Posted inଫୁରସତ

ମାର୍ଭେଲକୁ ବଞ୍ଚାଇଥିଲା ଆଇରନ ମ୍ୟାନ୍‌

ଆଇରନ ମ୍ୟାନ୍‌ ହେଉ କି, ସ୍ପାଇଡରମ୍ୟାନ୍‌, ହଲ୍‌କ, କ୍ୟାପଟେନ୍‌ ଆମେରିକା ଭଳି ସୁପର ହ୍ୟୁମାନ ଭଳି କାଳ୍ପନିକ କାହାଣୀ ଓ ଚରିତ୍ର ଉପରେ ଫିଲ୍ମ ନିର୍ମାଣ କରୁଥିବା ମାର୍ଭେଲ ବିଷୟରେ କିଏ ବା ନ ଜାଣେ। ମୁଖ୍ୟତଃ ଯୁବ ପିଢ଼ିଙ୍କ ମଧ୍ୟରେ ମାର୍ଭେଲର ପ୍ରତ୍ୟେକ କ୍ୟାରେକ୍ଟର ବେଶ୍‌ ଲୋକପ୍ରିୟ। ହେଲେ ବିଶ୍ୱର ସବୁଠୁ ବଡ଼ ଫିଲ୍ମ ନିର୍ମାଣକାରୀ କମ୍ପାନୀକୁ ବଞ୍ଚାଇଥିଲା ଫିଲ୍ମ ‘ଆଇରନ ମ୍ୟାନ’। ହଁ ରର୍ବଟ ଡାଉନି ଜୁନିୟରଙ୍କ ଅଭିନୀତ ଫିଲ୍ମ।

ପ୍ରାୟ ୨୪ ବର୍ଷ ତଳେ ଅର୍ଥାଥ ୧୯୯୬ ମସିହାରେ ମାର୍ଭେଲ କମ୍ପାନୀ ବୁଡ଼ିବା ଉପରେ ଥାଏ। ସେତେବେଳେ ସୁପର ହ୍ୟୁମାନ କମିକ୍ସ ପାଇଁ ବେଶ୍‌ ଜଣାଶୁଣା ଥିଲା ମାର୍ଭେଲ। ମାତ୍ର ନିବେଶକଙ୍କ ମଧ୍ୟରେ ବିବାଦ ଯୋଗୁ ମାର୍ଭେଲର ଭବିଷ୍ୟତ ଘେରି ହୋଇଯାଇଥିଲା ଆଶଙ୍କାରେ। ଯେକୌଣସି ମତେ ୨୦୦୮ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା ଏହି ଫିଲ୍ମ ନିର୍ମାତା କମ୍ପାନୀ। ଦୀର୍ଘ ୧୨ ବର୍ଷ ଧରି ତିଷ୍ଠି ରହିବା ପାଇଁ କମ୍ପାନୀକୁ ବିକିବାକୁ ପଡ଼ିଥିଲା ସ୍ପାଇଡର ମ୍ୟାନ (sony), ଏକ୍ସ-ମେନ ଓ ଫାଣ୍ଟାଷ୍ଟିକ୍‌ ଫୋର (20th century fox) ଭଳି ଫିଲ୍ମର ରାଇଟ୍ସ। ଏଥିରୁ ଆଖିଦୃଶିଆ ଲାଭ ମିଳିଲା ନାହିଁ। ଆଇରନ ମ୍ୟାନର ଷ୍ଟୋରି ବିକ୍ରି ପାଇଁ ଘୁରି ବୁଲିଥାଏ ଷ୍ଟୁଡିଓରୁ ଷ୍ଟୁଡିଓ।

୨୦୦୮ରେ କମ୍ପାନୀ ତା’ର ସମସ୍ତ ପୁଞ୍ଜି ଖଟାଇ ଉଠାଇଥିଲା ବଡ଼ ରିସ୍କ। ଏହାପରେ ରିଲିଜ ହୋଇଥିଲା ମାର୍ଭେଲ ସିନେମାଟିକ୍‌ ୟୁନିଭର୍ସ (MCU)ର ପ୍ରଥମ ଫିଲ୍ମ ‘ଆଇରନ ମ୍ୟାନ’। ଏହି ଫିଲ୍ମ ଉପରେ ଲାଗିଯାଇଥିଲା କମ୍ପାନୀର ସବୁକିଛି। ଫଲ୍ମ ଫେଲ ହୋଇଥିଲେ ମାର୍ଭେଲ ହାତରୁ ଚାଲିଯାଇଥାନ୍ତା ଆଣ୍ଟ ମ୍ୟାନ, ବ୍ଲାକ ପାନ୍ଥର, ଡକ୍ଟର ଷ୍ଟ୍ରେଞ୍ଜ ଓ ଆଭେଞ୍ଜର୍ସ ଭଳି କ୍ୟାରେକ୍ଟର। ତେବେ ଏହି ଫିଲ୍ମ ପୂରା ବିଶ୍ୱରେ ସାବ୍ୟସ୍ତ ହୋଇଥିଲା ବଡ଼ ହିଟ୍‌। ଏହା ଡାଉନିଙ୍କୁ ଦେଇଥିଲା ରାତାରାତି ସୁପରଷ୍ଟାରର ପରିଚୟ । ୧୩୦ ନିୟୁତ ବଜେଟରେ ନିର୍ମିତ ଫିଲ୍ମ ଆୟ କରିଥିଲା ୫୮୫.୩ ନିୟୁତ ଆମେରିକୀୟ ଡଲାର। ଆଉ ଏହି ଫିଲ୍ମ ଯୋଗୁ ଦେବାଳିଆ ହେବାରୁ ବର୍ତ୍ତି ଯାଇଥିଲା ମାର୍ଭେଲ। ଏହାପରେ ମାର୍ଭେଲର ପ୍ରତ୍ୟେକ ଫିଲ୍ମ ସୃଷ୍ଟି କରିଥିଲା ଇତିହାସ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri