ଭାରତ ସହିତ ଯୁଦ୍ଧ ହେଲେ କେତେଯାଏ ତିଷ୍ଠି ପାରିବ ତାଲିବାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାରି ଭିତରେ ତେହେରିକ-ଇ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ଖାଇବର ପଖତୁନଖାରେ ବାଜୋର ଜିଲାର ସାଲାରଜାଇ ଅଞ୍ଚଳରେ ଏକ ପାକିସ୍ତାନୀ ସାମରିକ ଶିବିରକୁ କାବୁ କରିଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି ତାଲିବାନ ସେନା ଭାରତ ବିରୋଧରେ ବିଦ୍ରୋହ କରେ, ତା’ହେଲେ ତାଲିବାନ ସେନା କେତେ ଦିନ ପର୍ଯ୍ୟନ୍ତ ଭାରତ ଆଗରେ ତିଷ୍ଠି ରହିପାରିବ?

ଭାରତ ବିଶ୍ୱର ଚତୁର୍ଥ ସାମରିକ ଶକ୍ତି ଭାବରେ ଜଣାଶୁଣା। ଭାରତରେ ୧୪.୪୪ ଲକ୍ଷ ସକ୍ରିୟ ସୈନିକ ଅଛନ୍ତି, ଯାହା ସାମରିକ କ୍ଷେତ୍ର ପାଇଁ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଦେଖିବାକୁ ଗଲେ ଆଫଗାନିସ୍ତାନର ସୈନିକମାନେ ଭାରତ ତୁଳନାରେ କିଛି ନୁହଁନ୍ତି। ଭାରତର ସାମରିକ ବାହିନୀରେ ୨୫,୨୭,୦୦୦ ସୈନିକ ଅଛନ୍ତି। ଏହା ବ୍ୟତୀତ ଭାରତୀୟ ସେନାରେ ୪୫୦୦ ଟ୍ୟାଙ୍କ ଏବଂ ୫୩୮ ଯୁଦ୍ଧ ବିମାନ ଅଛି। ସୁପରସୋନିକ କ୍ଷେପଣାସ୍ତ୍ରଠାରୁ ପରମାଣୁ ଅସ୍ତ୍ର ପର୍ଯ୍ୟନ୍ତ ଭାରତ ତାଲିବାନ, ପାକିସ୍ଥାନ କିମ୍ବା ବାଂଲାଦେଶଠାରୁ ବହୁ ଆଗରେ ରହିଛି।

ଆଫଗାନିସ୍ତାନର ସେନା ଭାରତ ସାମ୍ନାରେ କିଛି ନୁହେଁ। ଆଫଗାନିସ୍ତାନ ସେନାରେ ପ୍ରାୟ ୩ ଲକ୍ଷ ସୈନିକ ଅଛନ୍ତି। ଏଥିରେ ଆଫଗାନ ଆର୍ମି, ବାୟୁସେନା ଏବଂ ପୋଲିସ ଫୋର୍ସର ସଂଖ୍ୟା ମଧ୍ୟ ଅନ୍ତର୍ଭୁକ୍ତ। ଯଦିଓ ଆଫଗାନିସ୍ତାନର ବାୟୁସେନାରେ କୌଣସି ବିଶେଷ ଶକ୍ତି ନାହିଁ । ଯେତେବେଳେ କି ଭାରତର ବାୟୁସେନା ବିଶ୍ୱର ସର୍ବୋଚ୍ଚ ବାହିନୀ ମଧ୍ୟରେ ଗଣାଯାଉଛି। ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆଫଗାନିସ୍ତାନରେ ଅସ୍ତ୍ରଶସ୍ତ୍ର ଅଛି, କିନ୍ତୁ ଆଫଗାନିସ୍ତାନ ସୈନିକମାନଙ୍କର ସାମରିକ ତାଲିମ ନାହିଁ। ଏହି କାରଣରୁ ସେମାନେ ଅସ୍ତ୍ରଶସ୍ତ୍ରକୁ ସଠିକ ଭାବରେ ବ୍ୟବହାର କରିବାରେ ସକ୍ଷମ ନୁହଁନ୍ତି।

ସୂଚନା ଅନୁଯାୟୀ , ଆମେରିକୀୟ ସେନା ଆଫଗାନିସ୍ତାନରେ ପ୍ରାୟ ୭ ବିଲିୟନ ଡଲାର ମୂଲ୍ୟର ସାମରିକ ଉପକରଣ ଛାଡିଛନ୍ତି। ଏଥିମଧ୍ୟରେ M4 କାର୍ବାଇନ, ୮୨ ମିଲିମିଟର ମୋର୍ଟାର ଲଞ୍ଚର୍‌, ଏମ୧୬ ରାଇଫଲ ଏବଂ ଅନ୍ୟାନ୍ୟ ସେନା ଅସ୍ତ୍ର ସହିତ ସାମରିକ ଯାନ, ନାଇଟ ଭିଜନ, ବ୍ଲାକ ହକ ହେଲିକପ୍ଟର, A29 ଯୁଦ୍ଧ ବିମାନ, ଯୋଗାଯୋଗ ଏବଂ ନୀରିକ୍ଷଣରେ ବ୍ୟବହୃତ ଉପକରଣ ଅନ୍ତର୍ଭୁକ୍ତ। ତେବେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଥିବା ସତ୍ତ୍ୱେ ଆଫଗାନିସ୍ତାନର ତାଲିବାନ ସେନା ଏହାକୁ ବ୍ୟବହାର କରିବାରେ ସକ୍ଷମ ନୁହଁନ୍ତି। କାରଣ ତାଲିବାନ ସେନାର ସାମରିକ ତାଲିମ ନାହିଁ। ଯୁଦ୍ଧ ସମୟରେ ଆଫଗାନିସ୍ତାନର ସମ୍ମୁଖୀନ ହେବାକୁ ଥିବା ସବୁଠାରୁ ବଡ ସମସ୍ୟା ହେଉଛି ସେମାନଙ୍କର ସେନା ସଠିକ୍‌ ତାଲିମ ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri