଂ ଏଫ୍‌ଡିରେ ନିବେଶ କଲେ ଧାରା ୮୦ସି ଅନୁଯାୟୀ ଟ୍ୟାକ୍ସ ଛାଡ଼ ମିଳିପାରେ।
ନାମାଙ୍କନ ସୁବିଧା: ଆରବିଆଇ ସମସ୍ତ ଏଫ୍‌ଡି ଆକାଉଣ୍ଟରେ ନାମାଙ୍କନକୁ ବାଧ୍ୟତାମୂଳକ କରିଛି, ଯାହା ଦ୍ୱାରା ମୃତ୍ୟୁ ପରେ ରାଶି ହସ୍ତାନ୍ତର ସହଜ ହୋଇଥାଏ।
ଟିଡିଏସ୍‌ କଟୌତୀ: ଯଦି ବାର୍ଷିକ ସୁଧ ଆୟ ୪୦,୦୦୦ ଟଙ୍କା (ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ୫୦,୦୦୦ ଟଙ୍କା) ରୁ ଅଧିକ ହୁଏ, ତେବେ ବ୍ୟାଙ୍କ ଟିଡିଏସ୍‌ କାଟିଥାଏ।
ଅଟୋ-ରିନ୍ୟୁଅଲ ଓ ମ୍ୟାଚୁରିଟି: ଅନେକ ବ୍ୟାଙ୍କ ଏଫଡିର ଅବଧି ଶେଷ ହେବା ପରେ ଏହାକୁ ସ୍ବୟଂଚାଳିତ ଭାବେ ରିନ୍ୟୁ କରିଦିଅନ୍ତି। ତେଣୁ ନିବେଶକମାନଙ୍କୁ ଆଗୁଆ ନିଷ୍ପତ୍ତି ନେବାକୁ ପଡ଼ିଥାଏ ଯେ ସେମାନେ ରାଶି ଉଠାଇବାକୁ ଚାହୁଁଛନ୍ତି ନା ପୁନଃ ନିବେଶ କରିବାକୁ ଚାହୁଁଛନ୍ତି।
ଏଫଡିକୁ ଏବେ ମଧ୍ୟ ସବୁଠାରୁ ସୁରକ୍ଷିତ ନିବେଶ ବିକଳ୍ପ ବୋଲି ବିବେଚନା କରାଯାଏ କାରଣ ଏଥିରେ ମୂଳଧନ ସୁରକ୍ଷିତ ରହିଥାଏ ଏବଂ ସୁଧ ହାର ସ୍ଥିର ରହିଥାଏ। ତେବେ, ନିବେଶ ପୂର୍ବରୁ ସୁଧ ହାର, ଟ୍ୟାକ୍ସ ନିୟମ ଏବଂ ବୀମା କଭରେଜ ପରି ଦିଗଗୁଡ଼ିକୁ ବୁଝିବା ଜରୁରୀ। ଯଦି ଆପଣ ଏଫଡିରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri