Categories: ଜାତୀୟ

୨୦୧୪ରୁ ୨୦୧୯ ଭିତରେ କେତେ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ମୋଦି ସରକାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୩: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନିଜ ଘୋଷଣା ପତ୍ର ଜାରି କରିଛି। ଏହି ଘୋଷଣା ପତ୍ରର ନାଁ ଦଳ ସଂକଳ୍ପ ପତ୍ର ରଖିଛି। ତେବେ ପୂର୍ବ ଦୁଇ ଲୋକ ସଭା ନିର୍ବାଚନରେ ଭାଜପା ନିଜ ବିଚାରଧାରା ସହ ସାମଞ୍ଜସ୍ୟ ପ୍ରମୁଖ ଦାବିକୁ ପୂରଣ କରିଛି। ଏଥିରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଠାରୁ ଆରମ୍ଭ କରି ଜମ୍ମୁ-କଶ୍ମିରରୁ ୩୭୦ ଉଚ୍ଛେଦ ମଧ୍ୟ ସାମିଲ ରହିଛି।

୨୦୧୪ ସଂକଳ୍ପ ପତ୍ରରେ ଭାଜପା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, ସମାନ ନାଗରିକ ସଂହିତା, କଶ୍ମିର ପଣ୍ଡିତଙ୍କୁ ଘାଟିରୁ ଫେରାଇ ଆଣିବା, ଜମ୍ମୁ କଶ୍ମିରରେ ଅନୁଚ୍ଛେଦ ୩୭୦ ନିରସ୍ତ୍ର କରିବା ନେଇ ସର୍ବସାଧାରଣଙ୍କ ସହମତି ଆଣିବା, ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା, ଡିଜିଟାଲଇଜେଶନ, କଳାଧନକୁ ଫେରାଇ ଆଣିବା, କୃଷକଙ୍କ ଆୟ ୨ଗୁଣ କରିବା, ଯୁବକଙ୍କୁ ରୋଜଗାର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା।

ନିଜ ସଂକଳ୍ପ ପତ୍ରନୁସାରେ ୨୦୧୪ରେ ଭାଜପା ରାମ ମନ୍ଦିର ନିର୍ମାଣ ପାଇଁ ବିଚାର-ବିମର୍ଶ କରିଥିଲା। ପରେ ସୁପ୍ରିମକୋର୍ଟ ୩ ସଦସ୍ୟ ପ୍ୟାନେଲ ଜରିଆରେ ମଧ୍ୟସ୍ଥତା କରିବାକୁ ଆଦେଶ ଦେଇଥିଲେ। ୨୦୧୫ରେ ‘ବେଟି ବଚାଓ ବେଟି ପଢାଓ’ ଯୋଜନା ଆରମ୍ଭ କରିଥିଲା। ଆୟୁଷ୍ମାନ ଭାରତ ଲଞ୍ଚ ହୋଇଥିଲା। କଳାଧନ ପାଇଁ ଏକ ଟାସ୍କଫୋର୍ସ ଗଠନ ହୋଇଥିଲା। ଷ୍ଟାର୍ଟଅପ୍‌ ଇଣ୍ଡିଆ ଓ ସ୍କିଲ ଇଣ୍ଡିଆ ଯୋଜନା ଆରମ୍ଭ କରିଥିଲା।

୨୦୧୯ରେ ମୋଦି ସରକାର ‘ଫିର ଏକ ବାର ମୋଦି ସରକାର’ ନାରା ଦେଇ ସଂକଳ୍ପ ପତ୍ର ଜାରି କରିଥିଲେ। ଏଥିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ସହ ୩୭୦ ଉଚ୍ଛେଦ, ୟୁସିସି ଲାଗୁ, ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ, ତିନ ତଲାକ ଓ ବହୁ ବିବାହ ଉଚ୍ଛେଦ, ଏନଆରସି ଲାଗୁ, ଏକ ଦେଶ ଏକ ନିର୍ବାଚନ ନେଇ ପ୍ରତିଶ୍ରୁତି ଦେଇଥିଲା।

ତେବେ ୨୦୧୯ ସଂକଳ୍ପ ଅନୁସାରେ ସୁପ୍ରିମକୋର୍ଟ ୨୦୧୭ ଅଗଷ୍ଟ ୨୨ରେ ତିନ ତଲାକ ପ୍ରଥାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ୨୦୧୯ରେ ମୋଦି ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିଥିଲେ। ୨୦୧୩ ସେପ୍ଟେମ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ୨୦୧୪ ଜାନୁଆରୀ ୨୨ରେ ରାମ ମନ୍ଦିର ନିର୍ମାଣ ହୋଇଥିଲା। ୨୦୧୪ ଫେବୃଆରୀ ୭ରେ ଉତ୍ତରାଖଣ୍ଡ ବିଧାନସଭା ଦ୍ୱାରା ସମାନ ନାଗରିକ ସଂହିତା ବିଧେୟକକୁ ରାଷ୍ଟ୍ରପତିଙ୍କ ଅନୁମୋଦନରେ ଲାଗୁ କରାଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତା କମିଟି ‘ଏକ ଦେଶ ଏକ ନିର୍ବାଚନ’ ଉପରେ ସମର୍ଥନ ଜଣାଇଥିଲେ। ୨୦୨୪ ମାର୍ଚ୍ଚରେ କେନ୍ଦ୍ର, ନାଗରିକ ସଂଶୋଧନ ଅଧିନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଅଧିସୂଚନା ଜାରି କରିଥିଲେ।

Share