Posted inଖେଳ

କାର୍ତ୍ତିକ, ପାର୍ଥିବ ଥାଉ ଥାଉ ଧୋନୀଙ୍କୁ କାହିଁକି ଦିଆଯାଇଥିଲା ସୁଯୋଗ

ନୂଆଦିଲ୍ଲୀ, ୨।୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୩ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଧୋନୀଙ୍କୁ ସୁଯୋଗ ମିଳିବା ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ଦଳରେ ସ୍ଥାନ ପାଇବା ଲାଗି ପ୍ରବଳ ଦାବିଦାର ଥିଲେ ପାର୍ଥିବ ପଟେଲ ଓ ଦୀନେଶ କାର୍ତ୍ତିକ। ଏହାସତ୍ତ୍ୱେ ୨୦୦୪ରେ ଧୋନୀଙ୍କୁ କେଉଁ କାରଣରୁ ଜାତୀୟ ଦଳରେ ଚୟନ କରାଗଲା, ତାହା ପ୍ରକାଶ କରିଛନ୍ତି ସେତେବେଳର ଜାତୀୟ ଚୟନକର୍ତ୍ତା କିରନ ମୋରେ।

“୨୦୦୩ ବିଶ୍ୱକପ୍‌ ପରେ ରାହୁଲ ଡ୍ରାଭିଡ୍‌ଙ୍କ ଉପରୁ ଅତରିକ୍ତ ଉଇକେଟକିପର ଦାୟିତ୍ୱ ହଟାଇବାକୁ ଚାହୁଁଥିଲୁ। ଡ୍ରାଭିଡ ଉଇକେଟକିପର ଭାବେ ୨୦୦୩ ବିଶ୍ୱକପ୍‌ ସମେତ ଭାରତ ପାଇଁ ୭୫ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଆମେ ଜଣେ ସ୍ପେଶାଲିଷ୍ଟ ଉଇକେଟକିପର ଖୋଜୁଥିଲୁ, ଯିଏକି ୬ଷ୍ଠ କିମ୍ବା ୭ମ କ୍ରମରେ ବ୍ୟାଟିଂ ଆସି ଦ୍ରୁତ ଗତିରେ ୪୦ରୁ ୫୦ ରନ୍‌ କରିପାରିବ। ସେତେବେଳକୁ ଧୋନୀ ଘରୋଇ କ୍ରିକେଟ ଓ ଇଣ୍ଡିଆ ଏ’ରେ ବେଶ୍‌ ଜଣାଶୁଣା ଥିଲେ। ସାଥି ଚୟନକର୍ତ୍ତାଙ୍କ ପରାମର୍ଶ କ୍ରମେ ମୁଁ ଝାଡ଼ଖଣ୍ଡ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ଦେଖିବାକୁ ଯାଇଥିଲି। ପୂର୍ବାଞ୍ଚଳ ୧୭୦ ରନ୍‌ରେ ସୀମିତ ରହିଥିବାବେଳେ ଧୋନୀ ଖେଳିଥିଲେ ୧୩୦ ରନ୍‌ର ପାଳି। ପଡ଼ିଆର ଚାରିଆଡ଼େ ଛକା ଓ ଚୌକା ବର୍ଷା କରିଥିଲେ। ତାଙ୍କ ଇନିଂସ ମୋତେ ଖୁବ୍‌ ପସନ୍ଦ ଆସିଥିଲା। କିନ୍ତୁ ମ୍ୟାଚ୍‌ରେ ଉଇକେଟକିପିଂ କରିବାକୁ ସୁଯୋଗ ପାଇ ନ ଥିଲା ଧୋନୀ। ଏଣୁ ନର୍ଥ ଜୋନ ବିପକ୍ଷ ଫାଇନାଲରେ ଧୋନୀଙ୍କୁ ଉଇକେଟକିପର ଭାବେ ସୁଯୋଗ ଦେବାକୁ ଅନ୍ୟ ଚୟନକର୍ତ୍ତାଙ୍କୁ ବୁଝାଇ ଥିଲି ” ବୋଲି କର୍ଟଲି ଆମ୍ବ୍ରୋସଓ କରିଷ୍ଣା କୋଟାକଙ୍କ ଶୋ’ରେ ମୋରେ କହିଛନ୍ତି।

ଫାଇନାଲରେ ଧୋନୀ ଉଇକେଟକିପିଂ ଦକ୍ଷତା ଦେଖାଇବା ସହ ଆଶିଷ ନେହେରାଙ୍କ ସମେତ ନର୍ଥ ଜୋନର ପ୍ରତ୍ୟେକ ବୋଲରଙ୍କୁ ଛକା ମାରିଥିଲେ। ଏହାପରେ ଇଣ୍ଡିଆ ଏ’ର ସଦସ୍ୟ ଭାବେ ଧୋନୀଙ୍କୁ ପାକିସ୍ତାନ ଓ କେନିୟା ସହ ତ୍ରିକୋଣୀୟ ସିରିଜ୍‌ ପାଇଁ ପଠାଇଥିଲୁ। ସେହି ଅନ୍‌ଅଫିସିଆଲ ସିରିଜ୍‌ରେ ୬୦୦ ରନ୍‌ କରିଥିଲେ। ଏହାପରେ ସବୁକିଛି ଇତିହାସ ବୋଲି ମୋରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri