ବ୍ୟାଙ୍କ FDରେ ରଖିପାରିବେ କେତେ ଟଙ୍କା? ଗ୍ରାହକ ପିଛା ଡିପୋଜିଟ୍‌ ସୀମା କେତେ… 

ନୂଆଦିଲ୍ଲୀ,୩୦।୯: ବ୍ୟାଙ୍କ ଫିକ୍ସଡ୍‌ ଡିପୋଜିଟ୍‌(ଏଫ୍‌ଡି) ଦୀର୍ଘ ସମୟ ଧରି ଏପରି ନିବେଶକମାନଙ୍କ ପାଇଁ ପସନ୍ଦଯୋଗ୍ୟ ସଞ୍ଚୟ ବିକଳ୍ପ ହୋଇ ରହିଛି, ଯେଉଁମାନେ ଅଧିକ ରିଟର୍ନ ଅପେକ୍ଷା ସୁରକ୍ଷିତ ନିବେଶକୁ ଅଗ୍ରାଧିକାର ଦିଅନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଜଣେ ଗ୍ରାହକ ପାଇଁ ଏଫ୍‌ଡିରେ ନିବେଶର ସର୍ବାଧିକ ସୀମା କ’ଣ? ଅନେକେ ଏହା ଜାଣିବାକୁ ଉତ୍ସୁକ ହୋଇଥାନ୍ତି, ଫିକ୍ସଡ୍‌ ଡିପୋଜିଟରେ କେତେ ରାଶି ନିବେଶ କରାଯାଇ ପାରିବ? ଏହାର କୌଣସି ସୀମା ଅଛି କି? ଏଫ୍‌ଡିରେ କେତେ ନିବେଶ କରାଯାଇ ପାରିବ?
ମୂଳ ପ୍ରଶ୍ନ ହେଉଛି, ଏଫ୍‌ଡିରେ କୌଣସି ସର୍ବାଧିକ ସୀମା ଅଛି କି? ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆର୍‌ବିଆଇ) ଏଫ୍‌ଡି ଉପରେ କୌଣସି ସର୍ବାଧିକ ନିବେଶ ସୀମା ନିର୍ଦ୍ଧାରଣ କରି ନାହିଁ। ଅର୍ଥାତ ଆପଣ ଯେକୌଣସି ରାଶିରେ FD ଖୋଲି ପାରିବେ ଏବଂ ବିଭିନ୍ନ ବ୍ୟାଙ୍କରେ ଏକାଧିକ ଏଫ୍‌ଡି ଆକାଉଣ୍ଟ ମଧ୍ୟ ଖୋଲି ପାରିବେ। କିନ୍ତୁ ମନେ ରଖିବା କଥା ହେଉଛି ଯେ ବ୍ୟାଙ୍କିଂ ନିୟମ ଅନୁଯାୟୀ ପ୍ରତ୍ୟେକ ଜମାକାରୀଙ୍କୁ ଡିପୋଜିଟ ଇନସୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି) ତରଫରୁ ମୋଟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା ମିଳିଥାଏ, ଯେଉଁଥିରେ ମୂଳଧନ ଏବଂ ସୁଧ ଉଭୟ ଅନ୍ତର୍ଭୁକ୍ତ। ଅର୍ଥାତ ଯଦି ବ୍ୟାଙ୍କ ଡିଫଲ୍ଟ କରେ, ତେବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ସୁରକ୍ଷିତ ବୋଲି ବିବେଚନା କରାଯାଏ।
ଏଫ୍‌ଡି ସମ୍ବନ୍ଧରେ କିଛି ଜରୁରୀ ତଥ୍ୟ  ନ୍ୟୂନତମ ଓ ସର୍ବାଧିକ ରାଶି: ଅଧିକାଂଶ ବ୍ୟାଙ୍କରେ ଏଫଡିର ନ୍ୟୂନତମ ନିବେଶ ୧,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ମଧ୍ୟରେ ହୋଇଥାଏ। ସର୍ବାଧିକ ରାଶିର କୌଣସି ସୀମା ନାହିଁ।
ଅବଧି ଓ ପୂର୍ବ ଉଠାଣ: ଏଫ୍‌ଡିର ଅବଧି ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ହୋଇପାରେ। ଯଦି ଆପଣ ର୍ନିଦ୍ଧାରିତ ସମୟ ପୂର୍ବରୁ ଏଫ୍‌ଡି ଭାଙ୍ଗନ୍ତି, ତେବେ ବ୍ୟାଙ୍କ ଜରିମାନା ଏବଂ କମ ସୁଧ ହାର ଲାଗୁ କରିଥାଏ।
ସୁଧ ହାର: ସୁଧ ହାର ବ୍ୟାଙ୍କ ଏବଂ ଅବଧି ଉପରେ ନିର୍ଭର କରେ। ବୟୋଜ୍ୟେଷ୍ଠ ନାଗରିକମାନେ ସାଧାରଣ ନିବେଶକଙ୍କ ତୁଳନାରେ ଅଧିକ ସୁଧ ହାର ପାଇଥାନ୍ତି।
ଟ୍ୟାକ୍ସ ପ୍ରଭାବ: ଏଫ୍‌ଡିରୁ ମିଳୁଥିବା ସୁଧ ଆପଣଙ୍କ ଆୟକର ସ୍ଲାବ ଅନୁଯାୟୀ ଟ୍ୟାକ୍ସଯୋଗ୍ୟ। କିନ୍ତୁ ଟ୍ୟାକ୍ସ ସେଭିଂ ଏଫ୍‌ଡିରେ ନିବେଶ କଲେ ଧାରା ୮୦ସି ଅନୁଯାୟୀ ଟ୍ୟାକ୍ସ ଛାଡ଼ ମିଳିପାରେ।
ନାମାଙ୍କନ ସୁବିଧା: ଆରବିଆଇ ସମସ୍ତ ଏଫ୍‌ଡି ଆକାଉଣ୍ଟରେ ନାମାଙ୍କନକୁ ବାଧ୍ୟତାମୂଳକ କରିଛି, ଯାହା ଦ୍ୱାରା ମୃତ୍ୟୁ ପରେ ରାଶି ହସ୍ତାନ୍ତର ସହଜ ହୋଇଥାଏ।
ଟିଡିଏସ୍‌ କଟୌତୀ: ଯଦି ବାର୍ଷିକ ସୁଧ ଆୟ ୪୦,୦୦୦ ଟଙ୍କା (ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ୫୦,୦୦୦ ଟଙ୍କା) ରୁ ଅଧିକ ହୁଏ, ତେବେ ବ୍ୟାଙ୍କ ଟିଡିଏସ୍‌ କାଟିଥାଏ।
ଅଟୋ-ରିନ୍ୟୁଅଲ ଓ ମ୍ୟାଚୁରିଟି: ଅନେକ ବ୍ୟାଙ୍କ ଏଫଡିର ଅବଧି ଶେଷ ହେବା ପରେ ଏହାକୁ ସ୍ବୟଂଚାଳିତ ଭାବେ ରିନ୍ୟୁ କରିଦିଅନ୍ତି। ତେଣୁ ନିବେଶକମାନଙ୍କୁ ଆଗୁଆ ନିଷ୍ପତ୍ତି ନେବାକୁ ପଡ଼ିଥାଏ ଯେ ସେମାନେ ରାଶି ଉଠାଇବାକୁ ଚାହୁଁଛନ୍ତି ନା ପୁନଃ ନିବେଶ କରିବାକୁ ଚାହୁଁଛନ୍ତି।
ଏଫଡିକୁ ଏବେ ମଧ୍ୟ ସବୁଠାରୁ ସୁରକ୍ଷିତ ନିବେଶ ବିକଳ୍ପ ବୋଲି ବିବେଚନା କରାଯାଏ କାରଣ ଏଥିରେ ମୂଳଧନ ସୁରକ୍ଷିତ ରହିଥାଏ ଏବଂ ସୁଧ ହାର ସ୍ଥିର ରହିଥାଏ। ତେବେ, ନିବେଶ ପୂର୍ବରୁ ସୁଧ ହାର, ଟ୍ୟାକ୍ସ ନିୟମ ଏବଂ ବୀମା କଭରେଜ ପରି ଦିଗଗୁଡ଼ିକୁ ବୁଝିବା ଜରୁରୀ। ଯଦି ଆପଣ ଏଫଡିରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri