Posted inଫୁରସତ

ଛାଡ଼ପତ୍ର ବଦଳରେ ମ୍ୟାରେଜ୍‌ ଗ୍ରାଜୁଏସନ କରୁଛନ୍ତି ଦମ୍ପତି; ଜାଣନ୍ତୁ କ’ଣ ଏହି ଟ୍ରେଣ୍ଡ, କାହିଁକି ଦମ୍ପତ୍ତି ମାନେ…

ନୂଆଦିଲ୍ଲୀ,୧୮।୯: ବୈବାହିକ ଜୀବନରେ ଉତ୍ଥାନ-ପତନ ଲାଗି ରହିଥାଏ। କେତେବେଳେ ପରିସ୍ଥିତି ଏପରି ହୋଇଥାଏ ଯାହାର ସମାଧାନ ବାହାରିପାରେ। କିନ୍ତୁ କେତେବେଳେ ପରିସ୍ଥିତି ଏମିତି ସୃଷ୍ଟି ହୁଏ ଯେ ବିବାହ ଆଗକୁ ବଢ଼ିପାରେ ନାହିଁ। ଶେଷରେ ଦମ୍ପତିମାନେ ଛାଡ଼ପତ୍ର ମୁହାଁ ହେଉଥିବା ଦେଖାଯାଏ। କିନ୍ତୁ ଏବେ ଏକ ନୂଆ ଟ୍ରେଣ୍ଡ ଆସିଛି। ଲୋକେ ଛାଡ଼ପତ୍ର ନେଉନାହାନ୍ତି, କିନ୍ତୁ ପତି-ପତ୍ନୀ ସମ୍ପର୍କରୁ ମୁକ୍ତ ହେଉଛନ୍ତି। ଏହି ଟ୍ରେଣ୍ଡ ଜାପାନରୁ ଆରମ୍ଭ ହୋଇଛି ଏବଂ ଧୀରେ ଧୀରେ ଅନ୍ୟ ଦେଶମାନଙ୍କରେ ମଧ୍ୟ ପ୍ରସାରିତ ହେଉଛି। ଛାଡ଼ପତ୍ର ନ ନେଇ ମଧ୍ୟ ଅଲଗା ହେବାର ଏହି ନୂଆ ଟ୍ରେଣ୍ଡକୁ ‘ମ୍ୟାରେଜ ଗ୍ରାଜୁଏସନ’ (Marriage Graduation) କୁହାଯାଉଛି। ଜାପାନରେ ଏହାକୁ ‘ସୋତ୍ସୁକନ’ (Sotsukon) କୁହାଯାଏ।

**ମ୍ୟାରେଜ ଗ୍ରାଜୁଏସନ କ’ଣ?**
ମ୍ୟାରେଜ ଗ୍ରାଜୁଏସନ ବା ସୋତ୍ସୁକନରେ ପତି-ପତ୍ନୀ ପାରସ୍ପରିକ ସହମତିରେ ଅଲଗା ହେବାର ନିଷ୍ପତ୍ତି ନିଅନ୍ତି। ଏମାନେ ଛାଡ଼ପତ୍ର ନେଇ ନ ଥାନ୍ତି, କେବଳ ଅଲଗା ଅଲଗା ଜୀବନ ଯାପନ କରିବାକୁ ନିଷ୍ପତ୍ତି ନିଅନ୍ତି। ଯେପରି ଆମେ କୌଣସି କଲେଜରେ ନାମ ଲେଖାଇ ଗ୍ରାଜୁଏଟ ହୋଇ ବାହାରି ଆସୁ, ଠିକ ସେହିପରି ଏହି ଲୋକମାନେ ବିବାହିତ ଜୀବନରୁ ମୁକ୍ତ ହୋଇଯାଆନ୍ତି, ଯାହାକୁ ମ୍ୟାରେଜ ଗ୍ରାଜୁଏସନ କୁହାଯାଉଛି।

**ମ୍ୟାରେଜ ଗ୍ରାଜୁଏସନରେ କ’ଣ ହୁଏ?**
ଏହି ପ୍ରକାର ଅଲଗା ହେବାରେ ଦମ୍ପତିଙ୍କ ମଧ୍ୟରେ ପତି-ପତ୍ନୀ ସମ୍ପର୍କ ଶେଷ ହୋଇଯାଏ। ଉଭୟେ ନିଜ ନିଜର ଖର୍ଚ୍ଚ ଓ ଦାୟିତ୍ୱ ନିଜେ ସମ୍ଭାଳନ୍ତି। କେତେବେଳେ ମ୍ୟାରେଜ ଗ୍ରାଜୁଏସନ ପରେ ଲୋକମାନେ ଗୋଟିଏ ଘରେ ରୁମମେଟ ପରି ରହନ୍ତି, ଆଉ କେତେବେଳେ ଅଲଗା ଅଲଗା ବାସସ୍ଥାନ ତିଆରି କରନ୍ତି। ତଥାପି, ଅଲଗା ହେବା ପରେ ମଧ୍ୟ ଉଭୟେ ମିଳାମିଶା କରନ୍ତି ଏବଂ ପରସ୍ପରକୁ ସାହାଯ୍ୟ କରିଥାନ୍ତି।

**ମ୍ୟାରେଜ ଗ୍ରାଜୁଏସନର ଲାଭ**
ଯଦିଓ ମ୍ୟାରେଜ ଗ୍ରାଜୁଏସନ ମଧ୍ୟ ତଲାକ ପରି ବିବାହ ଶେଷ କରିବାର ଏକ ଉପାୟ, କିନ୍ତୁ ଏହା ତଲାକଠାରୁ ବେଶ ଭିନ୍ନ। ଏହାର ସବୁଠାରୁ ବଡ଼ ଲାଭ ହେଉଛି ଏଥିରେ କୌଣସି ଆଇନଗତ ଅଡ଼ୁଆ କିମ୍ବା ଅନାବଶ୍ୟକ ଖର୍ଚ୍ଚ ହୋଇ ନ ଥାଏ। ଏଠାରେ ପତି-ପତ୍ନୀ ଅଲଗା ହେବାକୁ ଚାହୁଁଥିଲେ ଏକାଠି ବସି ନିଜ ନିଜ ପଥ ଅଲଗା କରିନିଅନ୍ତି। ମ୍ୟାରେଜ ଗ୍ରାଜୁଏସନରେ ବିବାହ ଶେଷ ହେଲେ ମଧ୍ୟ କୌଣସି ତିକ୍ତତା କିମ୍ବା ମାନସିକ ଚାପ ରହିନଥାଏ। ଲୋକେ ପାରସ୍ପରିକ ସହମତିରେ ଏକକାଳୀନ ସମ୍ପର୍କ ମଧ୍ୟ ବଜାୟ ରଖିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri