ଐଶ୍ୱର୍ଯ୍ୟା ରାୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ୪୯ ବର୍ଷରେ ପାଦ ଥାପିଛନ୍ତି। ବଚ୍ଚନ ପରିବାରର ବୋହୂ ତଥା ନୀଳନୟନା ଐଶ୍ୱର୍ଯ୍ୟା ତାଙ୍କ ଅଭିନୟ ସହିତ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ୧୯୯୪ରେ, ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ। ନିକଟରେ ସେ ଫିଲ୍ମ ‘ପୋନିୟାନ ସେଲଭାନ’ ଜରିଆରେ ପ୍ରାୟ ଚାରି ବର୍ଷ ପରେ ବଲିଉଡ୍‌କୁ ଫେରିଥିଲେ। ଏହି ଫିଲ୍ମ ବକ୍ସଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଐଶ୍ୱର୍ଯ୍ୟା ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। ସେ ବି-ଟାଉନର ସବୁଠାରୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ।
ନଭେମ୍ବର ୧, ୧୯୭୩ରେ କର୍ନାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ୧୯୯୭ ରେ ମଣିରତ୍ନମଙ୍କ ଫିଲ୍ମ ‘ଇରୁଭର୍‌’ ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ଫିଲ୍ମ ‘ଔର ପ୍ୟାର ହୋ ଗୟା’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତେବେ ଫିଲ୍ମଟି ଭଲ ଚାଲି ନ ଥିଲା। ୧୯୯୯ ଫିଲ୍ମ ହମ ଦିଲ ଦେ ଚୁକେ ସନମ ଜରିଆରେ ଐଶ୍ୱର୍ଯ୍ୟା ବଲିଉଡରେ ତାଙ୍କର ପ୍ରକୃତ ସଫଳତା ପାଇଥିଲେ। ଏହା ପରେ ଐଶ୍ୱର୍ଯ୍ୟା ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ।
ଐଶ୍ୱର୍ଯ୍ୟା ପ୍ରାୟ ୭୭୫ କୋଟିର ମାଲିକ ଅଟନ୍ତି। ସେ ଗୋଟିଏ ପାଇଁ ୧୦ ରୁ ୧୨ କୋଟି ଟଙ୍କା ନିଅନ୍ତି। ଐଶ୍ୱର୍ଯ୍ୟା ମଧ୍ୟ ବଡ ବ୍ରାଣ୍ଡ ପାଇଁ ବିଜ୍ଞାପନ କରନ୍ତି। ସେ କେବଳ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବାର୍ଷିକ ୮୦ ରୁ ୯୦ କୋଟି ରୋଜଗାର କରନ୍ତି। ଐଶ୍ୱର୍ଯ୍ୟା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଦିନକୁ ପ୍ରାୟ ୬-୭ କୋଟି ଟଙ୍କା ରୋଜଗାର କରନ୍ତି। ଅଭିନେତ୍ରୀ ହେବା ବ୍ୟତୀତ ଐଶ୍ୱର୍ଯ୍ୟା ଜଣେ ବ୍ୟବସାୟୀ ମଧ୍ୟ ଅଟନ୍ତି। ସେ ପୁଷ୍ଟିକର ଭିତ୍ତିକ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପରେ ମଧ୍ୟ ଜଣେ ନିବେଶକ।
ଐଶ୍ୱର୍ଯ୍ୟାଙ୍କର ମଧ୍ୟ ଦାମୀ କାର ସଉକ ରହିଛି। ତାଙ୍କ କାର ସଂଗ୍ରହରେ ୭.୯୫ କୋଟି ଟଙ୍କା ମୂଲ୍ୟର ରୋଲ୍ସ ରୋଏସ ଘୋଷ୍ଟ, ୧.୬୦ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ-ବେଞ୍ଜ ଏସ୍‌୩୫୦ଡି କୁପ, ୧.୫୮ କୋଟି ମୂଲ୍ୟର ଅଡି ଏ୮ଏଲ୍‌, ୨.୩୩ କୋଟି ମୂଲ୍ୟର ଲେକ୍ସସ ଏଲ୍‌ଏକ୍ସ ୫୭୦ ଏବଂ ୧.୯୮କୋଟି ଟଙ୍କା ମୂଲ୍ୟର ମର୍ସିଡିଜ-ବେଞ୍ଜ ଏ୫୦୦ ରହିଛି। ଐଶ୍ୱର୍ଯ୍ୟା ତାଙ୍କ ପରିବାର ସହିତ ‘ଜଲସା’ରେ ରୁହନ୍ତି, ଯାହାର ମୂଲ୍ୟ ପ୍ରାୟ ୧୧୨ କୋଟି ଟଙ୍କା। ଏହା ବ୍ୟତୀତ ଐଶ୍ୱର୍ଯ୍ୟା ଏବଂ ତାଙ୍କ ସ୍ବାମୀ ଅଭିଷେକ ବଚ୍ଚନ ଦୁବାଇର ଜୁମିରାହ ଗଲ୍ଫ ଏଷ୍ଟେଟସ ସ୍ଥିତ ଏକ ପ୍ରାସାଦ ପରି ଭିଲା କିଣିଛନ୍ତି। ଏହା ସହିତ ଐଶ୍ୱର୍ଯ୍ୟାଙ୍କର ମଧ୍ୟ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଅଛି, ଯାହା ୫,୫୦୦ ବର୍ଗ ଫୁଟ ଉପରେ ବ୍ୟାପିଛି। ସେ ଏହି ଆପାର୍ଟମେଣ୍ଟକୁ ବର୍ଗଫୁଟ ପିଛା ୩୮,୦୦୦ ଟଙ୍କା ମୂଲ୍ୟରେ କିଣିଥିଲେ, ଯାହାର ମୋଟ ମୂଲ୍ୟ ଆଜି ୨୧ କୋଟି ଟଙ୍କା।

Share