ଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟି ଭ୍ୟାନ୍‌ର ଦାମ୍‌ କେତେ ଜାଣନ୍ତି

ତେଲୁଗୁ ଇଣ୍ଡଷ୍ଟ୍ରିର ମେଗାଷ୍କଟାର୍‌ଙ୍କ ମଧ୍ୟରୁ ଅଲ୍ଲୁ ଅର୍ଜୁନ ଅନ୍ୟତମ। ସେ ସାଉଥ ଇଣ୍ଡଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାଙ୍କ ମଧ୍ୟରେ ଅତାଙ୍କ ନାଁ ରହିଛି। ‘ପୁଷ୍ପା’ ଫିଲ୍ମର ସଫଳତା ପରେ ଅଲ୍ଲୁଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଷ୍ପା ଫିଲ୍ମ ସୁପରହିଟ ହୋଇଛି। ଫିଲ୍ମରେ ଅଲୁ ଅର୍ଜୁନଙ୍କ ଅଭିନୟ ଦେଖି ଲୋକେ ପାଗଳ ହୋଇଯାଉଛନ୍ତି। ଏଭଳି ପରିସ୍ଥିତିରେ ଆଜିକାଲି ଅଲ୍ଲୁଙ୍କ ଅର୍ଜୁନ ମଧ୍ୟ ତାଙ୍କ ଜୀବନଶୈଳୀ ପାଇଁ ଚର୍ଚ୍ଚାରେ ଅଛନ୍ତି।
ଅଲ୍ଲୁଙ୍କ ଭ୍ୟାନିଟି ଭ୍ୟାନ ପଞ୍ଚ ତାରକା ହୋଟେଲ ପରି। ତାଙ୍କ ଭ୍ୟାନିଟି ଭ୍ୟାନ ସବୁଠାରୁ ମହଙ୍ଗା। ଏହା ଦେଖିବାକୁ ସମ୍ପୂର୍ଣ୍ଣ କଳା। ୨୦୧୯ରେ ଅଲ୍ଲୁ ଅର୍ଜୁନ ଏହି ଭ୍ୟାନିଟି ଭ୍ୟାନ କିଣିଥିଲେ, ଯାହାର ନାମ ସେ ଙ୍‌‘ଫାଲକନ’ ରଖିଥିଲେ। ଅଲୁ ଅର୍ଜୁନଙ୍କ ଭ୍ୟାନିଟି ଭ୍ୟାନ ଏକ ପ୍ରାସାଦଠାରୁ କମ ନୁହେଁ ଏବଂ ଏହି ଭ୍ୟାନିଟିର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା। ଅଲ୍ଲୁ ଏହି ବିଳାସପୂର୍ଣ୍ଣ ଭ୍ୟାନିଟି ଭ୍ୟାନକୁ ମଧ୍ୟ ବହୁତ ଭଲ ପାଆନ୍ତି।
କୌଣସି ବଲିଉଡ ଷ୍ଟାରଙ୍କଠାରୁ ଅଲୁ ଅର୍ଜୁନଙ୍କ ଷ୍ଟାରଡମ କମ ନୁହେଁ। ତାଙ୍କର ହମର ଏଚ୍‌୨, ରେଞ୍ଜ ରୋଭର ଭୋଗ, ଜାଗୁଆର ଏକ୍ସଜେଏଲ୍‌, ଭୋଲଭୋ ଏକ୍ସସି୯୦ ଟି୮ ଭଳି କୋଟି କୋଟି ଟଙ୍କା କୋଟି ମୂଲ୍ୟର କାର ଅଛି । କେବଳ କାର୍‌ ନୁହେଁ, ଅଲ୍ଲୁଙ୍କର ଏକ ପ୍ରାଇଭେଟ ଜେଟ ମଧ୍ୟ ଅଛି।
ଅଲ୍ଲୁ ତାଙ୍କର ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ସ୍ନେହା ରେଡ୍ଡୀଙ୍କୁ ୨୦୧୧ରେ ହାଇଦ୍ରାବାଦରେ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।

Share