ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ତାହା ଜାଣିବା ବହୁତ ଆକର୍ଷଣୀୟ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ’ଣ ଖାଆନ୍ତି, ତାଙ୍କ ମୋବାଇଲ ନମ୍ବର, ସୁରକ୍ଷା ଏବଂ ଦରମା (ସାଲାରୀ) ସମ୍ବନ୍ଧୀୟ କଥା ଜାଣିବାକୁ ପ୍ରାୟତଃ ଲୋକମାନେ ପସନ୍ଦ କରନ୍ତି । ଏମିତିରେ ଏହା ଜାଣିବା ବହୁତ ରୋଚକ ହେବ ଯେ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରତିମାସରେ କେତେ ଦରମା ମିଳିଥାଏ ।
ପ୍ରତିମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେତେ ଦରମା ମିଳେ?
ମିଡିଆ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରତିମାସରେ ଦରମା ଭାବରେ ୧.୬୬ ଲକ୍ଷ ଟଙ୍କା ମିଳିଥାଏ । ଏଥିରେ ଅନେକ ଭତ୍ତା ସାମିଲ ଅଛି ଏବଂ ତାଙ୍କର ମୂଳ ଦରମା (Basic Salary) ଏହାଠାରୁ ଅଲଗା ଅଟେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୂଳ ଦରମା କେତେ?
ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦରମା ଆକାରରେ ଯେଉଁ ୧.୬୬ ଲକ୍ଷ ଟଙ୍କା ମିଳିଥାଏ, ଏଥିରେ ୪୫,୦୦୦ ଟଙ୍କାର ସାଂସଦ ଭତ୍ତା, ୩,୦୦୦ ଟଙ୍କାର ଖର୍ଚ୍ଚ ଭତ୍ତା, ୨,୦୦୦ ଟଙ୍କାର ଦୈନିକ ଭତ୍ତା ଏବଂ ୫୦,୦୦୦ ଟଙ୍କାର ମୂଳ ଦରମା ସାମିଲ ଅଛି । ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିମାସରେ ମୂଳ ଦରମା କେବଳ ୫୦ ହଜାର ଟଙ୍କା ମିଳିଥାଏ ।
ପ୍ରଧାନମନ୍ତ୍ରୀଙ୍କୁ ମିଳିଥାଏ ଆଲିଶାନ୍ ଘର
ପ୍ରଧାନମନ୍ତ୍ରୀଙ୍କୁ ଦରମା ବ୍ୟତୀତ ଅନେକ ସୁବିଧା ମଧ୍ୟ ମିଳିଥାଏ, ଯେଉଁଥିରେ ଗୋଟିଏ ଆଲିଶାନ୍ ଘର ସାମିଲ । ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗରେ ରହୁଛନ୍ତି । ଏଠାରେ ତାଙ୍କ ସୁରକ୍ଷାର ସ୍ୱତନ୍ତ୍ର ଧ୍ୟାନ ରଖାଯାଇଥାଏ ।
ପ୍ରଧାନମନ୍ତ୍ରୀଙ୍କ ବାସଭବନ କେତେ ଖାସ୍ ଏବଂ ସୁରକ୍ଷିତ, ଏହାର ଆକଳନ ଆପଣ ଏହିପରି କରିପାରିବେ ଯେ, ଏହା ଉପର ଦେଇ କୌଣସି ଉଡ଼ାଜାହାଜ, ହେଲିକପ୍ଟର କିମ୍ବା ଡ୍ରୋନ୍ ଆଦି ମଧ୍ୟ ଉଡ଼ିପାରିବ ନାହିଁ । ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳକୁ ‘ନୋ-ଫ୍ଲାଇଂ ଜୋନ୍’ (No-Fly Zone) ବର୍ଗରେ ରଖାଯାଇଛି ।