କେତେ ପାଠ ପଢିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ: ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା ବିଷୟରେ….

ବଲାଙ୍ଗୀର,୧୨।୬: ବଲାଙ୍ଗୀର ଜିଲାର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ୨୦୨୪ ନିର୍ବାଚନରେ ପାଟଣାଗଡ଼ ଆସନରୁ ଷଷ୍ଠ ଥର ପାଇଁ ଭାଜପା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।
କନକ ବର୍ଦ୍ଧନ ୧୯୯୦ରେ ରାଜନୀତିକୁ ପ୍ରବେଶ କରିଥିଲେ। ପ୍ରଥମ ଥର ପାଇଁ ସେ ପାଟଣାଗଡ଼ ଆସନରୁ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ତତ୍କାଳୀନ ଜନତା ଦଳ ପ୍ରାର୍ଥୀ ବିବେକାନନ୍ଦ ମେହେରଙ୍କଠାରୁ ୧୯୨୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଏହାପରେ ୧୯୯୫ ମସିହା ନିର୍ବାଚନରେ ସେ ଦ୍ୱିତୀୟ ଥର ପାଟଣାଗଡରୁ ଭାଜପା ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ରେକର୍ଡ ୪୩,୯୨୬ ଖଣ୍ଡ ଭୋଟ ବ୍ୟବଧାନରେ ଜନତା ଦଳ ପ୍ରାର୍ଥୀ ବିବେକାନନ୍ଦ ମେହେରଙ୍କୁ ପରାସ୍ତ କରି ପ୍ରଥମ ଥର ବିଧାୟକ ହୋଇଥିଲେ। ଏହାପରେ ସେ ୨୦୦୦, ୨୦୦୯, ୨୦୧୪ରେ କ୍ରମାଗତ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କଠାରୁ ପରାଜିତ ହୋଇଥିଲେ। ୨୦୨୪ରେ ସେ ଷଷ୍ଠ ଥର ଭାଜପା ବିଧାୟକ ଭାବେ ପାଟଣାଗଡ଼ରୁ ନିର୍ବାଚିତ ହୋଇ ବୁଧବାର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାପୂର୍ବରୁ ୨୦୦୦ରୁ ୨୦୦୪ ମସିହାରେ ସେ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ଶିଳ୍ପମନ୍ତ୍ରୀ ଓ ୨୦୦୪ରୁ ୨୦୦୯ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୩ରୁ ୨୦୧୬ ଯାଏ ସେ ଭାଜପା ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରି ଦଳୀୟ ସଙ୍ଗଠନକୁ ସଶକ୍ତ କରିଥିଲେ।
କନକ ବର୍ଦ୍ଧନଙ୍କ ସ୍କୁଲ ଓ କଲେଜ ଶିକ୍ଷା ନୂଆଦିଲ୍ଲୀରେ ସମ୍ପନ୍ନ ହୋଇଛି। ସେ ୧୯୭୫ ମସିହାରେ ନୂଆଦିଲ୍ଲୀ ଏୟାରଫୋର୍ସ ସେଣ୍ଟ୍ରାଲ ସ୍କୁଲରୁ ମାଟ୍ରିକ୍‌ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ (ବିଏ ପାର୍ଟ-୧) ପାଠ ପଢ଼ିଛନ୍ତି। ତାଙ୍କ ସ୍ତ୍ରୀ ତଥା ବଲାଙ୍ଗୀର ଲୋକ ସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଚଳିତ ନିର୍ବାଚନକୁ ମିଶି ୫ ଥର ବଲାଙ୍ଗୀର ଲୋକ ସଭା ଆସନରୁ ଏମ୍‌ପି ନିର୍ବାଚିତ ହୋଇଛନ୍ତି। କନକ ବର୍ଦ୍ଧନ ସିଂଦେଓଙ୍କ ଏକମାତ୍ର ଝିଅ ନିଭ୍ରିତି କୁମାରୀ ସିଂଦେଓ ଅଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ବୁଧବାର ଶପଥ ପାଠ କରିବେ ବୋଲି ଜଣାପଡିବା ପରେ ବଲାଙ୍ଗୀରର ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ା

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri