ହରନାଜ୍‌ ପିନ୍ଧିଥିବା ମୁକୁଟର ଦାମ କେତେ ଜାଣନ୍ତି

ନୂଆଦିଲ୍ଲୀ,୧୪।୧୨:ଭାରତର ହରନାଜ୍‌ ସାନ୍ଧୁ ମିସ ୟୁନିଭର୍ସ ୨୦୨୧ର ମୁକୁଟ ଜିତିଛନ୍ତି। ୨ଲାମିଟ ବର୍ଷ ବୟସରେ ହରନାଜ୍‌ ଟାଇଟେଲ୍‌ ହାତେଇଛନ୍ତି। ୭୦ ତମ ମିସ ୟୁନିଭର୍ସ ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବର ୧୨ରେ ଇସ୍ରାଏଲରେ ହୋଇଥିଲା। ତୃତୀୟ ଥର ପାଇଁ ମିସ ୟୁନିଭର୍ସ ଟାଇଟଲ ଭାରତକୁ ଆସିଛି।
ଏବେ ସମସ୍ତେ ହରନାଜ୍‌ ମିସ ୟୁନିଭର୍ସ ଜିତିବା ପରେ ମୁଣ୍ଡରେ ଡାଇମଣ୍ଡ କ୍ରାଉନ ବିଷୟରେ ଜାଣିବାକୁ ଚାହାଁନ୍ତି। ହୀରାର ମୂଲ୍ୟବାନ ମୁକୁଟ ସହିତ ମିସ ୟୁନିଭର୍ସକୁ ସମସ୍ତ ପ୍ରକାରର ପୁରସ୍କାର ରାଶି ଏବଂ ସୁବିଧା ଦିଆଯାଏ। ମିସ ୟୁନିଭର୍ସ ୨୦୨୦ ଆଣ୍ଡ୍ରିଆ ମେଜା ହରନାଜ୍‌ଙ୍କ ମୁଣ୍ଡରେ ହୀରାର ଏକ ସୁନ୍ଦର ମୁକୁଟ ସଜାଇଥିଲେ।
ହରନାଜ୍‌ ସାନ୍ଧୁଙ୍କ ମୁକୁଟ ପୂର୍ବରୁ ଭାରତୁ ତରଫରୁ ମିସ୍‌ ୟୁନିଭର୍ସ ଜିତିଥିବା ସୁସ୍ମିତା ସେନ ଏବଂ ଲାରା ଦତ୍ତଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ମୁକୁଟକୁ ପୂର୍ବ ଅପେକ୍ଷା ଅଧିକ ସ୍ବତନ୍ତ୍ର କରାଯାଇଛି। ଅତ୍ୟାଧୁନିକ ମୁକୁଟ ବିଷୟରେ କହିବାକୁ ଗଲେ, ଏହା ୨୦୧୯ ମସିହାରେ ମିସ ୟୁନିଭର୍ସ ଅର୍ଗାନାଇଜେସନ ମୋୱାଡ ଅଳଙ୍କାର ମାଉୱାଡ ପାୱାର୍‌ ଅଫ ୟୁନିଟି କ୍ରାଉନ ଦ୍ୱାରା ପ୍ରସ୍ତୁତ ହୋଇଛି।
ଏହି ମୂଲ୍ୟବାନ ମୁକୁଟର ମୂଲ୍ୟ ୫ ନିୟୁତ ଆମେରିକୀୟ ଡଲାର ଅଟେ। ଯାହା ଭାରତୀୟ ମୁଦ୍ରା ଅନୁଯାୟୀ ୩୭,୮୭୯୦,୦୦୦ ଟଙ୍କା ଅର୍ଥାତ୍‌ ୩୭ କୋଟିରୁ ଅଧିକ ହେବ। ଏପର୍ଯ୍ୟନ୍ତ ଏହା ସବୁଠାରୁ ଦାମୀ ମୁକୁଟ। ୨୦୧୯ରେ ଦକ୍ଷିଣ ଆଫ୍ରିକାର ଜୋଜିବିନି ଟୁନ୍ସି, ୨୦୨୦ରେ ମେକ୍ସିକୋର ଆଣ୍ଡ୍ରେଆ ମେଜା ଏବଂ ବର୍ତ୍ତମାନ ମିସ ୟୁନିଭର୍ସ ୨୦୨୧ ହରନାଜ୍‌ ସାନ୍ଧୁ ଏହାକୁ ପିନ୍ଧିଛନ୍ତି। ଏହି ମୁକୁଟଟି ୧୮ କ୍ୟାରେଟ ସୁନା, ୧୭୭୦ ହୀରା ଦ୍ୱାରା ନିର୍ମିତ ହୋଇଛି ଏବଂ ଏହାର ମଧ୍ୟଭାଗରେ ଲାଗିଥିବା ହୀରାର ଓଜନ ୬୨.୮୩ କ୍ୟାରେଟ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri