ହେମାମାଳିନୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ମୁମ୍ବାଇ,୭।୪:ଭାଜପା ଏମ୍‌ପି ତଥା ମଥୁରା ପ୍ରାର୍ଥୀ ହେମାମାଳିନୀ ୧୪୧.୪୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ତାଙ୍କର ୧୨୯ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଏବଂ ୧୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି। ଏଥିରେ ସ୍ବାମୀ ଧର୍ମେନ୍ଦ୍ରଙ୍କ ସମ୍ପତ୍ତି ଅନ୍ତର୍ଭୁକ୍ତ ନୁହେଁ। ହେମାଙ୍କର ୧୩,୫୨,୮୬୫ ଟଙ୍କା ମୂଲ୍ୟର ନଗଦ ଅଛି। ତାଙ୍କର ୧,୪୨,୨୧,୬୯୫ ଟଙ୍କା ଋଣ ମଧ୍ୟ ଅଛି। ହେମାଙ୍କ ୬୨ ଲକ୍ଷ ମୂଲ୍ୟର ଗାଡି, ୨ କୋଟିରୁ ଅଧିକ ମୂଲ୍ୟର ପ୍ଲଟ ଏବଂ ୧୧୧ କୋଟି ଟଙ୍କା ମୂଲ୍ୟର ଘର ଏବଂ ବଙ୍ଗଳା ଅଛି।
ସୂଚନାଯୋଗ୍ୟ ଯେ, ସାତୋଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। ତାରିଖ ଘୋଷଣା ସହିତ ଆଚରଣ ସଂହିତା କାର୍ଯ୍ୟକାରୀ ହୋଇଛି। ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଶେଷ ପର୍ଯ୍ୟାୟ ଭୋଟ ଜୁନ ୧ରେ ଅନୁଷ୍ଠିତ ହେବ। ଜୁନ ୪ରେ ନିର୍ବାଚନ ଫଳାଫଳ ଆସିବ।

Share