Categories: ଜାତୀୟ

ଆଉ କେତେ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଦେଖିବେ କେନ୍ଦ୍ର ସରକାର: ରାହୁଲ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଇତିମଧ୍ୟରେ ୧୧ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଶନିବାର ଟୁଇଟ୍‌ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଆଉ କେତେ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଦେଖିବେ। ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ଚାଷୀ ମୃତ୍ୟୁ ସମ୍ପର୍କିତ ରିପୋର୍ଟ ଅପଲୋଡ୍‌ କରିଛନ୍ତି। ଏବେ ରାହୁଲଙ୍କ ଏଭଳି ଟୁଇଟ୍‌ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share