ଗୋଟିଏ ଆଇଟମ୍‌ ନମ୍ବର ପାଇଁ କେତେ ଟଙ୍କା ନିଅନ୍ତି ମଲାଇକା

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ କିଏ ବା ନ ଜାଣେ। ତାଙ୍କ ଫିଟ୍‌ନେସ ଏବଂ ସୁନ୍ଦରତା ପାଇଁ ଚର୍ଚ୍ଚାରେ ରୁହନ୍ତି। ‘ଛେୟାଁ ଛେୟାଁ’ ଏବଂ ‘ମୁନ୍ନି ବାଦନାମ ହୁଇ’ ଗୀତରେ ନିଜର ବୋଲ୍ଡ ଡ୍ୟାନ୍ସ କରି ଏକ ପରିଚୟ ସୃଷ୍ଟି କରିଥିଲେ । ହେଲେ ଆପଣ ଜାଣନ୍ତି କି ଗୋଟିଏ ଆଇଟମ ନମ୍ବର ପାଇଁ ମଲାଇକା କେତେ ଫି ଆଦାୟ କରନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ମଲାଇକା ଗୋଟିଏ ଆଇଟମ ନମ୍ବର ପାଇଁ ସେ ପ୍ରାୟତଃ ୧.୭୫ କୋଟି ଟଙ୍କା ଆଦାୟ କରନ୍ତି । ମଲାଇକାଙ୍କ ଫି’ରୁ ଏହା ସ୍ପଷ୍ଟ ହୋଇଛି ଯେ ଅନେକ ଅଭିନେତ୍ରୀ ପୁରା ଫିଲ୍ମ ପାଇଁ ଏଭଳି ଫି ମଧ୍ୟ ପାଇନାହାଁନ୍ତି। ତେବେ କୁହାଯାଇଛି କି ତାଙ୍କର ସମ୍ପତ୍ତିର ମୂଲ୍ୟ ପ୍ରାୟତଃ ୧୦୦ କୋଟି ଟଙ୍କା ହେବ। କେବଳ ଏତିକି ନୁହେଁ, ମଲାଇକା ଅନେକ ରିଆଲିଟି ଶୋ’ର ଅଂଶ ହୋଇଥିବାରୁ ବିପୁଳ ମାତ୍ରାରେ ଚାର୍ଜ ମଧ୍ୟ କରନ୍ତି।

 

Share